ଶିଶୁ ଅଧିକ ସମୟ ଟିଭି,ମୋବାଇଲ ଦେଖୁଛି କି ? ଆପଣାନ୍ତୁ ଏହି ଉପାୟ

Tuesday, April 30, 2019

(ବେତାର ବ୍ୟୁରୋ) ଘରେ କାମ କରିବା ସମୟରେ ଛୋଟପିଲାମାନେ ବହୁତ ହଇରାଣ କରିଥାନ୍ତି, ଏହି ସମୟରେ ଅବିଭାବକମାନେ ସେମାନଙ୍କୁ ଟିଭି ସାମ୍ନାରେ ବସେଇ ଦେଇଥାନ୍ତି କିମ୍ବା ମୋବାଇଲ ଧରେଇ ଦେଇଥାନ୍ତି। କିନ୍ତୁ ଏପରି କରିବା ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ନିକଟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ(WHO) ତରଫରୁ ଗାଇଡଲାଇନ ଜାରି କରାଯାଇ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଛୋଟ ପିଲାଙ୍କର ଜୀବନର ଅଂଶ ନକରିବା ପାଇଁ କୁହାଯାଇଛି।

 

ବିଶେଷ କରି ପାଞ୍ଚ ବର୍ଷରୁ କମ ବୟସର ପିଲାଙ୍କୁ ଏସବୁ ଜିନିଷରୁ ଦୂରେଇ ରଖିବା ଉଚିତ। ଯଦି ଆପଣଙ୍କର ପିଲାମଧ୍ୟ ସବୁବେଳେ ଟିଭି ସାମ୍ନାରେ ବସୁଥାଏ କିମ୍ବା ମୋବାଇଲର ବ୍ୟବହାର କରୁଥାଏ ତେବେ ସେମାନଙ୍କର ଏହି ଅଭ୍ୟାସ କିପରି ଦୂର କରିବେ ଆସନ୍ତୁ ଜାଣିବା।

 

୧.ଟିଭି ଦେଖିବା ପାଇଁ ସମୟ ବାଛନ୍ତୁ: ପିଲାମାନଙ୍କୁ ସଂପୂର୍ଣ୍ଣ ଭାବରେ ଟିଭି ଦେଖିବା ପାଇଁ ବ୍ୟାନ କରନ୍ତୁ ନାହିଁ। ବରଂ ଟିଭି ଦେଖିବା ଏକ ନିର୍ଦ୍ଧିଷ୍ଟ ସମୟସୀମା ଠିକ କରନ୍ତୁ। ସେମାନଙ୍କୁ ଏକ ସମୟସୂଚୀ ଅନୁଯାୟୀ ଟିଭି ଦେଖିବାକୁ ଅନୁମତି ଦେଲେ ସେମାନଙ୍କର ଅଧିକ ସମୟ ଟିଭି ଦେଖିବା ଅଭ୍ୟାସ ଦୂର ହୋଇଯାଇଥାଏ। ତେବେ ବେଳେବେଳେ ଏହି ସମୟସୂଚୀ ଉପରେ ସାମାନ୍ୟ କୋହଳ ମଧ୍ୟ କରନ୍ତୁ।

 

୨.ପିଲାଙ୍କ ସହିତ ଖେଳନ୍ତୁ: ପିଲାମାନଙ୍କ ସହିତ କେହି ଖେଳିନଥିଲେ ବା ସେମାନଙ୍କ ସହିତ ସମୟ ବିତାଊ ନଥିଲେ ସେମାନଙ୍କର ଟିଭି ଦେଖିବା ଅଭ୍ୟାସ ବଢିଯାଇଥାଏ। ତେଣୁ ନିଜର ଦୈନନ୍ଦିନ କାର୍ଯ୍ୟରୁ ସମୟ ବାହାର କରି ପିଲାଙ୍କ ସହିତ ଖେଳନ୍ତୁ। ଏପରି କରିବା ଦ୍ଵାରା ପିଲାଙ୍କ ଧ୍ୟାନ ଟିଭି ପାଖରୁ ଦୂରେଇ ଯିବ।

୩.ପିଲାଙ୍କ ସହ କଥା ହୁଅନ୍ତୁ: ଟିଭିରେ କେଉଁ ପ୍ରୋଗ୍ରାମ ଦେଖିବାକୁ ପିଲାମାନେ ପସନ୍ଦ କରୁଛନ୍ତି ତାହା ପଚାରନ୍ତୁ। ସେମାନଙ୍କ ସହିତ ବସି ଆପଣ ମଧ୍ୟ ସେହି ପ୍ରୋଗ୍ରାମ ଦେଖନ୍ତୁ। ଯଦି ଆପଣଙ୍କୁ ଲାଗୁଛି ଯେ, ଏହି ପ୍ରୋଗ୍ରାମ ପିଲାଙ୍କ ପାଇଁ ଉପଯୁକ୍ତ ନୁହେଁ ତେବେ ପିଲାଙ୍କୁ ଅନ୍ୟ ପ୍ରୋଗ୍ରାମ ଦେଖାନ୍ତୁ। ଆପଣ ଏପରି କାହିଁକି କାଲେ ତାହା ମଧ୍ୟ ବୁଝାନ୍ତୁ। ଏସବୁ କଥାକୁ ନେଇ ପିଲାଙ୍କୁ ପାଟି କରନ୍ତୁ ନାହିଁ।

 

୪.ଭଲ ଉଦାହରଣ ସୃଷ୍ଟି କରନ୍ତୁ: ପିଲାମାନେ ଘରର ଅନ୍ୟ ସଦସ୍ୟଙ୍କୁ ଦେଖି ସମସ୍ତ କଥା ଶିଖିଥାନ୍ତି। ଯଦି ଆପଣ  ପିଲାଙ୍କ ଆଗରେ ଅଧିକ ସମୟ ଟିଭି ଦେଖୁଛନ୍ତି ତେବେ ସେ ମଧ୍ୟ ଆପଣଙ୍କ ଥାରୁ ଶିଖି ଅଧିକ ସମୟ ଟିଭି ଦେଖିବା ଆରମ୍ଭ କରିଦେବେ। ତେଣୁ ଆପଣ ପିଲାମାନଙ୍କ ଆଗରେ ଏକ ଉଦାହରଣ ସୃଷ୍ଟି  କରନ୍ତୁ ଓ ପିଲାମାନଙ୍କ ଆଗରେ ଅଧିକ ସମୟ ଟିଭି ନଦେଖି ଖବର କାଗଜ ବା ବହି ପଢନ୍ତୁ।

 

୫.ଶୋଇବା ଆଗରୁ ଦେଖାନ୍ତୁ ନାହିଁ ଏପରି ପ୍ରୋଗ୍ରାମ : ପିଲାମାନେ ଶୋଇବା ଆଗରୁ ସେମାନଙ୍କୁ କୌଣସି ହିଂସକ ଓ ଭୟଙ୍କର ପ୍ରୋଗ୍ରାମ ଦେଖନ୍ତୁ ନାହିଁ। ଏହା ପିଲାଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ସବୁବେଳେ ଚେଷ୍ଟା କରନ୍ତୁ ଯେମିତି ସେ ଶୋଇବା  ଆଗରୁ ଟିଭି ଦେଖିବେ ନାହିଁ। ସବୁଠାରୁ ଉତ୍ତମ ଉପାୟ ହେଉଛି ପିଲାଙ୍କ ଶୋଇବା ଘରେ ଟିଭି ରଖନ୍ତୁ ନାହିଁ।    

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon