ପ୍ରଥମ ଥର ଡେଟ୍ ରେ ଯାଉଥିଲେ ପଚାରନ୍ତୁ ନାହିଁ ଏହି ପ୍ରଶ୍ନ

Thursday, April 18, 2019

(ବେତାର ବ୍ୟୁରୋ) ପ୍ରଥମ ଥର ପାଇଁ ପ୍ରେମୀଯୁଗଳ ଡେଟ୍ ରେ ଯିବାପୂର୍ବରୁ ଉଭୟ ପୁଅ ଓ ଝିଅ ବହୁତ ନର୍ଭସ ରହିଥାନ୍ତି। ଡେଟରେ କଣ କଥା ହେବେ, କେଉଁ ବିଷୟରେ ଆଲୋଚନା କରିବେ ସେନେଇ ବହୁତ ଚିନ୍ତିତ ରହିଥାନ୍ତି। ପ୍ରଥମ ଦେଖାରେ ଝିଅମାନଙ୍କ ଉପରେ ନିଜର ଛାପ ଛାଡିବା ପାଇଁ ପୁରୁଷମାନେ ବହୁତ ପ୍ରୟାସ କରିଥାନ୍ତି। ତେବେ ପ୍ରଥମ ଡେଟ୍ ରେ ଆପଣ ଝିଅକୁ ଯାହା ପ୍ରଶ୍ନ ପଚାରିଥାନ୍ତି ତାହା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କାରଣ ଏପରି କିଛି ପ୍ରଶ୍ନ ରହିଛି ଯାହାକୁ ଝିଅମାନେ ଆଦୌ ପସନ୍ଦ କରିନଥାନ୍ତି।

 

ତେବେ ପ୍ରଥମ ଥର ପାଇଁ ଡେଟ୍ ରେ ଯାଉଥିଲେ କେଉଁ କେଉଁ ପ୍ରଶ୍ନ ପଚାରିବେ ନାହିଁ ଆସନ୍ତୁ ଜାଣିବା।

 

.ପ୍ରଥମ ଦେଖାରେ ଆପଣ ନିଜ ସମ୍ପର୍କର ଭବିଷ୍ୟତ ବିଷୟରେ ପ୍ରଶ୍ନ କରନ୍ତୁ ନାହିଁ। ପ୍ରଥମ ଦେଖାରେ ସବୁବେଳେ ପରସ୍ପର ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ପ୍ରେମ ସମ୍ପର୍କର ଭବିଷ୍ୟତ ବିଷୟରେ ପ୍ରଥମ ଦିନରୁ ହିଁ ପଚାରିବା, ଝିଅ ମାନଙ୍କୁ ସମସ୍ୟାରେ ପକାଇଥାଏ।

 

.ନିଜର ଅତୀତକୁ ସବୁବେଳେ ଅତୀତ ରହିବା ପାଇଁ ଦିଅନ୍ତୁ। ଆପଣ ଯଦି କାହାକୁ ହୃଦୟରୁ ପସନ୍ଦ କରୁଛନ୍ତି ତେବେ ତାଙ୍କୁ ଅତୀତର ସମ୍ପର୍କ ବିଷୟରେ ପଚାରିବାର କୌଣସି ଅର୍ଥ ନାହିଁ। ପାର୍ଟନରଙ୍କୁ ତାଙ୍କ ଅତୀତ ବିଷୟରେ ପଚାରିବା ଦ୍ଵାରା ଆପଣଙ୍କ ବର୍ତ୍ତମାନ ଖରାପ ହେବାର ସମ୍ଭାବନା ରହିଥାଏ।

.ପ୍ରଥମ ଡେଟ୍ ରେ ପାର୍ଟନରଙ୍କୁ ତାଙ୍କର ଚାକିରୀ ଓ ଦରମା ବିଷୟରେ ପ୍ରଶ୍ନ କରନ୍ତୁ ନାହିଁ। ଦରମା ବିଷୟରେ ପଚାରିବା ଦ୍ଵାରା ମହିଳାମାନେ ଭବିଥାନ୍ତି ଯେ, ଆପଣ ସମ୍ପର୍କ ଅପେକ୍ଷା ପଇସାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି। ଥରେ ଏହି କଥା ମନରେ ବସିଗଲା ପରେ ସମ୍ପର୍କ ଆଗକୁ ବଢିବା ବହୁତ କଷ୍ଟକର ହୋଇଥାଏ।

 

.କିଛି କିଛି ପୁରୁଷ ପ୍ରଥମ ଦେଖାରେ ମହିଳାଙ୍କୁ ଏପରି ପ୍ରଶ୍ନ କରିଥାନ୍ତି ଯେ, ସେ ବର୍ତ୍ତମାନ ଯାଏଁ କାହିଁକି ଏକୁଟିଆ ରହିଥିଲେ। ମାତ୍ର ଏପରି ପ୍ରଶ୍ନ ପଚାରିବା ଉଚିତ ନୁହେଁ। ଏପରି ପ୍ରଶ୍ନ ପଚାରିବା ସେମାନଙ୍କୁ ଅପମାନ ଦେବା ପରି ହୋଇଥାଏ। ଏକୁଟିଆ ଓ ସ୍ଵାଧୀନ ଭାବରେ ରହିବାର ସମସ୍ତଙ୍କର ଭିନ୍ନ ଭିନ୍ନ କାରଣ ରହିଥାଏ। ତେବେ ଏହି ସମାନ ପ୍ରଶ୍ନ ଆପଣଙ୍କ ଉପରେ ମଧ୍ୟ ଲାଗୁ ହୋଇଥାଏ।

 

.ପ୍ରଥମ ଦେଖାରୁ ହିଁ ଆପଣ ବିବାହ ଓ ସନ୍ତାନ ବିଷୟରେ ଆଲୋଚନା କରିବା ମୂର୍ଖତାର ପରିଚୟ ଦେଇଥାଏ। ପ୍ରଥମରୁ ଏହା ଜଣାପଡିନଥାଏ ଯେ, ଆପଣଙ୍କ ସମ୍ପର୍କ ଚିରସ୍ଥାୟୀ ହେବ କି ନାହିଁ। ତେଣୁ ସେମାନଙ୍କ ଆଗରେ ବିବାହ ଓ ସନ୍ତାନ ବିଷୟରେ ଆଲୋଚନା କରିବା ଦ୍ଵାରା ମହିଳାମାନେ ନିଜକୁ ଅସହଜ ଅନୁଭବ କରିଥାନ୍ତି।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon