ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ ବାସି ଭାତ

Monday, April 29, 2019

(ବେତାର ବ୍ୟୁରୋ) ସାଧାରଣତଃ ବାସି ଖାଦ୍ୟ ଖାଇବାକୁ ଆମେ ପସନ୍ଦ କରି ନ ଥାଉ। ଅନେକ ଏହାକୁ ଅସ୍ଵାସ୍ଥ୍ୟକର କହିଥାନ୍ତି । ଯଦିଓ ବାସି ପଖାଳ ଖାଇବା ଓଡିଶାରେ ଦେଖିବାକୁ ମିଳେ, ଅନେକ ଆଜିକାଲି ସଜ ଭାତରେ ପାଣି ପୁରାଇ ପଖାଳ କରି ଖାଇଥାନ୍ତି । 

 

ଏପରକି ଅନେକ ସମୟରେ ବଳକା ଭାତକୁ ଲୋକେ ଫୋପାଡି ଦେଇଥାନ୍ତି । କାରଣ ବାସି ଭାତ ଖାଇବା ଶରୀର ପାଇଁ କ୍ଷତିକାରକ ବୋଲି ଅନେକ ଲୋକ ଭାବିଥାନ୍ତି ।

 

ତେବେ ବାସ୍ତବରେ ବାସି ଭାତ ଖାଇବା ଦ୍ୱାରା ଆମ ଶରୀରର କୌଣସି ପ୍ରକାର କ୍ଷତି ହୋଇନଥାଏ । ବରଂ ଏହା ଆମ ଶରୀରରେ ଥିବା କେତେକ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ବାସି ଭାତ ଖାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ ।

 

ଭିଟାମିନ, ମିନେରାଲ

ଆସାମ ଏଗ୍ରିକଲ୍ଚର ୟୁନିଭର୍ସିଟିର ଏକ ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଛି ଯେ ବାସି ଭାତରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ । ଯଦି ଆପଣ ୧୦୦ ଗ୍ରାମର ଗରମ ଭାତ ଖାଉଛନ୍ତି । ତାହା ହେଲେ ସେଥିରୁ ୩.୪ ମିଲିଗ୍ରାମ ଆଇରନ ମିଳିଥାଏ । କିନ୍ତୁ ଏହି ଭାତକୁ ଯଦି ଗୋଟିଏ ରାତି ରଖି (ପାଖାପାଖି ୧୨ ଘଣ୍ଟା )ପରଦିନ ସକାଳେ ପ୍ରାତଃଭୋଜନରେ ଖାଇବେ ତେବେ ଏଥିରେ ଆଇରନର ଭାଗ ବଢି ୭୩.୯୧ ପ୍ରତିଶତରେ ପହଞ୍ଚିଥାଏ ।

 

କେବଳ ଆଇରନ ଭାଗ ନୁହେଁ ବାସୁ ଭାତରେ ସୋଡିୟମ, ପୋଟାସିୟମ, କ୍ୟାଲସିୟମର ପଣିମାଣ ମଧ୍ୟ ବୃଦ୍ଧିପାଇଥାଏ ।

 

ପେଟ ରୋଗ ଦୂର

ବାସି ଭାତରେ ଅଧିକା ମାତ୍ରାରେ ଫାଇବର ରହିଥାଏ । ଯାହା କୋଷ୍ଟାକାଠିନ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ଏହାଛଡା ପେଟ ଗରମ ହୋଇ ଯେଉଁ ସବୁ ସମସ୍ୟା ଦେଖାଯାଇଥାଏ ତାହା ବାସି ଭାତ ଖାଇବା ଦ୍ୱାରା ଦୂର ହୋଇଥାଏ ।

 

ଆଲର୍ଜି

ଯଦି ଆପଣଙ୍କୁ ଆଲର୍ଜି ଭଳି କୋଣସି ସମସ୍ୟା ଦେଖାଯାଉଛି । ତାହା ହେଲେ ସପ୍ତାହରେ ତିନିଥର ବାସି ଭାତ ସେବନ କରନ୍ତୁ । ଏଭଳି କରିବା ଦ୍ୱାରା ଆଲର୍ଜି ସମସ୍ୟାରୁ ମୁକ୍ତି ପାଇ ପାରିବେ । ବାସି ଭାତ ଖାଇବାଦ୍ୱାରା ଘା’ ମଧ୍ୟ ଶୀଘ୍ର ଶୁଖିଥାଏ ।

 

ମାନସିକ ଚାପ ହଟେ

ଯଦି ଆପଣ ଚା ବା କଫି ପିଇବା ଦ୍ୱାରା ଚିନ୍ତିତ ରହୁଛନ୍ତି । ତା’ହେଲେ ଆପଣ ପ୍ରତିଦିନ ସକାଳୁ ଉଠି ବାସି ଭାତ ସେବନ କରନ୍ତୁ । ଯାହା ଫଳରେ ଆପଣ ଏହି ଅଭ୍ୟାସରୁ ମୁକ୍ତି ପାଇ ପାରିବେ । ଆପଣ ଫ୍ରେସ ଅନୁଭବ କରିବେ 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon