ବିରାଟ କୋହଲି ଲଗାତାର ତୃତୀୟ ଥର ‘କ୍ରିକେଟର ଅଫ ଦ ଇୟର’

Thursday, April 11, 2019

(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବର୍ତ୍ତମାନ ଆଇପିଏଲରେ ଖରାପ ଫର୍ମ ଯୋଗୁଁ ଲଗାତାର ଭାବରେ ସମାଲୋଚନା କରାଯାଉଛି। ଏହି ସମୟରେ କ୍ରିକେଟର ବାଇବେଲ୍ କୁହାଯାଉଥିବା ୱିଜଡେନ୍ କୋହଲିଙ୍କୁ 2018 ବର୍ଷ ପାଇଁ ଶ୍ରେଷ୍ଠ କ୍ରିକେଟର ବିବେଚିତ କରିଛି। କୋହଲିଙ୍କୁ ଲଗାତାର ତୃତୀୟ ବର୍ଷ ପାଇଁ ୱିଜଡେନ୍ “ଲିଡିଙ୍ଗ୍ କ୍ରିକେଟର ଅଫ୍ ଦି ଇୟର’ ଉପାଧି ମିଳିଛି।

 

ସେ ପ୍ରଥମ ଭାରତୀୟ ଭାବେ କ୍ରମାଗତ ତୃତୀୟଥର ୱିଜଡେନର ସର୍ବଶ୍ରେଷ୍ଠ ପୁରସ୍କାର ହାସଲ କରିଛନ୍ତି। ବିରାଟ କୋହଲି ୨୦୧୮ ବର୍ଷରେ ତିନୋଟି ଯାକ ଫର୍ମାଟରେ ୬୮.୨୭ ହାରରେ ୨୭୩୫ ରନ୍ କରିଛନ୍ତି। କୋହଲି ନିଜର ନିକଟ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡର ଜୋ ରୁଟଙ୍କଠାରୁ ୭୦୦ ରନରେ ଆଗୁଆ ଅଛନ୍ତି। ଏହି ସମୟ ମଧ୍ୟରେ ବିରାଟ ୩୭ଟି ଇନିଙ୍ଗ୍ସରେ ୧୧ ଶତକ ମାରିଛନ୍ତି। ଏଥିରେ ଭାରତର ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତ ସାମିଲ ଅଛି। ଏହି ତିନୋଟି ଗସ୍ତରେ ବିରାଟଙ୍କ ବ୍ୟାଟରୁ ପ୍ରବଳ ରନ୍ ବର୍ଷିଥିଲା। ଇଂଲଣ୍ଡ ଗସ୍ତରେ ସେ ୫୯.୩୦ ହାରରେ ୫୯୩ ରନ୍ କରିଥିଲେ।  

 

ବିରାଟଙ୍କ ବ୍ୟତୀତ ଇଂଲଣ୍ଡର ଟ୍ୟାମି ବ୍ୟୁମଣ୍ଟ, ଜୋସ ବଟଲର, ସାମ୍ କରନ୍, ଆଫଗାନିସ୍ତାନର ରସିଦ୍ ଖାନ୍ ଓ ଇଂଲଣ୍ଡର ରୋରି ବର୍ନସଙ୍କୁ ମଧ୍ୟ ୱିଜଡେନ୍ ପାଞ୍ଚ ସର୍ବଶ୍ରେଷ୍ଠ କ୍ରିକେଟର ଭାବେ ବିବେଚିତ କରିଛି।

 

କୋହଲି ବିଶ୍ୱର ତୃତୀୟ କ୍ରିକେଟର ଭାବେ ସର୍ବାଧିକ ୱିଜଡେନ୍ ପୁରସ୍କାର ବିଜେତା ହୋଇଛନ୍ତି। ଏହି ମାମଲାରେ ଆଗରେ ଅଛନ୍ତି କିମ୍ବଦନ୍ତୀ କ୍ରିକେଟର ସାର୍ ଡନ୍ ବ୍ରାଡମ୍ୟାନ୍। ବ୍ରାଡମ୍ୟାନ୍ ସର୍ବାଧିକ ୧୦ଥର ଏବଂ ଜ୍ୟାକ୍ ହବ୍ସ ୮ଥର ଏହି ସମ୍ମାନ ହାସଲ କରିଛନ୍ତି। କୋହଲିଙ୍କୁ ସର୍ବଶ୍ରେଷ୍ଠ କ୍ରିକେଟର୍ ଚୟନ କରାଯିବା ନେଇ ୱିଜଡେନର ଏଡିଟର୍ ଲରେନ୍ସ ବୁଥ୍ କହିଛନ୍ତି, ‘ଇଂଲଣ୍ଡରେ କୋହଲିଙ୍କ ବ୍ୟାଟିଂ ଉଚ୍ଚକୋଟୀର ରହିଥିଲା। ସେଠାରେ ତାଙ୍କ ଫର୍ମ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଯଥେଷ୍ଟ ଉନ୍ନତ ଥିଲା।’

 

କୋହଲି ଗତ ଜାନୁଆରୀରେ ଉଭୟ ଦିନିକିଆ ଓ ଟେଷ୍ଟ ଫର୍ମାଟ୍‌ରେ ଆଇସିସି ଶ୍ରେଷ୍ଠ କ୍ରିକେଟର୍‌ ପୁରସ୍କାର ମଧ୍ୟ ହାସଲ କରିଥିଲେ।

ସ୍ମୃତି ମନ୍ଧାନା ଶ୍ରେଷ୍ଠ ମହିଳା କ୍ରିକେଟର

ଭାରତୀୟ ମହିଳା ଦଳର ରନ୍ ମେସିନ୍ ଭାବେ ପରିଚିତ ସ୍ମୃତି ମନ୍ଧାନାଙ୍କୁ ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ଚୟନ କରାଯାଇଛି। ଭାରତୀୟ ମହିଳା ଦଳର ଓପନର ମନ୍ଧାନା ୨୦୧୮ରେ ଦିନିକିଆରେ ୬୬୯ ରନ୍ ଏବଂ ଟି-୨୦ରେ ୬୬୨ ରନ୍ କରିଥିଲେ। ସେ ମଧ୍ୟ ୱିମେନ୍ସ ସୁପର ଲିଗରେ ୧୭୪.୬୮ ଷ୍ଟ୍ରାଇକରେଟରେ ୪୨୧ ରନ୍ କରିଥିଲେ। ଏହି କାରଣରୁ ତାଙ୍କୁ ଶ୍ରେଷ୍ଠ ମହିଳା ଖେଳାଳି ଭାବେ ବିଚେବିଚ କରାଯାଇଛି।

 

ରଶିଦ୍ ଖାନ ଶ୍ରେଷ୍ଠ ଟି୨୦ କ୍ରିକେଟର  

ଆଫଗାନିସ୍ତାନର ଯୁବ ସ୍ପିନର ରଶିଦ୍ ଖାନଙ୍କୁ ଶ୍ରେଷ୍ଠ ଟି-୨୦ କ୍ରିକେଟର୍ ବିବେଚିତ ହୋଇଛନ୍ତି। ଗତବର୍ଷ ରଶିଦ୍ ଚମତ୍କାର ପ୍ରଦର୍ଶନ କରିଥିଲେ ଓ ଲଗାତାର ଦ୍ଵିତୀୟ ବର୍ଷ ପାଇଁ ତାଙ୍କୁ ଶ୍ରେଷ୍ଠ ଟି୨୦ କ୍ରିକେଟର ଭାବେ ଚୟନ କରାଯାଇଛି। ସେ ଟି୨୦ ଅନ୍ତଃରାଷ୍ଟ୍ରୀୟ ମ୍ୟାଚରେ ୮.୬୮ ହାରରେ ୨୨ ୱିକେଟ୍ ନେଇ ଜବରଦସ୍ତ ଫର୍ମ ଦେଖାଇଥିଲେ। ଏହାବ୍ୟତୀତ ସେ ୨୦୧୮ର ଆଇପିଏଲରେ ୨୧ ୱିକେଟ୍ ନେଇଥିଲେ।
 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon