ଆଇପିଏଲ 2019 : ଅରେଞ୍ଜ କ୍ୟାପ ରେସ୍ ରେ ଏହି ଖେଳାଳୀ

Wednesday, April 3, 2019

(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଦ୍ଵାଦଶ ସଂସ୍କରଣ ଆରମ୍ଭ ହେବାର 11ଦିନ ହୋଇଗଲାଣି। ଇତିମଧ୍ୟରେ ଆଇପିଏଲ2019ରେ ମୋଟ 14ଟି ମ୍ୟାଚ ଅର୍ଥାତ 25% ମ୍ୟାଚ ଖେଳାଯାଇଛି। ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ଆଠଟି ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ତିନୋଟି ଲେଖାଏଁ ମ୍ୟାଚ ଖେଳିସାରିଲେଣି। ତେବେ ତିନୋଟି ମ୍ୟାଚରେ ବିଜୟ ହାସଲ କରି ଚେନ୍ନାଇ ସୁପର କିଙ୍ଗ୍ସ ଅଙ୍କ ତାଲିକାରେ ସବୁଠାରୁ ଉପରେ ରହିଛି।

 

ଏହି ସିଜିନରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 4769ରନ କରିସାରିଲେଣି ଓ ମୋଟ 161ଟି ୱିକେଟ ମଧ୍ୟ ଯାଇଛି। ଏହି ମୋଟ 4769 ରନ ମଧ୍ୟରୁ 60% ରନ କେବଳ ବାଉଣ୍ଡ୍ରୀରୁ ହିଁ ଆସିଛି। ଏହି ବାଉଣ୍ଡ୍ରୀ ମଧ୍ୟରେ 437ଟି ଚଉକା ଲାଗିଥିବା ବେଳେ 183ଟି ଛକା ଲାଗିଛି।

 

ବାଉଣ୍ଡ୍ରୀ ମାଧ୍ୟମରେ ସବୁଠାରୁ ଅଧିକ ରନ୍ କରିଥିବା ଦଳ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ସବୁଠାରୁ ଆଗରେ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟ୍ସମ୍ୟାନମାନେ ମୋଟ 4ଟି  ମ୍ୟାଚରେ 75ଟି ଚଉକା ଲଗାଇବା ସହିତ 22ଟି ଛକା ମାରିଛନ୍ତି। ଏହି ତାଲିକାରେ ଚେନ୍ନାଇ ସୁପରକିଙ୍ଗ୍ସ ସବୁଠାରୁ ଶେଷରେ ରହିଛି। ଚେନ୍ନାଇର ବ୍ୟାଟ୍ସମ୍ୟାନମାନେ ମୋଟ ତିନୋଟି ମ୍ୟାଚରେ 34ଟି ଚଉକା ଓ 14ଟି ଛକା ମାରିଛନ୍ତି।

 

ଡେଭିଡ ୱାର୍ଣ୍ଣରଙ୍କ ପାଖରେ ଅରେଞ୍ଜ କ୍ୟାପ

 

ଆଇପିଏଲ2019ରେ ବର୍ତ୍ତମାନ ପର୍ଯ୍ୟନ୍ତ 14ଟି ମ୍ୟାଚ ସରିଯାଇଥିବା ବେଳେ ଅରେଞ୍ଜ କ୍ୟାପ ବର୍ତ୍ତମାନ ସନରାଇଜର୍ସ ହାଇଦ୍ରାବାଦର ଓପନର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣରଙ୍କ ପାଖରେ ରହିଛି। ଆଇପିଏଲରେ ସର୍ବାଧିକ ରନ୍ କରିଥିବା ଖେଳାଳୀଙ୍କ ପାଖରେ ଅରେଞ୍ଜ କ୍ୟାପ ରହିଥାଏ। ଡେଭିଡ ୱାର୍ଣ୍ଣର ବର୍ତ୍ତମାନ ପର୍ଯ୍ୟନ୍ତ 3ଟି ମ୍ୟାଚରେ ମୋଟ 254 ରନ୍ କରିପାରିଛନ୍ତି। ଏଥିରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି।

 

ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ହାଇଦ୍ରାବାଦର ଜନି ବେୟାରଷ୍ଟୋ (198ରନ), ତୃତୀୟ ସ୍ଥାନରେ କୋଲକାତାର ଆଣ୍ଡ୍ରେ ରସେଲ (159ରନ), ଚତୁର୍ଥରେ ଦିଲ୍ଲୀ କ୍ୟାପିଟାଲ୍ସର ରିଷଭ ପନ୍ଥ (153ରନ) ଓ ପଞ୍ଚମ ସ୍ଥାନରେ ରାଜସ୍ଥାନର ସଞ୍ଜୁ ସାମସନ୍ (140ରନ) ରହିଛନ୍ତି।

 

ୟୁଜବେନ୍ଦ୍ର ଚହଲଙ୍କ ପାଖରେ ପର୍ପଲ କ୍ୟାପ

 

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ 2019ରେ ଗୋଟିଏ ବି ମ୍ୟାଚ ଜିତିପାରିନାହିଁ କିନ୍ତୁ ବାଙ୍ଗାଲୋରର ବୋଲର ୟୁଜବେନ୍ଦ୍ର ଚହଲ ସର୍ବାଧିକ ୱିକେଟ ନେଇଥିବା ବୋଲରଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛନ୍ତି। ଚହଲ ମୋଟ ତିନୋଟି ମ୍ୟାଚରେ ଆଠଟି ୱିକେଟ ନେଇ ଶୀର୍ଷରେ ରହିଛନ୍ତି। ଏହାପରେ ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ଚେନ୍ନାଇର ଇମ୍ରାନ ତାହିର (6ୱିକେଟ), ତୃତୀୟରେ ରାଜସ୍ଥାନର  ଶ୍ରେୟସ ଗୋପାଲ (6ୱିକେଟ), ଚତୁର୍ଥରେ ଦିଲ୍ଲୀର କଗିସୋ ରବାଡା(6ୱିକେଟ) ଓ ପଞ୍ଚମରେ ଚେନ୍ନାଇର ଡ୍ୱେନ ବ୍ରାଭୋ (6ୱିକେଟ) ରହିଛନ୍ତି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon