ଫନି ପ୍ରଭାବ : ଘୁଞ୍ଚିଲା ରେଳ ବିଭାଗ ପାଇଲଟ, ଟେକ୍ନିସିଆନ ପରୀକ୍ଷା

(ବେତାର ବ୍ୟୁରୋ) ମହାବାତ୍ୟା ଫନି ପ୍ରଭାବରେ ଗତ ମେ’ 10 ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରେଳ ବିଭାଗର ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଓ ଟେକ୍ନିସିଆନର ଅନଲାଇନ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏବେ ଏହାର ଆଉ ଏକ ତାରିଖ ଘୋଷଣା କରାଯାଇଛି ।

 

ରେଳ ବିଭାଗର ନୂଆ ନୋଟିଫିକେସନ ଅନୁସାରେ ଭୁବନେଶ୍ୱର ରେଳ ଜୋନ ପାଇଁ  ଏହି  ଅନଲାଇନ ପରୀକ୍ଷା ମେ 21 ତାରିଖରେ ଅନୁଷ୍ଠିତ ହବ ।

 

ଏହି ନୋଟିଫିକେସନ ମୁତାବକ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ଵର ସହରରେ ଅନୁଷ୍ଠିତ ହେବାକୁ ଥିବା ଅନଲାଇନ ପରିକ୍ଷାକୁ  ମେ 21କୁ ଘୁଞ୍ଚା ଯାଇଛି । ତେବେ ପରୀକ୍ଷାର ସିଫ୍ଟ ସମୟ ପରବର୍ତ୍ତୀ କାଳରେ ଜଣାଇଦିଆଯିବ ବୋଲି ୱେବସାଇଟରେ ଉଲ୍ଲେଖ ରହିଛି ।

 

ସୂଚନାଯୋଗ୍ୟଯେ ମେ 10 ତାରିଖରେ ରେଳ ବିଭାଗର ପ୍ରାୟ  ଲୋକୋ ପାଇଲଟ ଓ ଟେକନିସିଆନ ପାଇଁ 23000 ପଦବୀ ପାଇଁ ଦେଶ ସାରା ପୂର୍ବରୁ ରେଗିସ୍ତାର କରିଥିବା ପରିଖାର୍ଥୀମାନେ ପରୀକ୍ଷା ଦେଇଥିଲେ । ତେବେ ଓଡିଶାରେ ଫନି ମହାବାତ୍ୟା ପାଇଁ ରେଳ ବିଭାଗ ଏହି ପରିକ୍ଷାକୁ ସ୍ଥଗିତ କରିଥିଲେ ।

 

ତୃତୀୟ ପର୍ଯ୍ୟାୟ

ଏହା ରେଳ ବିଭାଗର ତୃତୀୟ ଫେଜ ପରୀକ୍ଷା । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ମାସକୁ ପ୍ରାୟ 20 ହଜାର ଟଙ୍କା ଦରମା ଆକାରରେ ପାଇବେ । ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା +2 ବା ଆଇଟିଆଇ କିମ୍ବା ଡିପ୍ଲୋମା ।

 

ପାଇଲଟ ଓ ଟେକ୍ନିସିଆନ ପଦବିରେ ନିଯୁକ୍ତି ପାଇଁ ଭାରତୀୟ ରେଳବାଇ ପକ୍ଷରୁ ହୋଇଥିବା ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ଭିତ୍ତିକ ଟେଷ୍ଟ (ସିବିଟି)ର ଫଳ ଗତବର୍ଷ  ନଭେମ୍ବର 2 ତାରିଖରେ ପ୍ରକାଶ ପାଇଥିଲା ଓ ଦ୍ଵିତୀୟ ପର୍ଯ୍ୟାୟ ଫଳାଫଳ ଚଳିତ ଏପ୍ରିଲରେ ପ୍ରକାଶିତ ହେଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ବସିବା ପାଇଁ ପ୍ରଥମ ପର୍ଯ୍ୟାୟରୁ 5,88,905 ଜଣ ପରୀକ୍ଷାର୍ଥୀ ଯୋଗ୍ୟ ବିବଚେିତ ହୋଇଥିଲେ । ଯେଉଁ ପ୍ରାର୍ଥୀମାନେ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷାରେ ଉତ୍ତୀର୍ଣ୍ଣ କେବଳ ସେହିମାନେ ଏହି ପରୀକ୍ଷାରେ ବସି ପାରିବେ ।

 

ରେଳବିଭାଗ ତରଫରୁ 2018 ଫେବୃୟାରୀ ମାସରେ ଗ୍ରୁପ-ଡି ଓ ଗ୍ରୁପ-ସି ରେ ମୋଟ 89,409ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥି ମଧ୍ୟରୁ ଗ୍ରୁପ-ଡି ପାଇଁ 62,907 ଓ ଗ୍ରୁପ-ସି ପାଇଁ 26,502ଟି ପଦ ରହିଥିଲା। ଏହି ସମସ୍ତ ପଦ ପାଇଁ 2କୋଟି 37ଲକ୍ଷରୁ ଅଧିକ ଆବେଦନକାରୀ ଆବେଦନ କରିଥିଲେ ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon