ବିନା ମୋଜାରେ ଜୋତା ପିନ୍ଧୁଛନ୍ତି ? ହୋଇପାରେ ଏମିତି ଅସୁବିଧା

Wednesday, April 24, 2019

(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ବିନା ମୋଜାରେ ଜୋତା ପିନ୍ଧିବା ଏକ ଫ୍ୟାଶନ ହୋଇଯାଇଛି। ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତେ ଷ୍ଟାଇଲିସ ଲୁକ୍ ପାଇବା ପାଇଁ ବିନା ମୋଜାରେ ଜୋତା ପିନ୍ଧୁଛନ୍ତି। ମୋଜା ନପିନ୍ଧି କେବଳ ଜୋତା ପିନ୍ଧିବା ଦ୍ଵାରା ଆପଣଙ୍କୁ ଏକ ଷ୍ଟାଇଲିସ ଲୁକ୍ ମିଳୁଥିଲେ ମଧ୍ୟ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

 

ଆପଣ ବି ଯଦି ମୋଜା ନପିନ୍ଧି ଜୋତା ପିନ୍ଧୁଛନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କଣ କଣ ପ୍ରଭାବ ପକାଇବ ଆସନ୍ତୁ ଜାଣିବା।

 

୧.ଝାଳ ଶୁଖିନଥାଏ: ସାଧାରଣତଃ ଗୋଟିଏ ଦିନ ମଧ୍ୟରେ ଆମ ପାଦରୁ ୩୦୦ମିଲିଲିଟର ଝାଳ ବୋହିଥାଏ। ତେଣୁ ମୋଜା ନପିନ୍ଧି ଜୋତା ପିନ୍ଧିବା ଦ୍ଵାରା ଏହି ଝାଳ ସହଜରେ ଶୁଖି ନଥାଏ। ତେଣୁ ପାଦରେ ଆଦ୍ରତା ବଢିଯାଇଥାଏ। ଏହାଫଳରେ ଆପଣଙ୍କ ଜୋତା ମଧ୍ୟରେ ବ୍ୟାକ୍ଟେରିଆ ବଢିବାକୁ ଲାଗିଥାଏ ଓ ଏଥଲିଟ ଫୁଟ୍ ପରି ସମସ୍ୟା ଦେଖିବାକୁ ମିଳିଥାଏ।

 

୨.ପାଦରେ ସଂକ୍ରମଣ ଜନିତ ସମସ୍ୟା ହୋଇଥାଏ: ପାଦରେ ବିନା ମୋଜାରେ ଲେଦର ଓ ସିନ୍ଥେଟିକ ଜୋତା ପିନ୍ଧିବା ଦ୍ଵାରା ଜୋତା ମଧ୍ୟରେ ଧୁଳି, ଝାଳ ଏକାଠି ହୋଇଯାଇଥାଏ। ଏହାଦ୍ଵାରା ପାଦରେ ସଂକ୍ରମଣ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ।

୩.ମୋଜା ସହିତ ଜୋତା ପିନ୍ଧନ୍ତୁ: ଯଦି ଆପଣ ପାଦରେ ତ୍ଵଚାଜନିତ ସମସ୍ୟାକୁ ଦୂରେଇ ରଖିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ସବୁବେଳେ ମୋଜା ସହିତ ଜୋତା ପିନ୍ଧନ୍ତୁ। ଏହାବ୍ୟତୀତ ଆପଣ ଜୋତା ପିନ୍ଧିବା ଆଗରୁ ପାଦରେ ଆଣ୍ଟିପର୍ସିପରେଣ୍ଟ ସ୍ପ୍ରେ ପକାନ୍ତୁ। ତେବେ ଯଦି ପାଦରେ ସାମାନ୍ୟ ସମସ୍ୟା ଦେଖାଦିଏ ଏହାକୁ ଅଣଦେଖା କରନ୍ତୁ ନାହିଁ।

 

୪.ରକ୍ତ ସଂଚାଳନ ଉପରେ ପ୍ରଭାବ ପଡିଥାଏ: ଶରୀର ସମସ୍ତ ଅଙ୍ଗ ସଠିକ ଭାବରେ କାମ କରିବା ପାଇଁ ଶରୀରରେ ସଠିକ ଭାବରେ ରକ୍ତ ସଂଚାଳନ ହେବା ଜରୁରୀ। ମୋଜା ପିନ୍ଧିବା ପାଦ ପାଇଁ ବହୁତ ଜରୁରୀ ହୋଇଥାଏ କିନ୍ତୁ ବହୁତ ଟାଇଟ୍ ମୋଜା ପିନ୍ଧନ୍ତୁ ନାହିଁ। ଅଧିକ ଟାଇଟ୍ ଜୋତା ପିନ୍ଧିବା  ଦ୍ଵାରା ପାଦରେ ସଠିକ ଭାବରେ ରକ୍ତ ସଂଚାଳନ ହୋଇପାରିନଥାଏ।

୫.ସଠିକ ସାଇଜର ମୋଜା ପିନ୍ଧନ୍ତୁ: କିଛି ଲୋକ ଷ୍ଟାଇଲିସ ଲୁକ୍ ଓ ପଇସା ବଞ୍ଚାଇବା ପାଇଁ ଏପରି ଜୋତା ପିନ୍ଧିଥାନ୍ତି ଯାହାକୁ ପିନ୍ଧିବା ପରେ ପାଦରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ। ସଠିକ ସାଇଜ୍ ର ଜୋତା ନପିନ୍ଧିଲେ ଆପଣଙ୍କ ପାଦରେ ଅନେକ ସମସ୍ୟା ଦେଖାଦେଇଥାଏ।

 

୬.ଏହି କଥା ଉପରେ ଧ୍ୟାନ ଦିଅନ୍ତୁ: ଅଧିକ ସମୟ ପର୍ଯ୍ୟନ୍ତ ପାଦରେ ମୋଜା ଓ ଜୋତା ପିନ୍ଧି ରୁହନ୍ତୁ ନାହିଁ। କିଛି କିଛି ସମୟ ବ୍ୟବଧାନରେ ଜୋତାରୁ ପାଦ କାଢି ବାହାରେ ରଖନ୍ତୁ। ଏହାସହିତ ମୋଜା କିଣିବା ସମୟରେ ଭଲ କ୍ଵାଲିଟିର ମୋଜା କିଣନ୍ତୁ।   

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon