ଜାଣନ୍ତୁ : ମୋବାଇଲ ଫୋନ ସାଇଲେଣ୍ଟ ମୋଡରେ ଥିଲେ କିପରି ଖୋଜିବେ

Tuesday, April 30, 2019

(ବେତାର ବ୍ୟୁରୋ) ଆଧୁନିକ ଯୁଗରେ ମୋବାଇଲ ଫୋନ ଆମ ଜୀବନର ଏକ ଅଂଶ ପାଲଟି ଯାଇଛି। ଅଧିକାଂଶ କାମ ଆମେ ମୋବାଇଲର ବ୍ୟବହାର କରି ଖୁବ ଶୀଘ୍ର ଓ ସହଜରେ କରିପାରୁଛେ। ଯଦି ଆପଣଙ୍କର ମୋବାଇଲ ହଜିଯାଏ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଅନେକ ଥର ଏପରି ହୋଇଥାଏ ଯେ, ଫୋନକୁ ସାଇଲେଣ୍ଟ ମୋଡରେ ରଖି କେଉଁସ୍ଥାନରେ ଭୁଲିଯାଇଥାଉ। ଏପରି ସମୟରେ ମୋବାଇଲ ଖୋଜିବା ବହୁତ କଠିନ ହୋଇଥାଏ।

 

ଯଦି ଆପଣ ମଧ୍ୟ ନିଜ ଫୋନକୁ ସାଇଲେଣ୍ଟ ମୋଡରେ ରଖି କେଉଁ ସ୍ଥାନରେ ଭୁଲିଯାଇଛନ୍ତି ତେବେ ଫୋନକୁ କିପରି ଖୋଜିବେ ଆସନ୍ତୁ ଜାଣିବା।

 

ଆଣ୍ଡ୍ରଏଡ ଡିଭାଇସ ମ୍ୟାନେଜର

ସାଇଲେଣ୍ଟ ମୋଡରେ ମୋବାଇଲ ଥାଇ ହଜିଯାଇଥିଲେ ଆପଣ ଆଣ୍ଡ୍ରଏଡ ଡିଭାଇସ ମ୍ୟାନେଜରର ବ୍ୟବହାର କରିପାରିବେ। ପ୍ରଥମେ ଆଉ ଏକ ଫୋନ୍‌ରୁ ଇଣ୍ଟରନେଟ୍‌ ବ୍ରାଉଜର ଖୋଲନ୍ତୁ। ତାପରେ ଆଣ୍ଡ୍ରଏଡ ଡିଭାଇସ୍‌ ମ୍ୟାନେଜର ଦ୍ଵାରା ସେଥିରେ ଫାଇଣ୍ଡ ମାଇ ଫୋନ୍‌ ଲେଖନ୍ତୁ। ଏହା ପରେ ଗୁଗୁଲ ଆଇଡିରେ ସାଇନ୍‌ ଇନ୍‌ କରିବା ପାଇଁ ଅପ୍ସନ ଆସିବ। ସେଥିରେ ନିଜ ଫୋନ ଆଇଡି ବ୍ୟବହାର କରି ସାଇନ ଇନ କରନ୍ତୁ। ଏଥିରେ ରିଙ୍ଗ, ଲକ୍‌ ଓ ଇରେଜ ଅପସନ ଆସିବ। ତେବେ ଫୋନ ଖୋଜିବା ପାଇଁ ରିଙ୍ଗ ଅପସନରେ କ୍ଲିକ୍‌ କରିଲେ ସାଇଲେଣ୍ଟ ଥିବା ଫୋନ୍‌ ରିଙ୍ଗ ହେବ।  ଏହା ବ୍ୟତୀତ ଫୋନ ହଜିଲେ ସେଥିରୁ ଡାଟା ଇରେଜ କରିବା ସହ ଲକ୍‌ ମଧ୍ୟ କରିହେବ।

Ring My Droid ଆପର ବ୍ୟବହାର

ପ୍ରଥମେ ଆପଣ ପ୍ଲେଷ୍ଟୋରରୁ Ring My Droid ଆପ୍ ଇନଷ୍ଟଲ କରନ୍ତୁ। ଏହାପରେ ଆପକୁ ଖୋଲି ପାସୱାର୍ଡ ରଖନ୍ତୁ। ଏହାପରେ ଯେତେବେଳେ ଆପଣଙ୍କ ଫୋନ ସାଇଲେଣ୍ଟ ମୋଡରେ ଥାଇ ହଜିଯିବ ସେତେବେଳେ ଅନ୍ୟଏକ ମୋବାଇଲରୁ Ring My Droidର ପାସୱାର୍ଡ ଲେଖି ମେସେଜ କରନ୍ତୁ। ମେସେଜ ପହଞ୍ଚିବା ମାତ୍ରେ ଆପଣଙ୍କ ଫୋନ ରିଙ୍ଗ୍ ହେବ ଓ ଆପଣ ସହଜରେ ମୋବାଇଲ ପାଖରେ ପହଞ୍ଚି ପାରିବେ। ମୋବାଇଲ ପାଇବା ପରେ ଏହି ଆପକୁ  ଖୋଲି found phone ଅପ୍ସନ ଉପରେ କ୍ଲିକ କରନ୍ତୁ ଓ ଏହାପରେ ମୋବାଇଲ ରିଙ୍ଗ କରିବା ବନ୍ଦ ହୋଇଯିବ।

 

କ୍ଲାପ୍ ଆପର ବ୍ୟବହାର

ବେଳେବେଳେ ଏପରି ହୋଇଥାଏ ଯେ, ଆପଣଙ୍କ ମୋବାଇଲ ସାଇଲେଣ୍ଟ ରହିବା ସହିତ ଫ୍ଲାଇଟ ମୋଡରେ ମଧ୍ୟ ରହିଯାଇଥାଏ। ଏପରି ସମୟରେ ଉପରୋକ୍ତ ଦୁଇଟି ଉପାୟ କାମ କରିବ ନାହିଁ। ଏଥିପାଇଁ ଆପଣ ମୋବାଇଲରେ କ୍ଲାପ ଆପ୍ ଡାଉନଲୋଡ କରନ୍ତୁ। ଏହି ଆପର ବିଶେଷତ୍ଵ ହେଉଛି ଏହା ତାଳି ବଜାଇବାର ଶୈଳୀ ଓ ଶବ୍ଦ ଉପରେ କାମ କରିଥାଏ। ଏଥିପାଇଁ ଇଣ୍ଟରନେଟ ଓ ମେସେଜର ମଧ୍ୟ ଆବଶ୍ୟକତା ହୋଇନଥାଏ।

 

କେତୋଟି ତାଳି ବାଜିବା ପରେ ଆପଣଙ୍କ ଫୋନ ରିଙ୍ଗ୍ ହେବ ସେଥିପାଇଁ ତାଳି ସେଟ୍ କରିବାକୁ ପଡିବ। ଏହାକୁ ସେଟ କରିବା ପରେ ଯେବେବି ଆପଣଙ୍କ ଫୋନ କେଉଁ ସ୍ଥାନରେ ରଖି ଭୁଲିଯାଇଥିବେ ସେତେବେଳେ ସଠିକ ସଂଖ୍ୟାର ତାଳି ମାରନ୍ତୁ। ଏହାପରେ ଆପଣଙ୍କର ଫୋନ ରିଙ୍ଗ୍ ହେବ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon