ଏପ୍ରିଲରେ ବିବାହ କରିବେ ଅର୍ଜୁନ ମଲାଇକା, ଜାଣନ୍ତୁ ଅତିଥି ତାଲିକା

Wednesday, March 27, 2019

(ବେତାର ବ୍ୟୁରୋ) ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଅରୋରା ନିଜ ପ୍ରେମ ସମ୍ପର୍କକୁ ନେଇ କିଛିଦିନ ହେବ ବେଶ ଚର୍ଚ୍ଚାରେ ରହିଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରୀର ଏହି ଯୋଡିଙ୍କୁ ନେଇ କିଛିନା କିଛି ଖବର ସବୁବେଳେ ସାମ୍ନାକୁ ଆସୁଛି। ଇତିମଧ୍ୟରେ ଉଭୟଙ୍କ ବିବାହକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ ଏହି ଯୋଡି ଆସନ୍ତା ଏପ୍ରିଲ ୧୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି।

 

ବଲିଉଡ ଖବର ପ୍ରଦାନ କରୁଥିବା ୱେବସାଇଟ spotboye ରେ  ପ୍ରକାଶିତ ଖବର ମୁତାବକ, ମଲାଇକା ଅରୋରା ଓ ଅର୍ଜୁନ କପୁର ନିଜ ସମ୍ପର୍କକୁ ଆଗକୁ ପାଦେ ବଢାଇବାକୁ ଯାଇ ଆସନ୍ତା ଏପ୍ରିଲ ୧୯ରେ ବିବାହ କରିବାକୁ ସ୍ଥିର କରିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇ ଯୋଡିଙ୍କ ପକ୍ଷରୁ ଏନେଇ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ।

ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କ ବିବାହକୁ ନେଇ spotboye ରେ ଖବର ପ୍ରକାଶ କରାଯିବା ପରେ ଅନ୍ୟାନ୍ୟ ନ୍ୟୁଜ ୱେବସାଇଟରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି। ଏହି ଦୁଇ ଜଣ ଖ୍ରୀଷ୍ଟିୟାନ ରୀତିନୀତିରେ ବିବାହ କରିବେ ଓ ବିବାହରେ ଅଳ୍ପ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ ବୋଲି ସୂଚନା ମିଳିଛି । ଏହି ବିବାହ ପାଇଁ ଅତିଥି ତାଲିକାରେ କାରୀନା କପୁର, କରିଶ୍ମା କପୁରଙ୍କ ସମେତ ମଲାଇକାଙ୍କର ବାଣ୍ଡ୍ରା ଗାର୍ଲ ଗ୍ୟାଙ୍ଗର ନାମ ସାମିଲ ରହିଛି। ଏହା ବ୍ୟତୀତ ରଣବୀର ସିଂ ଓ ଦୀପିକା ପାଦୁକୋନ ମଧ୍ୟ ଏହି ବିବାହରେ ସାମିଲ ହୋଇପାରନ୍ତି।

 

ଗୋପନୀୟ ବିବାହ

ଅର୍ଜୁନ ଓ ମଲାଇକା ଏହି ବିବାହକୁ ଅତି ଗୋପନୀୟ ଭାବରେ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ କେବଳ

ତାଙ୍କର କିଛି ନିକଟତମ ବନ୍ଧୁ ଓ ସମ୍ପର୍କୀୟକୁ ହିଁ ସାମିଲ କରିବେ। ଏହାସହିତ ମେକଅପ ଆର୍ଟିଷ୍ଟ ଓ ହେୟାର ଷ୍ଟାଇଲିଷ୍ଟଙ୍କୁ ମଧ୍ୟ ଏନେଇ କାହାକୁ କିଛି ନକହିବା ପାଇଁ କଡା ତାଗିଦ କରାଯାଇଛି ।

 

ଏହି ବିବାହ ସମ୍ପର୍କରେ ଯେତେବେଳେ ହିନ୍ଦୀ ଖବର କାଗଜ ଅମର ଉଜାଲା ଅର୍ଜୁନ କପୁରଙ୍କ ବାପା ବୋନି କପୁରଙ୍କ ସହିତ କଥାବାର୍ତ୍ତା କରିଥିଲେ, ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଥିଲେ।

 

ତେବେ ଏହା ପ୍ରଥମ ଥର ପାଇଁ ନୁହେଁ, ଏହା ପୂର୍ବରୁ ମଧ୍ୟ ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଖବର ପ୍ରସାରିତ ହୋଇଛି। ଏହି ଯୋଡି ଏପ୍ରିଲ ମାସରେ ବିବାହ କରିପାରନ୍ତି ବୋଲି କିଛିଦିନ ପୂର୍ବରୁ DNA ନ୍ୟୁଜପେପରରେ ମଧ୍ୟ ଖବର ପ୍ରକାଶିତ କରାଯାଇଥିଲା।

 

ମଲାଇକା ଅରୋରା ଦୁଇବର୍ଷ ତଳେ ଅରବାଜ ଖାନଙ୍କ ଠାରୁ ଛାଡପତ୍ର ନେଇ ଅଲଗା ହୋଇଥିଲେ। ଏହାପରେ ଅକ୍ଟୋବର ୨୦୧୮ରେ ଅର୍ଜୁନ କପୁର ଓ ମଲାଇକାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ଏହିଦୁଇ ଜଣଙ୍କର ସମ୍ପର୍କ ବୋନି କପୁରଙ୍କର ପ୍ରଡକ୍ସନ ହାଉସ ଉପରେ ମଧ୍ୟ ବହୁତ  ପ୍ରଭାବ ପକାଇଥିଲା। ଅର୍ଜୁନ କପୁରଙ୍କ ଉପରେ ନିରାଶ ଥିବା ସଲମାନ ଖାନ ବୋନି କପୁର ପ୍ରଡ଼କ୍ସନ ହାଉସ ସହିତ ‘ୱାଣ୍ଟେଡ’ର ସିକ୍ୱେଲ କରିବା ପାଇଁ ମଧ୍ୟ ମନା କରିଦେଇଥିଲେ।  

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon