ରେଲୱେ JE ପରୀକ୍ଷା ପାଇଁ ଆଡମିଟ କାର୍ଡ ଜାରି : ଏମିତି ହେବ ଡାଉନଲୋଡ

Saturday, May 18, 2019

(ବେତାର ବ୍ୟୁରୋ) ରେଲୱେର ଜୁନିୟର ଇଞ୍ଜିନିୟର ପରୀକ୍ଷା ସମ୍ବନ୍ଧରେ ରେଲୱେ ରିକୃଟମେଣ୍ଟ ବୋର୍ଡ (RRB) ତରଫରୁ ନୂଆ ସୂଚନା ଜାରି କରାଯାଇଛି। ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷା ପାଇଁ ପୂର୍ବରୁ ସଫଳ

ଭାବେ ଆବେଦନ କରିଥିଲେ ସେମାନେ ଆଗାମୀ ପରୀକ୍ଷା ପାଇଁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।

 

ଆବେଦନକାରୀ ମାନେ ରେଲୱେର ଅଫିସିଆଲ ୱେବସାଇଟରେ ଲଗଇନ କରି ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।

 

ଆଡମିଟ କାର୍ଡ ଡାଉନଲୋଡ କରିବାର ଲିଙ୍କ : https://rrbonlinereg.in/cbt_exam.html

 

ପ୍ରାର୍ଥୀମାନେ ନିଜ ରେଜିଷ୍ଟ୍ରେଶନ ନମ୍ବରର ପ୍ରଥମରୁ ସ୍ଵିତୀୟ ଓ ତୃତୀୟ ନମ୍ବର ଦେଖି ନିଜ ସହର ଜାଣିପାରିବେ । ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ରେଜିଷ୍ଟ୍ରେଶନ ନମ୍ବର 3160000017, ତେବେ 16 ହେଉଛି ଆପଣଙ୍କ 

କୋଡ ଯାହାକି ଭୁବନେଶ୍ୱର ଅଟେ। 

 

ଏହି ଆଡମିଟ କାର୍ଡରେ ପ୍ରାର୍ଥୀଙ୍କ ନାମ, ପରୀକ୍ଷା କେନ୍ଦ୍ର, ପରୀକ୍ଷା ତାରିଖ, ପରୀକ୍ଷା ସମୟ ସହିତ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ସୂଚନା ରହିବ । 

 

କମ୍ପ୍ୟୁଟର ପରୀକ୍ଷା

ଏହି ଲିଙ୍କରେ ଯିବା ପରେ ଆପଣଙ୍କୁ ନିଜ ସହର ଚୟନ କରିବାକୁ ହେବ ଓ ଏହା ପରେ ନିଜ ଲଗ ଇନ ଆଇଡି ପ୍ରଦାନ କରିବା ପରେ  ଆଡମିଟ କାର୍ଡ ଡାଉନଲୋଡ କରିବାପାରିବେ । ଦିଆଯାଇଥିବା ଲିଙ୍କରେ ଆଡମିଟ ଡାଉନଲୋଡ ପାଇଁ e-call ଲେଟର ଓ ଏହା ସହିତ କମ୍ପ୍ୟୁଟର ବେସ ପରୀକ୍ଷା (CBT 1) ପରୀକ୍ଷା ନିମନ୍ତେ ନିର୍ଦ୍ଦେଶ ରହିଛି । 

 

ସୂଚନାଯୋଗ୍ୟ ଯେ, ରେଲୱେ ତରଫରୁ ୧୩,୪୮୭ଟି ଜୁନିୟର ଇଞ୍ଜିନିୟର ପଦରେ ଆବେଦନ କରିବା ପାଇଁ ଡିସେମ୍ବର ମାସର ଶେଷରେ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ଜାନୁୟାରୀ ୨ରୁ ଆରମ୍ଭ ହୋଇ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା।

 

ପ୍ରାର୍ଥୀଚୟନ ପାଇଁ ଦୁଇ ସ୍ତରରେ କମ୍ପ୍ୟୁଟର ପରୀକ୍ଷା  ଆୟୋଜିତ  କରାଯିବ। ଯେଉଁ ପ୍ରାର୍ଥୀମାନେ CBT 1ରେ ପାସ କରିବେ ସେମାନେ CBT2ରେ ପରୀକ୍ଷା ଦେବେ। CBT1 ରେ ପ୍ରାର୍ଥୀଙ୍କୁ 100ଟି ପ୍ରଶ୍ନର ଉତ୍ତର ଦେବା ପାଇଁ 90ମିନିଟ ସମୟ ଦିଆଯିବ। କିନ୍ତୁ ଦିବ୍ୟାଙ୍ଗ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ 120ମିନିଟ ସମୟ ମିଳିବ।

 

CBT 1 ପରୀକ୍ଷା ତାରିଖ :  ମେ 22 ରୁ ଆରମ୍ଭ ହେଇ ମେ 27 ଯାଏଁ 

 

ମାତୃଭାଷାରେ ପରୀକ୍ଷା

ରେଲୱେର ବିଜ୍ଞପ୍ତି ଅନୁସାରେ, ପ୍ରାର୍ଥୀ ଇଂରାଜୀ ଭାଷା ବ୍ୟତୀତ ଆବେଦନ କରିବା ସମୟରେ ଯେଉଁ ଭାଷା ଚୟନ କରିଥିବେ ସେହି ଭାଷାରେ ପ୍ରଶ୍ନ ପତ୍ର ଦେଖିପାରିବେ। ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷା ହିନ୍ଦୀ, ଆସାମୀ, ଉର୍ଦ୍ଦୁ, ବଙ୍ଗାଳୀ, ଗୁଜୁରାତି, କନ୍ନଡ, କୋଙ୍କଣୀ, ମାଲୟାଲମ, ମଣିପୁରୀ, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ ଓ ତେଲୁଗୁ ଭାଷାରେ ଆୟୋଜିତ କରାଯିବ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon