ବାତ୍ୟା ପୂର୍ବରୁ ଆଳୁ ଦର 2ଗୁଣ ବଢିଲା; ପ୍ରଶାସନ ଏମିତି ନେଉଛି ପଦକ୍ଷେପ

(ବେତାର ବ୍ୟୁରୋ) ବାତ୍ୟା ଆସିଲେ ସତେ ଯେମିତି ପରିବା ବ୍ୟବସାୟୀଙ୍କ ପାଇଁ ପର୍ବପର୍ବାଣି ନେଇ ଆସେ । ବାତ୍ୟାର ତାଣ୍ଡବ ଲୀଳା ଆରମ୍ଭ ନ ହେଉଣୁ ବଢି ଚାଲେ ହୁ ହୁ ହେଇ ଦର । ଏଥର ମଧ୍ୟ ସେଇଆ ହେଇଛି । ମହାବାତ୍ୟା ‘ଫଣି’ଓଡିଶାରେ ଏହାର ପ୍ରଭାବ ବିସ୍ତାର କରିବାର 24 ଘଣ୍ଟାପୂର୍ବରୁ ଆଳୁ ଦର କିଲୋପିଛା ପ୍ରାୟ ଦେଢରୁ ଦୁଇଗୁଣ ଦରରେ ବିକ୍ରି ହେଉଛି ।

 

ଭୁବନେଶ୍ୱର, ପୁରୀ ସମେତ ସମସ୍ତ ଉପକୂଳ ଜିଲ୍ଲା ଓ ସହରମାନଙ୍କରେ ଆଳୁ କିଲୋ ଟ.14-15 ରୁ ବଢି ଏବେ ଟ.22-30 ଟଙ୍କାଦରରେ ବିକ୍ରି ହେଉଛି । ଏପରିକି ଅନେକ ସ୍ଥାନରେ ବଜାରରେ ଆଲୁ ପହଞ୍ଚୁ ନ ଥିବାର ଅନେକ ଖାଉଟି ଅଭିଯୋଗ କରିଛନ୍ତି । ସେହିପରି ପିଆଜ, ଗୁଡ, ଚୂଡା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟ ମୂଲ୍ୟ ବଢି ଚଢା ଦରରେ ବିକ୍ରି ହେଉଛି ।

 

ତେବେ ଏ ନେଇ ପ୍ରଶାସନ ଜାଗ୍ରତ ଅଛି । ରାଜ୍ୟ ପ୍ରାଶନସ ତରଫରୁ ନିଯାଇଥିବା ନିଷ୍ପତ୍ତି ନୁସାରେ ବାତ୍ୟା ପରେ ଗଛ ଉପୁଡି ଯୋଗାଯୋଗ ବ୍ୟାହତ ହେବାର ଆଶା ଥିବାରୁ  ବ୍ୟବସାୟୀମାନେ ଆଗୁଆ ସାମଗ୍ରୀ ଆଣି ଗଚ୍ଛିତ ରଖିବେ। ସଙ୍କଟ ସମୟରେ ବଜାର ଦରରେ ହିଁ ସେଗୁଡିକୁ ବିକ୍ରି କରିବେ।

 

ନିଆଯିବ କାର୍ଯ୍ୟାନୁଷ୍ଠାନ 

ଯଦିକେହି ଅଧିକ ଦରରେ ବିକ୍ରି କରନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ୟବସାୟୀମାନେ ସେମାନଙ୍କ ଷ୍ଟକ ସମ୍ପର୍କରେ ଯୋଗାଣ ଅଧିକାରୀଙ୍କୁ ନିୟମିତ ବ୍ୟବଧାନରେ ଅବଗତ କରୁଥିବେ। ପ୍ରଶାସନ ତରଫରୁ ବ୍ୟବସାୟୀଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯିବ।

 

ସେହିପରି ବିପନ୍ନମାନଙ୍କ ନିମନ୍ତେ ଯଥେଷ୍ଟ ଶୁଖିଲା ଖାଦ୍ୟ, ଚୁଡ଼ା, ଗୁଡ଼ ଓ ଚାଉଳ ଆଦି ମହଜୁଦ ରଖିବା ସହ ପେଟ୍ରୋଲ୍‌ ପମ୍ପ୍‌ରେ ଇନ୍ଧନ ମହଜୁଦ ରଖିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।ଗୃହପାଳିତ ପଶୁପକ୍ଷୀମାନଙ୍କ ପାଇଁ ଆଶ୍ରୟସ୍ଥଳୀ, ଖାଦ୍ୟ ସାମଗ୍ରୀ ଓ ଔଷଧ ମହଜୁଦ ରଖିବା ପାଇଁ ସିଡିଭିଓଙ୍କୁ ପରାମର୍ଶ ଦିଆଯାଇଛି।

 

ଗ୍ରାମାଞ୍ଚଳ ଜଳଯୋଗାଣ

ରାସ୍ତାଘାଟ,ଯୋଗାଯୋଗ ବାତ୍ୟା ପ୍ରକୋପରେ ଗଛ ଉପୁଡ଼ି ଯୋଗାଯୋଗ ବିଚ୍ଛିନ୍ନ ହେଲେ ରାସ୍ତାଘାଟ ସଫା କରିବା ପାଇଁ ପୂର୍ତ୍ତ ବିଭାଗ ତରଫରୁ ମାନବ ସମ୍ବଳ ଓ ଜେସିବି ବ୍ୟବସ୍ଥା, ବିଜୁଳି ସରବରାହ ବ୍ୟାହତ ହେଲେ ଗ୍ରାମାଞ୍ଚଳରେ ଗ୍ରାମ୍ୟ ଜଳଯୋଗାଣ ତରଫରୁ ପାନୀୟ ଜଳ ଯୋଗାଣ ଅବ୍ୟାହତ ରଖିବା ପାଇଁ ଜେନେରଟର ବ୍ୟବସ୍ଥା, ଓ୍ଵାଟର୍‌ ଟ୍ୟାଙ୍କର୍‌ ବ୍ୟବସ୍ଥା ସମ୍ପର୍କରେ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି।


ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୨୫୪ଟି ସ୍କୁଲ୍‌ ଗୃହକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇ ଆଶ୍ରିତମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ, ପିଇବା ପାଣି, ପରିମଳ ଓ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

 

ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୨୫୪ଟି ସ୍କୁଲ୍‌ ଗୃହକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇ ଆଶ୍ରିତମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ, ପିଇବା ପାଣି, ପରିମଳ ଓ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon