ଓଡିଶାରେ କମିବାରେ ଲାଗିଛି ମାଟ୍ରିକ ପାସ୍ ହାର : କାହିଁକି

Tuesday, May 21, 2019

(ବେତାର ବ୍ୟୁରୋ) ବିଗତ ତିନି ବର୍ଷ ଧରି ଓଡିଶାରେ ମାଟ୍ରିକ ପାସ ହାର କମୁଥିବାର ଲକ୍ଷ୍ୟ କରାଯାଇଛି, ଯାହା ଚଳିତ ବର୍ଷ ମଧ୍ୟ ଦେଖିବାକୁ ମିଳିଛି । ମଙ୍ଗଳବାର ପ୍ରକାଶିତ ହେଇଥିବା ମାଟ୍ରିକ ଫଳାଫଳକୁ ଅନୁଧ୍ୟାନ କଲେ ଜଣାଯାଏ ଯେ 2017 ମସିହାରୁ ଓଡିଶା ମାଧ୍ୟମିକ ବୋର୍ଡ ଅଧୀନରେ ପରୀକ୍ଷା ଦେଉଥିବା ଦଶମ ଛାତ୍ରଛାତ୍ରୀଙ୍କ ଶତକଡା ପାସ୍ ହାର ଲଗାତାର ଭାବେ କମିବାରେ ଲାଗିଛି ।

 

ରିପୋର୍ଟ ଅନୁଯାୟୀ 2017ରେ ମାଟ୍ରିକ ପାସ୍ ହାର ଥିଲା 85.28 ପ୍ରତିଶତ, ସେହିଭଳି 2018ରେ ପାସ୍ ହାର ଥିଲା 76.23 ପ୍ରତିଶତ। ବର୍ତମାନ 2019ର ପାସ୍ ହାର ଦେଖିବାକୁ ଗଲେ ଗତ ବର୍ଷ ତୁଳନା ଅପେକ୍ଷା ଚଳିତ ବର୍ଷ ପାସ୍ ହାର କମି 70.78 ପ୍ରତିଶତରେ ଅଛି ।    

 

ଚିନ୍ତାଜନକ କାରଣ

ତେବେ ଏହାର କାରଣ ସମ୍ପର୍କରେ ଓଡିଶା ସରକାର ଯାହା କହିଛନ୍ତି ତାହା ଚିନ୍ତାଜନକ ।

 

ରାଜ୍ୟ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅନୁସାରେ ରାଜ୍ୟରେ କ୍ରମାଗତ ଭାବେ ପାସ୍ ହାର କମିବାର କାରଣ ହେଲା “ପରୀକ୍ଷା ପରିଚାଳନାରେ ଅସାଧୁ ଉପାୟ ରୋକିବାକୁ କଡା ପଦକ୍ଷେପ। ପରୀକ୍ଷା କେନ୍ଦ୍ରରେ ବାଧ୍ୟତାମୂଳକ ଭାବେ ସିସିଟିଭି ଲାଗିବା, ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ନହେବା ପାଇଁ କୋଡିଙ୍ଗ ହେବା--ଏହିସବୁ ପଦକ୍ଷେପର ଅନ୍ତର୍ଭୁକ୍ତ ।  ପରୀକ୍ଷା ବ୍ୟବସ୍ଥା ସ୍ଵଚ୍ଛ ଓ ପାରଦର୍ଶୀ ହେଉଥିବାରୁ ଓ କଡା ସୁରକ୍ଷାରେ ହେଉଥିବାରୁ ପାସ୍ ହାର କମୁଛି।“

 

ଏହାର ଅର୍ଥ କଡା ପଦକ୍ଷେପ ନିଆଯିବା ପୂର୍ବରୁ ଅନେକ ଅସାଧୁ ଉପାୟରେ ମଧ୍ୟ ଭଲ ମାର୍କରେ ମାଟ୍ରିକ ପାସ୍ କରୁଥିଲେ । କିଛି barsha ପୂର୍ବରୁ ଓଡିଶା ସରକାରଙ୍କ ଜଣେ ମନ୍ତ୍ରୀ ତାଙ୍କ ପୁଅକୁ ଅସାଧୁ ଉପାୟରେ ମାଟ୍ରିକ ପାସ କରାଇଥିବା ଘଟଣା ସାମନାକୁ ଆସିଥିଲା।  

 

କମୁଛି ଶିକ୍ଷାର ମାନ 

କେବଳ ପାସ୍ ହାର ନୁହେଁ, A1 ଗ୍ରେଡରେ ପାସ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ବୋର୍ଡ ତଥ୍ୟ ଅନୁସାରେ 2016ରେ ଯେତିକି ଛାତ୍ରଛାତ୍ରୀ A1 ଗ୍ରେଡରେ ପାସ କରୁଥିଲେ 2019ରେ ସେମାନଙ୍କ ସଂଖ୍ୟା ପ୍ରାୟ 32 ପ୍ରତିଶତ କମିଯାଇଛି ।

 

ସେହିପରି ରାଜ୍ୟରେ 82ଟି ସ୍କୁଲରେ ପରୀକ୍ଷା ଫଳ ଶୂନ ରହିଛି , ଯାହାକି ଚିନ୍ତାଜନକ। ପୂର୍ବବର୍ଷ ମାତ୍ର 32ଟି ସ୍କୁଲରେ ଫଳାଫଳ ଶୂନ ରହିଥିଲା । ରାଜ୍ୟ ସରକାର କହିଛନ୍ତି ଯେଉଁ ସବୁ ସ୍କୁଲରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛନ୍ତି ସେହି ସ୍କୁଲର ଶିକ୍ଷକ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ।  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon