ବେତାର ଉତ୍ତର : ନିର୍ବାଚନ ପରେ କାହିଁକି ବଢିପାରେ ତେଲ ଦର

(ବେତାର ବ୍ୟୁରୋ) ନିକଟରେ ପ୍ରାୟ ଆଠ ଦିନ ଭିତରେ ଆପଣ ଯଦି ପ୍ରାୟ ଟ.1.50 ଲିଟର ପିଛା ପେଟ୍ରୋଲ ଦର ଓ ଡିଜେଲ ଦର ଲିଟର ପିଛା 80 ପଇସା କମିଥିବା ଦେଖି ଖୁସି ହେଉଥିବେ, ତେବେ ଆଉ ଥରେ ଭାବି ନିଅନ୍ତୁ । ବିଶ୍ଵ ବଜାରରେ ଯେଉଁସବୁ ସ୍ଥିତି ରହିଛି ସେସବୁ ଦେଖିଲେ ଲାଗୁଛି ନିର୍ବାଚନ ପରେ ପରେ ତେଲ ଦର ବଢାଇବାକୁ ତୈଳ କମ୍ପାନୀ ଗୁଡିକ ବାଧ୍ୟ ହେବେ ।

 

ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ମଙ୍ଗଳବାର ଦିନ ଟ.70.38 ରହିଛି, ଯାହା ଏକ ସପ୍ତାହ ତଳେ ଟ. 71.84 ଥିଲା ।

 

ବର୍ତ୍ତମାନ ନିର୍ବାଚନ ଚାଲିଥିବାରୁ ତୈଳ କମ୍ପାନୀମାନେ ବିଶ୍ଵ ବଜାରର ଦର ଅନୁସାରେ ଭାରତରେ ପେଟ୍ରୋଲ ଦର ବଢାଇପାରୁନାହାନ୍ତି, ହେଲେ ପଡୋଶୀ ପାକିସ୍ତାନରେ ଏବେ ଦର ଆକାଶ ଛୁଆଁ ହେବାରେ ଲାଗିଲାଣି । ଭାରତର ବିଭିନ୍ନ ଜାତୀୟ ଗଣମାଧ୍ୟମ ମୁତାବକ ବିଶ୍ବବଜାରରେ ଆଗାମୀ ଦିନରେ ତେଲ ଦର ଆହୁରି ବଢିବାକୁ ଥିବାରୁ ଭାରତୀୟ ତୈଳ କମ୍ପାନୀମାନେ ନିର୍ବାଚନ ପରେ ପରେ ତେଲ ବଢାଇବାକୁ ବାଧ୍ୟ ହେବେ ।  

 

ଭାରତରେ ଲୋକସଭା ପାଇଁ ଶେଷ ପର୍ଯ୍ୟାୟ ନିର୍ବାଚନ ମେ’ 19 ତାରିଖରେ ଅନୁଷ୍ଠିତ ହେବ ଓ ଫଳାଫଳ ମେ’ 23 ତାରିଖରେ ପ୍ରକାଶ ପାଇବ ।

 

ବିଶ୍ଵ ସ୍ଥିତି

ଭାରତରେ ତୈଳ ଦର ବିଗତ କିଛି ବର୍ଷ ହେବ ଆଉ ସରକାର ସ୍ଥିର ନ କରି ତୈଳ କମ୍ପାନୀମାନେ ନିଜେ ବଜାର ଦର ଅନୁସାରେ ସ୍ଥିର କରୁଛନ୍ତି । ଦର ନିର୍ଦ୍ଧାରଣ କରିବା ପାଇଁ ସେମାନେ ମୁଖ୍ଯତଃ ବିଗତ 30 ଦିନର ଅଶୋଧିତ ତୈଳ ଦର ଓ ଡଲାର-ଟଙ୍କା ବିନିୟମ ଦର ହିସାବକୁ ନେଇ ଥାନ୍ତି ।

 

ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ ଖବର ସଂସ୍ଥା ମୁତାବକ ଗତ ତିନି ମାସରେ ବିଶ୍ଵ ବଜାରରେ ଅଶୋଧିତ ତୈଳ ଦର ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ 11 ଡଲାର ବଢି 72 ଡଲାରରେ ପହଞ୍ଚିଛି । ସେହିପରି ସେହି ତିନି ମାସ ସମୟ ଭିତରେ ଡଲାର ମୂଲ୍ୟ 70.60ଟଙ୍କା ରୁ 71.11 ଟଙ୍କାରେ ବିକ୍ରି ହେଉଛି ।

 

ଏପରି ଏକ ସମୟରେ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଲାଗି ରହିଥିବାରୁ ଏହାର ପ୍ରଭାବ ତୈଳ ଦର ଉପରେ ଚାପ ପକାଇବ ଓ ଦର ବୃଦ୍ଧି ପାଇବ ବୋଲି ଅନେକ ବିଶେଷାଜ୍ଞ ଅନୁମାନ କରୁଛନ୍ତି । ସେହିପରି ଏହାର ପ୍ରଭାବରେ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ଅନୁସାରେ ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

 

ଯଦି dalaar ମୂଲ୍ୟ ଭାରତୀୟ ଟଙ୍କା ଅନୁସାରେ 1 ଟଙ୍କା ବୃଦ୍ଧି ପାଏ, ତେବେ ପେଟ୍ରୋଲ ଦର 40 ପଇସା ବଢିଥାଏ ।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon