ଯୁବକଙ୍କ ଫୋନ ଛଡାଇ ନେଇଥିବାରୁ ସଲମାନ ଖାନଙ୍କ ବିରୋଧରେ ମାମଲା ରୁଜୁ

Friday, April 26, 2019

(ବେତାର ବ୍ୟୁରୋ) ବଲିଉଡର ସୁପରଷ୍ଟାର ସଲମାନ ଖାନ ଆଜିକାଲି ନିଜର ଆଗାମୀ ଫିଲ୍ମ 'ଭାରାତ'କୁ ନେଇ ଖୁବ ଚର୍ଚ୍ଚାରେ ଓ ବ୍ୟସ୍ତରେ ରହୁଛନ୍ତି। ଇତିମଧ୍ୟରେ ସଲମାନ ଖାନ ପୁଣିଥରେ ବିବାଦରେ ଫଶିଯାଇଛନ୍ତି। ଜଣେ ଯୁବକଙ୍କୁ ଗାଳି କରିବା ସହିତ ତାଙ୍କ ଫୋନ ଛଡାଇ ନେଇଥିବାରୁ ପିଡୀତ ଯୁବକ ସଲମାନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

 

ମୁମ୍ବାଇ ମିରର ଖବର କାଗଜରେ ପ୍ରକାଶିତ ଖବର ମୁତାବକ, ଜଣେ ଯୁବକ ସଲମାନ ଖାନଙ୍କ ବିରୁଦ୍ଧରେ ମୁମ୍ବାଇର ଡିଏନ ନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ସଲମାନ ଖାନ ତାଙ୍କ ସହିତ ଖରାପ ବ୍ୟବହାର କରିବା ସହିତ ତାଙ୍କ ହାତରୁ ମୋବାଇଲ ଛଡାଇ ନେଇଥିଲେ ବୋଲି ଯୁବକ ଜଣକ ଅଭିଯୋଗ କରିଛନ୍ତି। ସଲମାନ ଖାନ ସାଇକେଲ ଚଲାଉଥିବା ସମୟରେ ଯୁବକ ଜଣକ ଟଙ୍କାର ଭିଡିଓ ରେକର୍ଡିଙ୍ଗ କରୁଥିଲେ।

ସୂଚନା ମୁତାବକ, ଅପ୍ରେଲ 24 ତାରିଖ ବୁଧବାର ସଲମାନ ଖାନ ମୁମ୍ବାଇର ଲିଙ୍କିଙ୍ଗ ରୋଡରେ ସାଇକେଲ ଚଳାଇ ଫିଲ୍ମ ସେଟରୁ ଫେରୁଥିଲେ। ସଲମାନ ଖାନଙ୍କୁ ଦେଖିବା ପାଇଁ ଅନେକ ଫ୍ୟାନ ମଧ୍ୟ ତାଙ୍କ ପଛେ ପଛେ ଆସୁଥିଲେ। ସଲମାନ ଖାନଙ୍କ ପଛରେ ତାଙ୍କ ବଡିଗାର୍ଡ ମାନେ ମଧ୍ୟ ବାଇକ୍ ରେ ଆସୁଥିଲେ।

 

ଏହି ସମୟରେ ସଲମାନ ଖାନଙ୍କର ଜଣେ ପ୍ରଶଂସକ ତାଙ୍କ ଭିଡିଓ କରିବାକୁ ଲାଗିଲେ। ରିପୋର୍ଟ ମୁତାବକ ସଲମାନ ଖାନଙ୍କୁ ଯୁବକଙ୍କର ଏହି କାମ ବିଲକୁଲ ପସନ୍ଦ ଆସିନଥିଲା ଓ ସେ ସଙ୍ଗେ ସଙ୍ଗେ ଯୁବକଙ୍କର ହାତରୁ ଫୋନ ଛଡାଇ ନେଇଥିଲେ।

 

ଅନ୍ୟପଟେ ସଲମାନ ଖାନଙ୍କ ବଡିଗାର୍ଡ ମଧ୍ୟ ଉକ୍ତ ଯୁବକଙ୍କ ବିରୁଦ୍ଧରେ କ୍ରସ୍ କମ୍ପ୍ଲେନ କରିଛନ୍ତି। ସଲମାନଙ୍କ ବଡିଗାର୍ଡ ଏହି ଅଭିଯୋଗରେ କହିଛନ୍ତି ଯେ, ଉକ୍ତ ବ୍ୟକ୍ତି ଜଣକ ସଲମାନଙ୍କ ପିଛା କରୁଥିଲେ ଓ ତାଙ୍କ ବିନା ଅନୁମତିରେ ତାଙ୍କର ଭିଡିଓ କରୁଥିଲେ। କିନ୍ତୁ  ସେହି ବ୍ୟକ୍ତି ଜଣକ ନିଜ ଅଭିଯୋଗରେ କହିଛନ୍ତି ଯେ, ସେ ସଲମାନ ଖାନଙ୍କ ବଡିଗାର୍ଡଙ୍କ ଠାରୁ ଅନୁମତି ନେଇ ସେ ଭିଡିଓ କରିଥିଲେ।

 

ଏହି ଅଭିନେତା ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ 'ଭାରତ'କୁ ନେଇ ବହୁତ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମଟି ଆସନ୍ତା ଜୁନ 5ରେ ସମଗ୍ର ଦେଶରେ ରିଲିଜ ହେବ। ନିକଟରେ ଫିଲ୍ମର ଟ୍ରେଲର ଓ ଗୀତ ରିଲିଜ କରାଯାଇଛି। ଏହି ଫିଲ୍ମରେ ସଲମାନ ଖାନଙ୍କ ସହିତ କାଟ୍ରିନା କୈଫ, ଦିଶା ପଟାନୀ, ସୁନୀଲ ଗ୍ରୋଭର ଓ ତବ୍ବୁଙ୍କୁ ଦେଖିବାକୁ ମିଳିବ।  

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon