ରେଲୱେ JE ପରୀକ୍ଷାରେ ଏମିତି ଦେଇ ପାରିବେ ନିଜ ଭାଷାରେ  ପରୀକ୍ଷା

Thursday, April 25, 2019

(ବେତାର ବ୍ୟୁରୋ) ରେଲୱେର ଜୁନିୟର ଇଞ୍ଜିନିୟର ପରୀକ୍ଷା ସମ୍ବନ୍ଧରେ ରେଲୱେ ରିକୃଟମେଣ୍ଟ ତରଫରୁ ନୂଆ ସୂଚନା ଜାରି କରାଯାଇଛି। ଯେଉଁ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିଛନ୍ତି ସେମାନେ ପରୀକ୍ଷାର ଭାଷା ପରିବର୍ତ୍ତନ କରିପାରିବେ। ପରୀକ୍ଷାର ଭାଷା ପରିବର୍ତ୍ତନ କରିବା ପାଇଁ ରେଲୱେ ତରଫରୁ ବୁଧବାର ଲିଙ୍କ ଆକ୍ଟିଭ କରାଯାଇଛି।

 

ରେଲୱେର ଅଫିସିଆଲ ୱେବସାଇଟରେ ଲଗଇନ କରି ମେ’ 1 ତାରିଖ ରାତି 11.59 ମଧ୍ୟରେ ଭାଷା ପରିବର୍ତ୍ତନ କରିପାରିବେ। ଯେଉଁମାନେ ପରୀକ୍ଷା ଭାଷାରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁନାହାନ୍ତି, ସେମାନେ ଆବେଦନ କରିବା ସମୟରେ ଯେଉଁ ଭାଷା ବାଛିଥିଲେ, ଏହାକୁ ରେଲୱେ ଅନ୍ତିମ ଚୟନ ବୋଲି ବିଚାର କରିବ।

 

ରେଲୱେର ଅଫିସିଆଲ ୱେବସାଇଟରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ପ୍ରାର୍ଥୀ ଇଂରାଜୀ ଭାଷା ବ୍ୟତୀତ ଆବେଦନ କରିବା ସମୟରେ ଯେଉଁ ଭାଷା ଚୟନ କରିଥିଲେ ସେହି ଭାଷାରେ ପ୍ରଶ୍ନ ପତ୍ର ଦେଖିପାରିବେ। ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷା ହିନ୍ଦୀ, ଆସାମୀ, ଉର୍ଦ୍ଦୁ, ବଙ୍ଗାଳୀ, ଗୁଜୁରାତି, କନ୍ନଡ, କୋଙ୍କଣୀ, ମାଲୟାଲମ, ମଣିପୁରୀ, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ ଓ ତେଲୁଗୁ ଭାଷାରେ ଆୟୋଜିତ କରାଯିବ।

 

କିପରି ଭାଷା ପରିବର୍ତ୍ତନ କରିବେ

. ପରୀକ୍ଷା ଭାଷା ପରିବର୍ତ୍ତନ କରିବା ପାଇଁ ରେଲୱେର ଅଫିସିଆଲ ୱେବସାଇଟ http://www.rrbcdg.gov.in/ ରେ ଲଗଇନ କରନ୍ତୁ।

 

.ଏହାପରେ ୱେବସାଇଟରେ ଥିବା Click here for selecting choice of exam language under CEN 03/2018. Link will be live from 10:00 hrs 24-04-2019 to 23:59hrs 01-05-2019 ଲିଙ୍କ ଉପରେ କ୍ଲିକ କରନ୍ତୁ।

 

.ଏହାପରେ ଏକ ନୂଆ ପେଜ୍ ଖୋଲିବ ଓ ଏଥିରେ ଥିବା  Click here to confirm/modify your exam language ଅପ୍ସନ ଉପରେ କ୍ଲିକ କରନ୍ତୁ। ଆପଣ ଯେଉଁ ରେଲୱେ ବୋର୍ଡରେ ଆବେଦନ କରିଛନ୍ତି ତାହାକୁ ଚୟନ କରି ଲଗଇନ କରନ୍ତୁ ଓ ଭାଷା ପରିବର୍ତ୍ତନ କରନ୍ତୁ।

 

ସୂଚନାଯୋଗ୍ୟ ଯେ, ରେଲୱେ ତରଫରୁ ୧୩,୪୮୭ଟି ଜୁନିୟର ଇଞ୍ଜିନିୟର ପଦରେ ଆବେଦନ କରିବା ପାଇଁ ଡିସେମ୍ବର ମାସର ଶେଷରେ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ଜାନୁୟାରୀ ୨ରୁ ଆରମ୍ଭ ହୋଇ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା।

 

ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷା ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇନାହିଁ। ପ୍ରାର୍ଥୀଚୟନ ପାଇଁ ଦୁଇ ସ୍ତରରେ କମ୍ପ୍ୟୁଟର ପରୀକ୍ଷା  ଆୟୋଜିତ  କରାଯିବ। ଯେଉଁ ପ୍ରାର୍ଥୀମାନେ CBT 1ରେ ପାସ କରିବେ ସେମାନେ CBT2ରେ ପରୀକ୍ଷା ଦେବେ। CBT1 ରେ ପ୍ରାର୍ଥୀଙ୍କୁ 100ଟି ପ୍ରଶ୍ନର ଉତ୍ତର ଦେବା ପାଇଁ 90ମିନିଟ ସମୟ ଦିଆଯିବ। କିନ୍ତୁ ଦିବ୍ୟାଙ୍ଗ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ 120ମିନିଟ ସମୟ ମିଳିବ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon