ବେତାର ଉତ୍ତର : କାହିଁକି ବଢୁଛି ଭାରତରେ ଗଧକ୍ଷୀର ଚାହିଦା

Saturday, May 11, 2019

(ବେତାର ବ୍ୟୁରୋ) ପରିଶ୍ରମୀ ଗଧ ହୁଏତ ଥଟ୍ଟା ମଜାର ବିଷୟ ହୋଇଥାଇପାରେ କିନ୍ତୁ ଗଧର ଗୁଣ ବିଷୟରେ ବହୁତ କମ୍ ଲୋକ ଜାଣିଥିବେ। ଗଧ କ୍ଷୀରରେ ବହୁତ ଔଷଧୀୟ ଗୁଣ ରହିଥାଏ। ଏହି କ୍ଷୀର ଅନେକ ଜୈବିକ ସଂକ୍ରମଣ ଏବଂ ସଂକ୍ରମିତ ମନୁଷ୍ୟର ହେପାଜତ କରିଥାଏ ।

 

ପୂର୍ବରୁ ଲୋକେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଗଧ କ୍ଷୀରରେ ଗାଧୋଇବା କଥା ଶୁଣାଯାଉଥିଲା। ହେଲେ ଏବେ ୨ହଜାର ବର୍ଷ ପରେ ପୁଣିଥରେ ଏହି ଗଧ କ୍ଷୀରର ଚାହିଦା ବଢିଥିବା ଜଣାପଡିଛି। ପ୍ରସାଧନ ସାମଗ୍ରୀ ତିଆରି ସହ ଲୋକେ ଏହାକୁ ଖାଦ୍ୟରୂପେ ବ୍ୟବହାର କରୁଥିବା ଜଣାପଡିଛି।

 

ଏବେ ଏହି କ୍ଷୀରର 100 ମିଲିଲିଟରର ଦାମ୍‌ 700 ଟଙ୍କାରେ ବିକ୍ରି କରାଯାଉଛି। କୋଚି, ପୁଣେ ଓ ଦିଲ୍ଲୀ ରେ ଗଧ କ୍ଷୀର ବିକ୍ରି ହେଉଥିବା କୁହାଯାଏ।

 

କାହିଁକି ବଢୁଛି ଚାହିଦା  

ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀର ପାଇଁ ଲାଭଦାୟକ ବୋଲି ଚିକିତ୍ସକମାନେ ମତ ଦେଇଛନ୍ତି। ଏଥିରେ ଆଣ୍ଟି ଏଜିଂ ତତ୍ତ୍ୱ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି। ଗାଈ କ୍ଷୀର ଅପେକ୍ଷା ଏଥିରେ କମ୍‌ ପରିମାଣରେ ଫ୍ୟାଟ୍‌ ରହୁଥିବାରୁ ଏହା ଶିଶୁମାନଙ୍କ ପାଇଁ ମଧ୍ୟ ଉପଯୋଗୀ ବୋଲି ଆମେରିକାର କେତେକ ଗବେଷକ ମତ ଦେଇଛନ୍ତି। ତେଣୁ ଆମେରିକା ସମେତ ଆଉ କିଛି ଦେଶ ଏହାକୁ ଖାଦ୍ୟ ଉପଯୋଗୀ କହୁଥିବା ବେଳେ ଭାରତରେ କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ସ୍ମପୂର୍ଣ୍ଣ ରୂପେ ଖାଦ୍ୟଭାବେ ଗ୍ରହଣ କରାଯାଇ ନାହିଁ। 

 

ଏହାକୁ ଖାଇବା ଛଡା ପ୍ରସାଧନ ସାମଗ୍ରୀ ତିଆରିରେ ମଧ୍ୟ ବ୍ୟବହାର କରାଯାଉଛି। ୟୁରୋପୀୟ ଦେଶ ମାନଙ୍କରେ ଏହା ବହୁତ ପ୍ରସିଦ୍ଧ ଏବଂ ସେଠାକାର ଲୋକ ଗଧ କ୍ଷୀରରୁ ତିଆରି ସାବୁନରେ ଗାଧୋଇଥାନ୍ତି । ଭାରତରେ ମଧ୍ୟ ଏହି ସାବୁନ ଚାହିଦା ବାଢୁଛି । ଆଗାମୀ ଦିନରେ ଏଥିରୁ ଫେସୱାସ୍, ଫେସକ୍ରିମ ଏବଂ ମୋଶ୍ଚରାଜର ଆଦି ପ୍ରସ୍ତୁତ ହେଇ ବଜାରରେ ଉପଲବ୍ଧ ହେବ ।

 

ଭଲ ହେଇଥାଏ ଏହିସବୁ ରୋଗ

ଆର୍ୟୁବେଦିକ ଡାକ୍ତରମାନଙ୍କ  କହିବାନୁସାରେ ଗଧର କ୍ଷୀରରେ ରୋଗ ପ୍ରତିରୋଧକ କ୍ଷମତା ଥିବା ବଢ଼ାଉଥିବା ଲାଇସୋଜୋମ୍ ରହିଥାଏ। ଏହାଦ୍ବାରା ଥଣ୍ଡା,କାଶ,ଶ୍ବାସରୋଗ,ଗଳା ସଂକ୍ରମଣ,ଯକ୍ଷ୍ମା,ପୁରୁଣା ଜ୍ବର ଏବଂ ବାତ ରୋଗରୁ ମୁକ୍ତି ମିଳିଥାଏ। ଡାକ୍ତର ଦୁର୍ବଳ ଶିଶୁଙ୍କୁ ମଧ୍ୟ ଏହି କ୍ଷୀର ପିଇବାକୁ ଦେବାକୁ ପରାମର୍ଶ ଦେଇଥାଆନ୍ତି। ରମେଶ ଏପରି ଶିଶୁଙ୍କୁ ୧୦୦ମିଲିଲିଟର କ୍ଷୀର ଦେଇଥାନ୍ତି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon