ଦେଖିଲେଣି କି ? ନେତାମାନଙ୍କ ଶିଶୁ ଚେହେରାର ଭାଇରାଲ ଫୋଟୋ

 (ବେତାର ବ୍ୟୁରୋ) ଭାରତୀୟ ଲୋକସଭା ନିର୍ବାଚନ ସାରିବାକୁ ମାତ୍ର ଦୁଇଦିନ ବାକି ଥିବା ବେଳେ ଏ ନେଇ ଉପୁଜୁଥିବା ରାଜନୈତିକ ହିଂସା ଖବର ତ ଆପଣ ମାନେ ଶୁଣୁଥିବେ । ତେବେ ନିର୍ବାଚନ ଚାଲିଥିବା ବେଳେ ନେତାମାନଙ୍କ ଫୋଟୋ ବିକୃତ କରା ହେଉଥିବାର ଓ ଏ ନେଇ ଟାହିଟାପରା ଓ ଗଣ୍ଡଗୋଳର ଖବର ମଧ୍ୟ ଦେଖିଥିବେ ।

 

ତେବେ ଇତିମଧ୍ୟରେ ନେତାମାନଙ୍କ ଏପରି କିଛି ଫୋଟୋ ଇଣ୍ଟରନେଟରେ ଭାଇରାଲ ହେଇଛି ଯାହାକୁ ଆପଣ ଦେଖିଲେ ନ ହସି ରହିପାରିବେ ନାହିଁ। 

ନିକଟରେ ଫୋଟୋ ଷ୍ଟୋରି ପାଇଁ ଉଦ୍ଦିଷ୍ଟ ଆପରେ ‘ବେବି ଫିଲ୍ଟର’ ନାମରେ ଏକ ଫିଚର ଆସିଥିଲା । ଏହି ଫିଲ୍ଟର ବ୍ୟବହାର କରି ଫୋଟୋ ବା ଭିଡିଓ ଉଠାଇଲେ ଜଣକର ଚେହେରା ଶିଶୁ ଭଳି ଦିଶିଥାଏ । ବିଦେଶରେ ଅନେକ ବ୍ୟକ୍ତି ବିଭିନ୍ନ ଫିଲ୍ମ ଚରିତ୍ରମାନଙ୍କ ଫୋଟୋକୁ ଅପଲୋଡ କରି ତାହାର ଶିଶୁ ଚେହେରା ଫୋଟୋ ଇଣ୍ଟରନେଟରେ ଛାଡିଥିବା ବେଳେ ଭାରତରେ ମୋଦୀ ଓ ଅନ୍ୟାନ୍ୟ ରାଜନୈତିକ ନେତାମାନଙ୍କ ଶିଶୁ ଚେହେରା ଫୋଟୋ କିନ୍ତୁ ଖୁବ ଚର୍ଚ୍ଚାର ଖୋରାକ ଯୋଗାଉଛି ।


ଏହିଭଳି ଏକ ଫୋଟୋ ଭାରତରେ ସ୍କୁପହୁପ (ScoopHoop) ନାମକ ଏକ ବ୍ୟଙ୍ଗ ଖବର ପରିବେଷଣ ସଂସ୍ଥା ପକ୍ଷରୁ ଟ୍ଵିଟ କରାଯାଇଥିଲା ଯାହା ଅନେକ ହାସ୍ୟରୋଳ ସୃଷ୍ଟି କରିବା ସହିତ ଅନେକଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଥିଲା । 

ରାହୁଲ ଗାନ୍ଧୀଙ୍କ ଏହି ଫୋଟୋକୁ ଦେଖି ତାଙ୍କର କିଛି ସମାଲୋଚକ ଲେଖିଛନ୍ତି “ରାହୁଲ ଗାନ୍ଧୀଙ୍କ ପାଇଁ ବେବି ଫିଲ୍ଟରର ଆବଶ୍ୟକତା ନାହିଁ ।“

 

 ଯୋଗୀଙ୍କ ଏହି ଫୋଟୋରେ ପିଲାଦିନରୁ ଅସହିଷ୍ଣୁତା ବଋ ହେଉଛି ବୋଲି କିଛି ଲୋକମାନେ ଲେଖିଛନ୍ତି ।

 

ସେହିପରି ମୋଦୀଙ୍କୁ କଟାକ୍ଷ କରି କିଛି ଟ୍ଵିଟ କରିଛନ୍ତି “ମୋଦୀ ଏହାକୁ ନେଇ ମଧ୍ୟ ଭାଷଣ ଦେବେ ଯେ-ଆପଣ ବିଶ୍ଵାସ କରିବେନି ମୋର ପିଲାଦିନରୁ ଦାଢି ଉଠିଥିଲା, ପରେ ବ୍ଲିଚ ପିi ଦେବାକୁ ଏହା ଧଳା ହେଇଗଲା । “ 


କିପରି ପାଇବେ ବେବି ଫିଲ୍ଟର 
ଆପଣଙ୍କ ଫୋନରେ ପ୍ରଥମେ ସ୍ନାପଚାଟ ଆପ ଯଦି ନାହିଁ ତେବେ ଡାଉନଲୋଡ କରି ନିଜ ଆକାଉଣ୍ଟ ଖୋଲନ୍ତୁ ।  ଏହାପରେ ଏହି ଆପ୍ ର କ୍ୟାମେରା ବଟନ ଚିପି ଫୋଟୋ ବା ଭିଡିଓ ଉଠାଇବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଏହାପରେ Capture ଲେଖଥିବା ବଟନ ପାଖରେ ସ୍ମାଇଲିର ବଟନ ଥିବ । ଏହାକୁ ଟିପି ଏଥିରେ ଶିଶୁ ଚେହେରା ଭଳି ଦିଶୁଥିବା ଆଇକନରେ ଟିପିଲେ ଆପଣଙ୍କ ଚେହେରା ଶିଶୁ ଚେହେରା ଭଳି ଦିଶିବ । 
     

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon