ବାସ୍ତୁ ଟିପ୍ସ : ଜାଣନ୍ତୁ କେଉଁ କାମ ପାଇଁ କେଉଁ ଦିଗ ଶୁଭ

(ବେତାର ବ୍ୟୁରୋ) ଆମ ଦୈନନ୍ଦିନ ଜୀବନରେ ଘଟୁଥିବା ସମସ୍ତ ଶୁଭ ଅଶୁଭ ଘଟଣା ଘରର ବାସ୍ତୁ ପ୍ରଭାବରେ ହୋଇଥାଏ। ତେଣୁ ସୁଖଶାନ୍ତି ଓ ଶୁଭଫଳ ପାଇବା ପାଇଁ ଲୋକମାନେ ଘରର ବାସ୍ତୁ ଦୋଷ ଦୂର କରିବାକୁ ଚେଷ୍ଟା କରିଥାନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଜିନିଷ ଓ ପ୍ରତ୍ୟେକ କାମ ପାଇଁ ଏକ ନିର୍ଦ୍ଦିଷ୍ଟ ଦିଗ ଶୁଭ ହୋଇଥାଏ। ତେଣୁ କାର୍ଯ୍ୟରେ ସଫଳ ହେବା ବା ବିଫଳତା ପାଇବା ତାହା ଆମ ନିଷ୍ଠା, ଉଦ୍ୟମ ସହିତ କାର୍ଯ୍ୟର ଦିଗ ଉପରେ ନିର୍ଭର କରିଥାଏ।

 

ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ କେଉଁ କାର୍ଯ୍ୟ ପାଇଁ କେଉଁ ଦିଗଟି ଶୁଭ ହୋଇଥାଏ ଆସନ୍ତୁ ଜାଣିବା।

 

. ଘରର ମନ୍ଦିରରେ ପୂଜା କଲାବେଳେ ମଧ୍ୟ ଦିଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାସ୍ତୁ ଅନୁଯାୟୀ ପୂଜା କରୁଥିବା ସମୟରେ ବ୍ୟକ୍ତି ପଶ୍ଚିମ ଦିଗକୁ ମୁହଁ କରି ବସିବା ଶୁଭ ହୋଇଥାଏ। ଯଦି ପଶ୍ଚିମ ଦିଗକୁ ମୁହଁକରି ପୂଜା କରିବା ସମ୍ଭବ ନହୁଏ ତେବେ ପୂର୍ବ ଦିଗକୁ ମୁହଁକରି ପୂଜା କରିପାରିବେ। ଏହା ଦ୍ୱାରା ଆପଣଙ୍କ ପୂଜା ସଫଳ ହେବା ସହ ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ।

 

. ଯଦି କୌଣସି ବ୍ୟକ୍ତି ତାଙ୍କର କିଛି ନୂଆ କାର୍ଯ୍ୟକୁ ଆରମ୍ଭ କରିବାକୁ ଚିନ୍ତା କରୁଥାନ୍ତି, ତେବେ କାର୍ଯ୍ୟର ଆରମ୍ଭ ଘରର ଉତ୍ତର ଦିଗରେ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ଉକ୍ତ କାର୍ଯ୍ୟରେ ଅଧିକ ଶୁଭଫଳ ମିଳିଥାଏ।

. ବାସ୍ତୁଶାସ୍ତ୍ର ମୁତାବକ, ଛାତ୍ରଛାତ୍ରୀମାନେ ଘରର ପୂର୍ବ ଦିଗରେ ପାଠ ପଢ଼ିବାକୁ ବସିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିଗକୁ ମୁହଁ କରି ପଢ଼ିଲେ ଛାତ୍ରଛାତ୍ରୀଙ୍କ ମନ ଅନ୍ୟ କୌଣସି ଆଡ଼କୁ ନ ଯାଇ ପାଠପଢ଼ାରେ ହିଁ ଲାଗିଥାଏ।

 

. ଏଥିସହିତ ଦୋକାନ ବା ଅଫିସ୍‌ରେ ବସି କାମ କରିଲାବେଳେ ସେଠାକାର ମୁଖ୍ୟଙ୍କର ମୁହଁ ଉତ୍ତର ଦିଗକୁ ରହିବା ଉଚିତ୍। ଏହା ଫଳରେ ତାଙ୍କୁ ସର୍ବଦା କାର୍ଯ୍ୟରେ ସଫଳତା ମିଳିଥାଏ ଓ ଆର୍ଥିକ ଉନ୍ନତି ଘଟିଥାଏ।

 

. ଖାଇବା ବେଳେ ମଧ୍ୟ ଆପଣଙ୍କୁ ଦିଗ ଉପରେ ଧ୍ୟାନ ରଖିବାକୁ ହେବ। ବାସ୍ତୁ ଅନୁସାରେ ଉତ୍ତର-ପୂର୍ବ ଦିଗକୁ ମୁହଁ କରି ଖାଇବା ଶୁଭଦାୟକ ହୋଇଥାଏ।

 

. ବାସ୍ତୁ ଅନୁଯାୟୀ ରୋଷେଇ ଘରେ ରୋଷେଇ କରୁଥିବା ବ୍ୟକ୍ତିର ମୁହଁ ସଦା ସର୍ବଦା ପୂର୍ବ ଏବଂ ଉତ୍ତର ଦିଗରେ ରହିବାକୁ ଶୁଭ ବୋଲି ବିବେଚନା କରାଯାଇଥାଏ। ଏହା ଦ୍ୱାରା ମା’ ଅନ୍ନପୂର୍ଣ୍ଣାଙ୍କର ଆଶୀର୍ବାଦ ରହିଥାଏ ଓ ଘରେ କେବେ ହେଲେ ଅନ୍ନ ଅଭାବ ହୁଏ ନାହିଁ।

.ଶୋଇବା ସମୟରେ ମଧ୍ୟ ବ୍ୟକ୍ତିର ମୁଣ୍ଡ ଦକ୍ଷିଣ ଦିଗକୁ ରହିବାଟା ଶୁଭ ହୋଇଥାଏ। ଏହାବ୍ୟତୀତ ଅନ୍ୟ କୌଣସି ଦିଗକୁ ମୁଣ୍ଡ କରି ଶୋଇବା ଅଶୁଭ ବୋଲି ବିବେଚନା କରାଯାଏ। ଏହାସହିତ ଟିଭି ଦେଖିବା ସମୟରେ ଆପଣଙ୍କ ମୁହଁ ଦକ୍ଷିଣ ବା ଉତ୍ତର-ଦକ୍ଷିଣ ଦିଗକୁ ରହିବା ଉଚିତ।

 

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon