କ୍ରୋଧ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏହି 5 ଅଭ୍ୟାସ

Monday, April 22, 2019

(ବେତାର ବ୍ୟୁରୋ) କ୍ରୋଧ ଓ ରାଗ ମନୁଷ୍ୟ ମନର ଏକ ଭାବନା ଅଟେ ଓ ଏହା ପ୍ରାକୃତିକ ଅଟେ। କୌଣସି ବ୍ୟକ୍ତି ବା କୌଣସି ସମ୍ପର୍କ ଉପରେ ନିଜର ହକ୍ ଜତେଇବା ପାଇଁ ଆମେ ରାଗି ଯାଇଥାଉ। କିନ୍ତୁ ବେଳେବେଳେ ଆମେ ଯେଉଁ ବ୍ୟକ୍ତିଙ୍କୁ ଅଧିକ ଭଲ ପାଇଥାଉ ତାଙ୍କ ଉପରେ ମଧ୍ୟ ରାଗି ଯାଇଥାଉ। ଆମ କ୍ରୋଧ ଅନେକ ସମୟରେ ଏତେ ଅଧିକ ହୋଇଯାଇଥାଏ ଯେ, ନିଜ ଉପରୁ ନିୟନ୍ତ୍ରଣ ମଧ୍ୟ ହରେଇ ଦେଇଥାଉ। ଏହାର ପ୍ରଭାବ ଆମ ସମ୍ପର୍କ ଉପରେ ପଡିଥାଏ। ତେଣୁ ନିଜ ରାଗ ଉପରେ ନିୟନ୍ତ୍ରଣ ମଧ୍ୟ ରଖିବା ବହୁତ ଜରୁରୀ ହୋଇଥାଏ।

 

କିଛିଟା ସହଜ ଉପାୟ ଆପଣେଇ ନିଜ ରାଗକୁ କିପରି ନିୟନ୍ତ୍ରଣରେ ରଖିପାରିବେ ଆସନ୍ତୁ ଜାଣିବା।

 

୧.ରାଗ ଅନ୍ୟ ଆଗରେ ବ୍ୟକ୍ତ କରନ୍ତୁ: ଯଦି ଆପଣ କୌଣସି କଥାକୁ ନେଇ ରାଗି ଯାଇଛନ୍ତି ବା ଆପଣଙ୍କ ସାମ୍ନାରେ ହେଉଥିବା କୌଣସି କାମ ଆପଣଙ୍କୁ ପସନ୍ଦ ଆସୁନାହିଁ ତେବେ ଏହାକୁ ଅନ୍ୟମାନଙ୍କ ଆଗରେ ବ୍ୟକ୍ତ କରନ୍ତୁ। କଥାକୁ ନିଜ ମନ ଭିତରେ ଦବାଇ ରଖନ୍ତୁ ନାହିଁ। ଯଦି ଆପଣ ନିଜ ରାଗକୁ ବ୍ୟକ୍ତ ନକରି ମନରେ ଦବାଇ ରଖିବେ ତେବେ ଆପଣଙ୍କ ମନର ଏହି ସ୍ଥିତି ଅନ୍ୟ ଏକ ସମସ୍ୟାକୁ ମଧ୍ୟ ସୃଷ୍ଟି କରିପାରେ।

 

୨.ଗଭୀର ନିଶ୍ଵାସ ନିଅନ୍ତୁ: ଯଦି ଆପଣ କୌଣସି କଥାକୁ ନେଇ ବହୁତ ଜୋରରେ ରାଗି ଯାଇଛନ୍ତି ତେବେ ସେହି ସମୟରେ ଗଭୀର ଭାବରେ ନିଶ୍ଵାସ ପ୍ରଶ୍ଵାସ ନିଅନ୍ତୁ। ଏପରି କରିବା ଦ୍ଵାରା ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିପାରିବେ।

୩.ବାହାରକୁ ବୁଲିବାକୁ ଯାଆନ୍ତୁ: ଯେତେବେଳେ ଆପଣଙ୍କ ମନରେ ରାଗ ଆସୁଛି ସେହି ସମୟରେ ଉକ୍ତ ସ୍ଥାନରୁ ଉଠିଯାଇ ବାହାରକୁ ବୁଲିବାକୁ ଯାଆନ୍ତୁ। କିଛି ସମୟ ବାହାରେ ବୁଲି ଆସିବା ଦ୍ଵାରା ଆପଣଙ୍କ ମନ ଶାନ୍ତ ହେବା ସହିତ ଆପଣଙ୍କ କ୍ରୋଧ କମ ହୋଇଯାଇଥାଏ।

 

୪.କ୍ରୋଧର ଲକ୍ଷଣକୁ ଚିହ୍ନନ୍ତୁ: ସବୁବେଳେ ଆପଣଙ୍କ ମଧ୍ୟରେ ରାଗ ବା କ୍ରୋଧ ଆସିବା ସମୟରେ ଶରୀରରେ କିଛି ନା କିଛି ଲକ୍ଷଣ ଦେଖିବାକୁ ମିଳିଥାଏ। ଯେପରି ଆପଣଙ୍କ ହାତ ଥରିବା, ଝାଳ ବୋହିବା ଓ ଶରୀରର ତାପମାତ୍ରା ବଢିଯିବା ଇତ୍ୟାଦି। ତେଣୁ ଏହି ସବୁ ଲକ୍ଷଣ ଦେଖାଦେବା ମାତ୍ରେ ଜୋରରେ ନିଶ୍ଵାସ ନିଅନ୍ତୁ ଓ କ୍ରୋଧ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରନ୍ତୁ।

 

୫.କ୍ଷମା କରନ୍ତୁ ଓ କ୍ଷମା ମାଗିବାର ଅଭ୍ୟାସ ରଖନ୍ତୁ: କୌଣସି କଥାକୁ ନେଇ ରାଗିବା ଅପେକ୍ଷା ଆପଣ ଯେଉଁ କାରଣ ପାଇଁ ରାଗୁଛନ୍ତି ତାହାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଏହାସହିତ ସବୁ ପରିସ୍ଥିତିକୁ ବୁଝି ଲୋକଙ୍କୁ କ୍ଷମା କରିବା ସହିତ କ୍ଷମା ମାଗିବାର ଅଭ୍ୟାସ ମଧ୍ୟ ରଖନ୍ତୁ। ଏହାଦ୍ଵାରା ଆପଣ ସହଜରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିପାରିବେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon