ବାସ୍ତୁ ଟିପ୍ସ : ମହିଳା ଏପରି କାମ କଲେ ଆସିଥାଏ ଦାରିଦ୍ର୍ୟତା

Thursday, April 18, 2019

(ବେତାର ବ୍ୟୁରୋ) ବାସ୍ତୁଶାସ୍ତ୍ରରେ ଘରେ ସୁଖଶାନ୍ତି ବଜାୟ ରଖିବା ପାଇଁ ଓ ବାସ୍ତୁ ଦୋଷ ଦୂର କରିବା ପାଇଁ ଅନେକ ନିୟମ ରହିଛି। ଏହି ସବୁ ନିୟମକୁ ପାଳନ କଲେ ପରିବାର ମଧ୍ୟରେ ସୁଖଶାନ୍ତି ବଜାୟ ରହିବା ସହିତ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିଥାଏ। ମହିଳାମାନଙ୍କୁ ଘରର ପାଳନକର୍ତ୍ତା ବୋଲି ବାସ୍ତୁରେ ଆଲୋଚନା କରାଯାଇଛି। ଜଣେ ମହିଳା ଚାହିଁଲେ ଘରକୁ ସୁନ୍ଦର ଭାବରେ ଗଢିଥାଏ ବା ଭାଙ୍ଗିଦେଇଥାଏ। ତେଣୁ ଘରର ସୁଖଶାନ୍ତିକୁ ବଜାୟ ରଖିବା ପାଇଁ ମହିଳାଙ୍କୁ କିଛି ଟା କାମ କରିବାକୁ ବାରଣ କରାଯାଇଛି।

 

ତେବେ ଘରର ମହିଳାମାନେ କେଉଁ କେଉଁ କାମ କରିବା ଦ୍ଵାରା ଘରେ ଦାରିଦ୍ର୍ୟତା ଦେଖାଦିଏ ଆସନ୍ତୁ ଜାଣିବା।

 

.ବାସ୍ତୁ ଅନୁଯାୟୀ ସୂର୍ଯ୍ୟ ଉଦୟ ପୂର୍ବରୁ ମହିଳାମାନେ ଘର ପୋଛିବା ଉଚିତ। ସୂର୍ଯ୍ୟ ଉଦୟ ପରେ ଘର ପୋଛିଲେ ଦାରିଦ୍ର୍ୟତା ବଢିଥାଏ। ଏହାସହିତ ମହିଳା ସବୁବେଳେ ସୂର୍ଯ୍ୟଉଦୟ ହେବା ଆଗରୁ ସ୍ନାନ କରିବା ଉଚିତ। ଏହାଦ୍ଵାରା ଘରେ ଝଗଡା ଦୂର ହୁଏ।

 

.ପରିବାର ସଦସ୍ୟଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ଅର୍ଥ ଭଗବାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା। ଏଥିପାଇଁ ସବୁବେଳେ ସ୍ନାନ କରି ରୋଷେଇ କରିବାକୁ ଯାଆନ୍ତୁ। ଏହାବ୍ୟତୀତ ଖାଇସାରି ଠାକୁର ପୂଜା କରିବା ଅନୁଚିତ। ଏହାଦ୍ଵାରା ମାତା ଲକ୍ଷ୍ମୀ ନିରାଶ ହୋଇଥାନ୍ତି।

.ସନ୍ଧ୍ୟା ସମୟରେ ବା ରାତିରେ ମହିଳାମାନେ କେଶ କୁଣ୍ଡାଇବା ଅନୁଚିତ। ଏହାକୁ ବାସ୍ତୁ ଅନୁଯାୟୀ ଏକ ଖରାପ ଅଭ୍ୟାସ ବୋଲି କୁହାଯାଇଛି। ଏହାସହିତ ଛୋଟ ଛୋଟ କଥାକୁ ନେଇ ବିରକ୍ତ ହୁଅନ୍ତୁ ନାହିଁ।

 

.ଘରର ବୋହୂ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ତମ୍ୱା ପାତ୍ରରେ ପାଣି ଭରି ଘରର ମୁଖ୍ୟ ଦ୍ୱାରରେ ଛିଞ୍ଚନ୍ତୁ। ବାସ୍ତୁ ଅନୁସାରେ ଏପରି କରିବା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍‌ ହୋଇଥାଏ ଏବଂ ଘରେ ଲକ୍ଷ୍ମୀ ବାସ କରିଥାନ୍ତି।

 

.ପ୍ରତ୍ୟେକ ଶୁକ୍ରବାର ମହିଳାମାନେ ଘରେ ଲକ୍ଷ୍ମୀସ୍ତୁତି ପାଠ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦୂର ହୋଇଯାଏ।

. ସେହିପରି ସପ୍ତାହକୁ ଥରେ ପାଣିରେ ଲୁଣ ପକାଇ ସମ୍ପୂର୍ଣ୍ଣ ଘରକୁ ପୋଛନ୍ତୁ। ଏପରି କରିବା ଦ୍ୱାରା ଘରୁ କଳହ ଦୂର ହୋଇଥାଏ ଏବଂ ପରିବାର ସଦସ୍ୟ ମିଳିମିଶି ରହିଥାନ୍ତି।

 

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon