ଭାଇରାଲ ଫୋଟୋ : ରଣବୀର ଧରିଲେ ଦୀପିକାଙ୍କ ଜୋତା

Tuesday, April 23, 2019

(ବେତାର ବ୍ୟୁରୋ) ବଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ମଧ୍ୟରେ ପରସ୍ପର ପ୍ରତି ବହୁତ ଭଲପାଇବା ଓ ସମ୍ମାନ ଦେଖିବାକୁ ମିଳିଥାଏ। ନିଜର ବ୍ୟକ୍ତିଗତ ଜୀବନ ଓ ପ୍ରଫେସନାଲ ଲାଇଫରେ ମଧ୍ୟ ପରସ୍ପରକୁ ସାହାଯ୍ୟ କରିଥାନ୍ତି। ରଣବୀର ସିଂ ମଧ୍ୟ ଦୀପିକାଙ୍କ ପାଇଁ ସବୁବେଳେ କିଛି ନା କିଛି ବିଶେଷ କରିଥାନ୍ତି। ନିକଟରେ ଏହି ଯୋଡିଙ୍କୁ ମୁମ୍ବାଇରେ ଏକ ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା ଓ ରଣବୀର ଏଠାରେ ଏପରି କିଛି କାମ କରିଥିଲେ ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା  ଫଟୋରେ ରଣବୀରଙ୍କୁ ଦୀପିକାଙ୍କ ଚପଲ ହାତରେ ଧରିଥିବାର ଦେଖିବାକୁ ମିଳିଛି। ଗୋଟିଏ ପଟେ ଦୀପିକା ଅତିଥିଙ୍କ ସହିତ ବ୍ୟସ୍ତ ଥିବାବେଳେ ରଣବୀର ତାଙ୍କ ପଛରେ ହାତରେ ଚପଲ ଧରି ବୁଲୁଥିଲେ। ଦୀପିକାଙ୍କ ପାଦକୁ କିଛି ସମୟ ପାଇଁ ହାଇହିଲ୍ ର ଯନ୍ତ୍ରଣାରୁ ଆରାମ ମିଳିବ ବୋଲି ସେ ଏପରି କରିଥିଲେ।

ସୋସିଆଲ ମିଡିଆରେ ଏହି ଫଟୋ ପୋଷ୍ଟ କରିଯିବା ପରେ ଖୁବ ଭାଇରାଲ ହେଉଛି ଫ୍ୟାନମାନେ ଏହି ଫଟୋକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ଓ ସୁନ୍ଦର ସୁନ୍ଦର କମେଣ୍ଟ ମଧ୍ୟ ଦେଉଛନ୍ତି। ରଣବୀର ସିଂଙ୍କର ଏହି ପତ୍ନୀ ପ୍ରେମ ଦେଖି ସମସ୍ତେ ଖୁବ ପ୍ରଶଂସା କରୁଛନ୍ତି।

 

ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି ଦୀପିକା-ରଣବୀର

ବର୍ତ୍ତମାନ ଏହି ଯୋଡି ନିଜ ନିଜର ଆଗାମୀ ଫିଲ୍ମର ସୁଟିଙ୍ଗ ପାଇଁ ବ୍ୟସ୍ତ ଅଛନ୍ତି। ରଣବୀର ସିଂ ନିଜର ଆଗାମୀ ଫିଲ୍ମ ‘83’ ପାଇଁ ସୁଟିଙ୍ଗରେ ବ୍ୟସ୍ତ ଥିବା ବେଳେ ଦୀପିକା ନିଜର ଆଗାମୀ ଫିଲ୍ମ ‘ଛପାକ’ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି।

 

ରଣବୀର ସିଂ ଙ୍କୁ ଏହି ଆଗାମୀ ଫିଲ୍ମରେ ଭାରତର ପୂର୍ବତନ କ୍ରିକେଟର କପିଳ ଦେବଙ୍କ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମ ପାଇଁ ରଣବୀର କପିଳ ଦେବଙ୍କ ଠାରୁ ଟ୍ରେନିଙ୍ଗ ମଧ୍ୟ ନେଉଛନ୍ତି।

 

ଅନ୍ୟପଟେ ଦୀପିକାଙ୍କୁ ‘ଛପାକ’ରେ ଏସିଡ ଆକ୍ରମଣର ଶୀକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ। ଏହି ଫିଲ୍ମରେ ଦୀପିକାଙ୍କ ସହିତ ବିକ୍ରମ ମେସି ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଉଭୟ ନିଜ ନିଜର ଆଗାମୀ ଫିଲ୍ମ ପାଇଁ ବ୍ୟସ୍ତ ଥିଲେ ମଧ୍ୟ ପରସ୍ପର ପାଇଁ ସମୟ କାଢି ମୁମ୍ବାଇରେ ହୋଇଥିବା ବିବାହରେ ପହଞ୍ଚିଥିଲେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon