ହାଲୁକାରେ  ନିଅନ୍ତୁନି ଆଣ୍ଠୁଗଣ୍ଠି ବ୍ୟଥାକୁ ,ହେଇପାରେ ଆର୍ଥରାଇଟିସ

 

(ବେତାର ବ୍ୟୁରୋ) ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଶରୀରରେ ଅନେକ ସମୟରେ ଦରଜ ବା ବିନ୍ଧାବିନ୍ଧି ଲାଗି ରହିଥାଏ । ସେହିପରି ଅନେକ ସମୟରେ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ମଧ୍ୟ ଅନୁଭବ ହେଇଥାଏ । ତେବେ କେବଳ ଆଣ୍ଠୁ ଗଣ୍ଠି ନୁହେଁ ଶରୀରର ପ୍ରତ୍ୟେକ  ଗଣ୍ଠିସ୍ଥାନରେ  ଯଦି ଯନ୍ତ୍ରଣା ହେଉଥାଏ ତେବେ ଆର୍ଥରାଇଟିସ  ରୋଗ ହେବାର ସମ୍ଭାବନା ହୋଇପାରେ । 

 

ଏହି ରୋଗ ଠିକ୍ ଡେଙ୍ଗୁ ଜ୍ୱର ଭଳି ବ୍ୟାପୀଥାଏ। ଏଥିରେ ପାଦ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ତେବେ ଶରୀର ବିଜ୍ଞାନ ମୁତାବକ ଭାଇରସ୍ ଦ୍ଵାରା ଡେଙ୍ଗୁ ରୋଗ ବ୍ୟାପୀ ନଥାଏ ।  ବରଂ ଶ୍ଵେତ ରକ୍ତ କଣିକା,  ରୋଗ ପ୍ରତିରୋଧକ ଶକ୍ତି ଉପରେ ଆକ୍ରମଣ କରିବା ଯୋଗୁଁ  ଏହି ରୋଗ ହୋଇଥାଏ ।

 

ସେହିପରି ଦେଖିବାକୁ ଗଲେ ଆର୍ଥରାଇଟିସ୍ ଏକ  ବଂଶାନୁକ୍ରମିକ ରୋଗ ।   ଅତ୍ୟଧିକ  ଶାରୀରିକ ପରିଶ୍ରମ କରିବା ଏବଂ ବାୟୁ ପ୍ରଦୂଷଣ ହେବା ଦ୍ଵାରା  ଏହି ରୋଗ ହୋଇଥାଏ । ଏହି  ସାଧାରଣତଃ ୪୦-୪୫ ବର୍ଷ ବୟସ ଭିତରେ ଥିବା ଲୋକମାନଙ୍କ ମଧ୍ୟରେ ଦେଖା ଦେଇଥାଏ , କିନ୍ତୁ ବର୍ତ୍ତମାନ କମ୍ ବୟସର ବ୍ୟକ୍ତିମାନଙ୍କ  ମଧ୍ୟରେ  ଦେଖିବାକୁ ମିଳୁଛି ।  ଆର୍ଥରାଇଟିସ ରୋଗ  ହେବା ମାତ୍ରେ  ହିଁ  ତାହାର ତୁରନ୍ତ ଚିକିତ୍ସା  କରାଇବା  ନିତ୍ୟାନ୍ତ ଆବଶ୍ୟକ , ନଚେତ ଗଣ୍ଠିବାତ  ରୋଗର ଶିକାର ହେବାକୁ  ପଡିଥାଏ  ।

 

ଆର୍ଥରାଇଟିସ ଲକ୍ଷଣ

ଶରୀରରେ ବ୍ୟଥା ଅନୁଭବ  କରିବା ।  ବେଳେ ବେଳେ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେବା । ଅଧିକ ସମୟ ବସି ରହିଲେ ଗୋଡ  ବଧୀରା ପରି ଲାଗିବା ।  କାମ କରିବାର କିଛି ସମୟ ମଧ୍ୟରେ ଥକ୍କାପଣ ଅନୁଭୂତ କରିବା । ଭୋକ  ନ ଲାଗିବା ଏବଂ  ଓଜନ କମ୍  ହେବା ସହ ଜ୍ୱର  ଆସିବା । ଆର୍ଥରାଇଟିସ  ବଢିଯିବା  ଫଳରେ   ସକାଳୁ ଉଠିବା  ଦ୍ଵାରା ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । କେତେକ ଲୋକମାନଙ୍କ କ୍ଷେତ୍ରରେ ଏହାର ଲକ୍ଷଣ ରୋଗ ବ୍ୟାପିବାର କିଛି  ମାସ କିମ୍ବା କିଛି  ବର୍ଷ ପରେ ଦେଖା ଦେଇଥାଏ । ସେହିପରି ଆଉ କିଛି ଲୋକଙ୍କ କ୍ଷେତ୍ରରେ ଏହାର ଲକ୍ଷଣ  ଦେଖାଦେଇ  ଭଲ ହେବାର ବହୁ  ବର୍ଷ ପରେ ମଧ୍ୟ ପୁଣି ଦେଖା ଦେଇଥାଏ । 

 

ବିଭିନ୍ନ ପ୍ରକାରର ଆର୍ଥରାଇଟିସ

ଆର୍ଥରାଇଟିସ  ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ  - ରୁମେଟୟାଡ  ଏବଂ ସ୍ପଣ୍ଡିଲାଇଟିସ  ।  ପ୍ରଥମ ପ୍ରକାରର ଆର୍ଥରାଇଟିସରେ ହାଡ ବା ଗଣ୍ଠିରେ, ହାତ ପାପୁଲିରେ , କହୁଣିରେ , ପଦ ପଞ୍ଝାରେ ,ଆଣ୍ଠୁ ଗଣ୍ଠି ଗୁଡିକରେ ଯନ୍ତ୍ରଣା ହେଇଥାଏ  । ସ୍ପଣ୍ଡିଲାଇଟିସ ଜନିତ ଆର୍ଥରାଇଟିସରେ ଅଧିକ ବୟସର ମହିଳାମାନଙ୍କ ଶରୀରରେ ଅଚାନକ୍ ଶରୀରର କୌଣସି  ଅଙ୍ଗରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ, ପାଦର ପଞ୍ଝା ଓଆଣ୍ଠୁରେ ଯନ୍ତ୍ରଣା ଦେଖାଦିଏ  । ରକ୍ତରେ ୟୁରିକ୍  ଏସିଡର  ମାତ୍ରା ବଢି ଯିବା  ଫଳରେଏହା ହୋଇଥାଏ  ।

 

ଆର୍ଥରାଇଟିସର ଉପଚାର  

ଆର୍ଥରାଇଟିସର ଲକ୍ଷ୍ଣ ଜାଣିବା ମାତ୍ରେ  ରୁମେଟୋଲୋଜିଷ୍ଟ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି  ଆବଶ୍ୟକ   ।  ଏହାର ଉପଚାର ପ୍ରାରମ୍ଭରୁ   କରିବା ଫଳରେ  ଶରୀରକୁ ଅଧିକ  ଯନ୍ତ୍ରଣା ହୋଇନଥାଏ ଏହା ସହ ରୋଗ  ଭଲ ହେବାରେ ବିଳମ୍ବ ହୋଇନଥାଏ । ରୋଗ ଭଲ  ହେବା ପାଇଁ  ଡାକ୍ତରଙ୍କ ପରାମର୍ଶ  କ୍ରମେ ଔଷଧ ଖାଇବା ସହ   ନିୟମିତ  ବ୍ୟାୟାମ  କରିବା ଆବଶ୍ୟକ ।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon