ଘରେ କରନ୍ତୁ : ସୁନ୍ଦର ତ୍ଵଚା ପାଇଁ ଟମାଟୋ ଫେସ୍ ପ୍ୟାକ

Friday, March 29, 2019

(ବେତାର ବ୍ୟୁରୋ) ଖରାଦିନେ ସୂର୍ଯ୍ୟଙ୍କର ପ୍ରଚଣ୍ଡ କିରଣରୁ ତ୍ଵଚାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାରର କେମିକାଲ ଯୁକ୍ତ ପ୍ରସାଧାନ ସାମଗ୍ରୀ ବ୍ୟବହାର କରିଥାଉ। ତେବେ ଖରାଦିନେ ତ୍ଵଚାର ବିଭିନ୍ନ ସମସ୍ୟାକୁ ଦୂର କରି ସୁନ୍ଦର ଓ ଉଜ୍ଜ୍ଵଳ ତ୍ଵଚା ପାଇବା ପାଇଁ ଟମାଟୋର ବ୍ୟବହାର କରି ପାରିବେ। ଏଥିରେ ପ୍ରଚୁର ପରିମାଣରେ ଲାଇକୋପିନ ରହିଥାଏ, ଯାହାକି ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମିର ପ୍ରଭାବରୁ ତ୍ଵଚାକୁ ରକ୍ଷା କରିଥାଏ।

 

ତେଣୁ ଖରାଦିନେ ତ୍ଵଚା ସମସ୍ୟାକୁ ଦୂର କରିବା ପାଇଁ ଓ ସୁନ୍ଦର ତ୍ଵଚା ପାଇବା ପାଇଁ ଟମାଟୋ ଫେସବ୍ୟାକ କିପରି ବ୍ୟବହାର କରିବେ ଆସନ୍ତୁ ଜାଣିବା।

 

୧.ଟମାଟୋ ଓ ଲେମ୍ବୁ: ଖରାଦିନେ ଆମ ତ୍ଵଚାରେ ଟାନିଙ୍ଗ ହୋଇଥାଏ। ଏହାକୁ ଦୂର କରିବା ପାଇଁ ଟମାଟୋର

ବ୍ୟବହାର କରିପାରିବେ। ଏଥିପାଇଁ ଟମାଟୋରେ ଅଳ୍ପ ଲେମ୍ବୁରସ ମିଶାନ୍ତୁ। ଏହି ମିଶ୍ରଣକୁ ତ୍ଵଚାରେ ଲଗାଇବା ପରେ ଶୁଖିବା ପାଇଁ ଛାଡିଦିଅନ୍ତୁ। ଭଲ ଭାବରେ ଶୁଖିଯିବା ପରେ ଏହାକୁ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ। ନିୟମିତ ଏହାର ବ୍ୟବହାର କରିବା ଦ୍ଵାରା ତ୍ଵଚାର ଟାନିଙ୍ଗ ସମସ୍ୟା ଦୂର ହୋଇଯିବ।

୨.ଟମାଟୋ, ଦହି ଓ ଲେମ୍ବୁ: ଟମାଟୋ, ଦହି ଓ ଲେମ୍ବୁରସର ମିଶ୍ରଣ ତ୍ଵଚା ପାଇଁ ପ୍ରକୃତିକ ବ୍ଲିଚ ଭାବରେ କାମ କରିଥାଏ। ଏହା ଏକ ପ୍ରାକୃତିକ ଟୋନର ପରି ତ୍ଵଚାରୁ ଅତିରିକ୍ତ ତେଲକୁ ଦୂର କରିବାରେ ସାହାଯ୍ୟ କରେ। ଲେମ୍ବୁରସ ଆପଣଙ୍କ ତ୍ଵଚା ପାଇଁ ବ୍ଲିଚ ଓ ଆଣ୍ଟିବାକ୍ଟେରିଆଲ ତତ୍ତ୍ଵ ପରି କାମ କରିଥାଏ। ସେହିପରି ଦହି ଆପଣଙ୍କ ତ୍ଵଚାକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ ଓ ତ୍ଵଚାକୁ କୋମଲ କରିଥାଏ। ଏହାକୁ ସପ୍ତାହକୁ ଦୁଇଥର ବ୍ୟବହାର କରନ୍ତୁ।

 

୩.ଟମାଟୋ ଓ ଚିନି: ତ୍ଵଚାକୁ ସ୍କ୍ରବ କରିବା ପାଇଁ ଟମାଟୋ ଓ ଚିନିର ବ୍ୟବହାର କରିପାରିବେ। ଏଥିପାଇଁ ଖଣ୍ଡେ ଟମାଟୋକୁ ନେଇ ସେଥିରେ ଚିନି ଲଗାଇ ଚେହେରାରେ ସ୍କ୍ରବ କରନ୍ତୁ। ଏହାପରେ ଥଣ୍ଡାପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ଆପଣଙ୍କ ତ୍ଵଚାରୁ ବ୍ଲାକହେଡ୍ସ ଦୂର କରିଇବାରେ ସାହାଯ୍ୟ କରିଥାଏ।

୪.ଟମାଟୋ, ମହୁ ଓ ବେସନ: ଚେହେରାକୁ ଉଜ୍ଜ୍ଵଳ ଓ ଚମକଦାର କରିବା ପାଇଁ  ଟମାଟୋ, ମହୁ ଓ ବେସନର  ମିଶ୍ରଣକୁ ଲଗାଇ ପାରିବେ। ଏହା ତ୍ଵଚା ପାଇଁ ବହୁତ ଉପକାରୀ ହୋଇଥାଏ। ଏହି ମିଶ୍ରଣକୁ ମୁହଁରେ ଲଗାଇବା ପରେ ୨୦-୩୦ ମିନିଟ  ରଖନ୍ତୁ। ଭଲ ଭାବରେ ଶୁଖିଯିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ସପ୍ତାହକୁ ଦୁଇଥର ଏପରି କରିବା ଦ୍ଵାରା ଫରକ ଜାଣି ପାରିବେ।   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon