ଖରାଦିନେ ବ୍ୟାୟାମ କରିବା ସମୟରେ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ

Saturday, April 6, 2019

(ବେତାର ବ୍ୟୁରୋ) ଗ୍ରୀଷ୍ମଋତୁ ଆସିବା ସହିତ ଆର୍ଦ୍ରତା ମଧ୍ୟ ଖୁବ ବଢିଯାଇଥାଏ। ଏହି ଋତୁରେ ବ୍ୟାୟାମ କରିବା ସମୟରେ ଅଧିକ ଝାଳ ବୋହିଥାଏ। ବ୍ୟାୟାମ କରିବା ସମୟରେ ଦେହରୁ ଯେଉଁ ଝାଳ ବାହାରିଥାଏ ଏଥିରେ ଶରୀରର ବିଷାକ୍ତ ତତ୍ତ୍ଵ ରହିଥାଏ। ଏଥିପାଇଁ ଏହି ସମୟରେ ଶରୀରର ପାଣିର ଅଭାବ ଦେଖାଯାଇଥାଏ ଓ ଡିହାଇଡ୍ରେସନ ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ଅଧିକ ଲୋକ ଖରାଦିନେ ବ୍ୟାୟାମ କରିବାକୁ ପସନ୍ଦ କରିନଥାନ୍ତି। ମାତ୍ର ଖରାଦିନେ ସଂପୂର୍ଣ୍ଣ ଭାବେ ବ୍ୟାୟାମ ଠାରୁ ଦୂରେଇ ନଯାଇ ବ୍ୟାୟାମ କରିବା ସମୟରେ ଅଳ୍ପ ଅଳ୍ପ ପାଣି ପିଇପାରିବେ।

 

ତେବେ ଖରାଦିନେ ବ୍ୟାୟମ କରିବା ସମୟରେ କେଉଁ କେଉଁ ବିଶେଷ ଦିଗ ଉପରେ ଧ୍ୟାନ ସେବେ ଆସନ୍ତୁ ଜାଣିବା।

 

୧.ଉପଯୁକ୍ତ ପୋଷାକ ବାଛନ୍ତୁ: ଖରାଦିନେ ବ୍ୟାୟାମ କରିବା ସମୟରେ ଆପଣ କେଉଁ ପୋଷାକ ପିନ୍ଧୁଛନ୍ତି ତାହା ଉପରେ ବିଶେଷ ଗୁରୁତ୍ଵ ଦିଅନ୍ତୁ। ପଲିଷ୍ଟର କପଡାର ପୋଷାକ ପିନ୍ଧନ୍ତୁ ନାହିଁ। ହାଲକା ରଙ୍ଗର କଟନ ପୋଷାକ ପିନ୍ଧନ୍ତୁ। ଏହା ଆପଣଙ୍କୁ ଗରମରୁ ବଞ୍ଚାଇବା ସହିତ ଆପଣଙ୍କ ଦେହରୁ ବାହାରୁଥିବା ଝାଳକୁ ଶୋଷିନେଇଥାଏ। ଏହାବ୍ୟତୀତ ଏହା ବହୁତ ଆରାମଦାୟକ ହୋଇଥାଏ।

 

୨.ଅତ୍ୟଧିକ ପରିଶ୍ରମ କରନ୍ତୁ ନାହିଁ: ଖରାଦିନେ ବ୍ୟାୟାମ କରିବା ସମୟରେ ଅଧିକ ଶକ୍ତି ଲଗାନ୍ତୁ ନାହିଁ। ଏକସମୟରେ ଅଧିକ ବ୍ୟାୟାମ କରିବା ଅପେକ୍ଷା ଏହି ସମୟକୁ ଭାଗ ଭାଗ କରିଦିଅନ୍ତୁ। ଏକସମୟରେ ଏକଘଣ୍ଟା ବ୍ୟାୟାମ ନକରି ସକାଳେ ଅଧଘଣ୍ଟା ଓ ସନ୍ଧ୍ୟାରେ ଅଧଘଣ୍ଟା ବ୍ୟାୟାମ କରନ୍ତୁ। ସେହିପରି ବାହାରକୁ ଜଗିଙ୍ଗ କରିବାକୁ ଯାଉଥିଲେ ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ।

୩.ସକାଳୁ ସକାଳୁ ବ୍ୟାୟାମ କରନ୍ତୁ: ଖରାଦିନେ ବ୍ୟାୟାମ କରିବା ପାଇଁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସମୟ  ବାଛନ୍ତୁ। ସକାଳ ୧୦ଟାରୁ ଦିନ ୩ଟା ମଧ୍ୟୟରେ କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। କାରଣ ଏହି ସମୟରେ ତାତି ବହୁତ  ଅଧିକ ଥାଏ ଓ ଦେହରରୁ ବହୁତ ଝାଳ ନିର୍ଗତ ହୋଇଥାଏ। ଯାହାଫଳରେ ଆପଣ କ୍ଳାନ୍ତ ଅନୁଭବ କରିଥାନ୍ତି ଓ ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।

 

୪.କଫିନ ଓ  ଆଲକୋହଲ ଠାରୁ ଦୂରେଇ ରୁହନ୍ତୁ: ବ୍ୟାୟାମ କରିସାରିବା ପରେ କଫିନ କିମ୍ବା ଆଲକୋହଲ ପିଅନ୍ତୁ ନାହିଁ। ବ୍ୟାୟାମ କରିବା ସମୟରେ ବା ପରେ ଶରୀରରେ ପାଣି ଓ ଲୁଣର ଅଭାବକୁ ପୁରା କରିବା ଉଚିତ। ତେବେ ବ୍ୟାୟାମ କରିବା ପରେ ଅଧିକ ମାତ୍ରାରେ ପାଣି ମଧ୍ୟ ପଅନ୍ତୁ ନାହିଁ, ନଚେତ ବାନ୍ତି ହୋଇପାରେ।

 

୫.ପହଁରନ୍ତୁ ବା ନାଚନ୍ତୁ: ଖରାଦିନେ ପହଁରିବା ଓ ନାଚିବା ବ୍ୟାୟାମର ସବୁଠାରୁ ଭଲ ବିକଳ୍ପ ଅଟେ। ଏହା ଆପଣଙ୍କୁ ଫିଟ୍ ରଖିଥାଏ। ଖରାଦିନେ ବାହାରକୁ ବ୍ୟାୟାମ କରିବାକୁ ନଯାଇ ଘର ମଧ୍ୟରେ ଛୋଟ ଛୋଟ ବ୍ୟାୟାମ କରନ୍ତୁ। ଏଥିପାଇଁ ଆପଣ ଯୋଗ କରିପାରିବେ।

୬.ଏହି କଥା ଉପରେ ଧ୍ୟାନ ଦିଅନ୍ତୁ: ଜିମ୍ ଯାଉଥିଲେ ଏ.ସି ସାମ୍ନାରେ ବ୍ୟାୟାମ କରନ୍ତୁ ନାହିଁ। ଟ୍ରେଡମିଲ୍ ରେ ଦୌଡୁଥିଲେ ଆଖପାଖରେ ପଙ୍ଖା ରଖନ୍ତୁ ନାହିଁ। ଖରାଦିନେ ସବୁବେଳେ ହାଲକା ବ୍ୟାୟାମ କରନ୍ତୁ। ବ୍ୟାୟାମ କରିବା ସମୟରେ ଏପରି କପଡା ଓ ଜୋତା ପିନ୍ଧାନ୍ତୁ ଯାହା ମଧ୍ୟଦେଇ ବାୟୁ ଚଳାଚଳ ସହଜରେ ହୋଇପାରୁଥିବ। ଏହାସହିତ ବ୍ୟାୟାମ କରିବା ପରେ ତୁରନ୍ତ ଝାଳକୁ ପୋଛନ୍ତୁ ନାହିଁ। ପ୍ରଥମେ ଶରୀରକୁ ଥଣ୍ଡା ହେବାକୁ ଦିଅନ୍ତୁ ଓ ଏହାପରେ ଝାଳ ପୋଛନ୍ତୁ। ଖାଲି ପେଟରେ କେବେ ବ୍ୟାୟାମ କରନ୍ତୁ ନାହିଁ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon