ଚଳିତ ଆଇପିଏଲରେ ଫ୍ଲପ୍ ହେଲେ ଏହି 8 ଭାରତୀୟ ଖେଳାଳି

 (ବେତାର ବ୍ୟୁରୋ) ଚଳିତ ଆଇପିଏଲ ସିଜିନରେ ଅନେକ ଖେଳାଳୀ ନିଜ ପ୍ରତିଭା ବଳରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ । ବିଶେଷ କରି ଅନେକ ଯୁବ ତଥା ନୂଆ ଖେଳାଳୀ ଯେଉଁମାନଙ୍କ ଉପରେ କମ ମୂଲ୍ୟ ଲାଗିଥିଲା ସେମାନେ ଭଲ ପ୍ରଦର୍ଶନ କରିଥିଲେ। ଏପରି କିଛି ଖେଳାଳୀ ହେଉଛନ୍ତି ରାଜସ୍ଥାନ ରୋୟାଲ ଟିମ୍ ର ଶ୍ରେୟାସ ଗୋପାଳ, ଯାହାଙ୍କ ଉପରେ ମାତ୍ର 20 ଲକ୍ଷ ଟଙ୍କାର ଦାବି ଲାଗିଥିଲା ଓ 14ଟି ମ୍ୟାଚରେ 20ଟି ୱିକେଟ ନେବା ସହିତ ଥରେ ହ୍ୟାଟ୍ରିକ ମଧ୍ୟ ନେଇଛନ୍ତି । ତେବେ ଏହି ଆଇପିଏଲରେ ଅନେକ ନାମୀ ଖେଳାଳୀ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ସେମାନେ ହେଉଛନ୍ତି :

  1. ଆମ୍ବାତି ରାୟଡୁ:   ଚେନ୍ନାଇ ସୁପରକିଙ୍ଗର ଏହି ବ୍ୟାଟସମ୍ୟାନ 17ଟି ମ୍ୟାଚ ଖେଳି ମୋଟ 282 ରନ୍ ସଂଗ୍ରହ କରିଥିଲେ ଯାହାର ହାରାହାରି ହିସାବ ମ୍ୟାଚ ପିଛା 23.50 ରନ୍ ଥିଲା । ପୂର୍ବ ଆଇପିଏଲ ସିଜିନରେ 4ର୍ଥ ସର୍ବାଧିକ ସ୍କୋର କରିଥିବା ଏହି ଖେଳାଳୀ ଏଥର ତାଙ୍କ ଜାଦୁ ଦେଖାଇପାରି ନ ଥିଲେ ।

  2. ସୁରେଶ ରାଇନା : ଚେନ୍ନାଇର ଏହି ଖେଳାଳୀ ଗତ ସିଜିନରେ 400ରୁ ଅଧିକ ରନ୍ ନେଇଥିଲେ ମଧ୍ୟ ଚଳିତ ସିଜିନରେ 23.93 ରନ୍ ହାରରେ ସର୍ବମୋଟ 383 ରନ୍ ସଂଗ୍ରହ କରିଥିଲେ । ଯଦିଓ ଏହି ସିଜିନରେ ଦ୍ଵିତୀୟ ସର୍ବାଧିକ ସ୍କୋରର ହିସାବରେ ରାଇନାଙ୍କ ନାମ ରହିଛି, ତେବେ ଏହି ସିଜିନରେ ତାଙ୍କ ଅଧିନାୟକତ୍ଵରେ ଦଳ ଦୁଇଥର ହାରିଥିଲା ।

  3. କେଦାର ଯାଦବ : ଏହି ସିଜିନ ଆଘାତ ଲାଗିବା କାରଣରୁ କେବଳ 14ଟି ମ୍ୟାଚ ଖେଳିଥିଲେ ଯାଦବ । ତେବେ ଏତିକି ସମୟରେ ତାଙ୍କର ହାରାହାରି ସ୍କୋର ଥିଲା 18 ଓ ସର୍ବମୋଟ ସେ 162 ରନ୍ ସଂଗ୍ରହ କରିଥିଲେ ।

     

  4. ବିଜୟ ଶଙ୍କର : ଏହି ଖେଳାଳୀଙ୍କୁ ଚଳିତ ବର୍ଷ ପାଇଁ କ୍ରିକେଟ ବିଶ୍ଵକପ ଟିମ୍ ରେ ସାଲିମ କରାଯାଇଛି ଓ ଚୟନକର୍ତ୍ତାମାନେ ତାଙ୍କୁ “3 ଡାଇମେନସନାଲ ଖେଳାଳୀ” ବା ଅଲରାଉଣ୍ଡର ଆଖ୍ୟା ଦେଇଥିଲେ । ତେବେ ଏହି ଆଇପିଏଲ ସିଜିନରେ ଶଙ୍କର ହାଇଦ୍ରାବାଦ ତରଫରୁ 15 ମ୍ୟାଚ ଖେଳି 20.33 ରନ୍ ହାରରେ 244 ରନ ହାସଲ କରିଥିଲେ ଓ କେବଳ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । 

  5. ୟୁସୁଫ ପଠାନ : ଆପିଏଲର ସମୁଦାୟ ଇତିହାସରେ 3,000ରୁ ଅଧିକ ରନ ହାସଲ କରିଥିଲା ପଠାନ ଏହି ସିଜିନରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଏହି ସିଜିନରେ ହାଇଦ୍ରାବାଦ ତରଫରୁ 10ଟି ମ୍ୟାଚ ଖେଳି 13.33 ରନ୍ ହାରରେ ମୋଟ 40 ରନ୍ ସଂଗ୍ରହ କରିଥିଲେ । ତାଙ୍କର ସର୍ବାଧିକ ସ୍କୋର ଥିଲା 16 ରନ୍ ରେ ନଟ୍ ଆଉଟ ।

  6. ଶାର୍ଦ୍ଦୁଳ ଠାକୁର: ଭାରତ ଟିମ୍ ପାଇଁ ଏକ ଟେଷ୍ଟ ମ୍ୟାଚ  ଓ 5 ଦିନିକିଆ ଖେଳିଥିବା ଶାର୍ଦ୍ଦୁଳ ଗତ ଆଇପିଏଲ ସିଜିନରେ ଉନ୍ନତ ପ୍ରଦର୍ଶନ କରିଥିଲେ । ଗତ ସିଜିନରେ 13ଟି ମ୍ୟାଚ ଖେଳି 26.93 ହାରରେ ସେ 16ଟି ୱିକେଟ ନେଇଥିଲେ । ତେବେ ଏଥର 10ଟି ମ୍ୟାଚ ଖେଳି 35.12 ହାରରେ ମାତ୍ର ଆଠଟି ୱିକେଟ ନେଇଥିଲେ ।

  7. ଉମେଶ ଯାଦବ : ଏହି ଖେଳାଳୀ 2015ରେ ଭାରତୀୟ ୱାର୍ଲ୍ଡ କପ ଦଳର ସଦସ୍ୟ ଥିଲେ । ଗତ ଆଇପିଏଲ ସିଜିନରେ 14ଟି ମ୍ୟାଚ ଖେଳି 20ଟି ୱିକେଟ ନେଇଥିଲେ । ଚଳିତ ସିଜିନରେ 11ଟି ମ୍ୟାଚ ଖେଳି ମାତ୍ର 8ଟି ୱିକେଟ ନେଇଛନ୍ତି ।

  8. କୁଳଦୀପ ଯାଦବ : ଚଳିତ ସିଜିନରେ ଏହି ଖେଳାଳିଙ୍କ ଠାରୁ ଅନେକ କିଛି ଆଶା କରାଯାଉଥିଲେ ମଧ୍ୟ ସେ ତାଙ୍କର କୃତିତ୍ଵ ଦେଖାଇବାରେ ଅସଫଳ ରହିଛନ୍ତି । ଗତ ସିଜିନରେ 16 ମ୍ୟାଚ ଖେଳି 17ଟି ୱିକେଟ ହାସଲ କରିଥିବା ଏହି ବୋଲର କୋଲକାତା ତରଫରୁ ଏଥର 9ଟି ମ୍ୟାଚ ଖେଳି ମାତ୍ର 4ଟି ୱିକେଟ ନେବାରେ ସମର୍ଥ ହେଇଥିଲେ ।  

     

     

     

     

     

     

     

     

     

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon