ବାସ୍ତୁ ଟିପ୍ସ : ଘରେ, ଅଫିସରେ ଉନ୍ନତି ପାଇଁ ଏମିତି ରଖନ୍ତୁ ଆସବାବପତ୍ର

(ବେତାର ବ୍ୟୁରୋ) ଜୀବନରେ ସୁଖ ଓ ସମୃଦ୍ଧି ପାଇବା ପାଇଁ ସମସ୍ତେ ଇଚ୍ଛା କରିଥାଆନ୍ତି। ଏଥିପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେବେ ଜୀବନକୁ ସରସସୁନ୍ଦର କରିବା ପାଇଁ ଆପଣ ଯେତେ ସକାରାତ୍ମକ କର୍ମ କଲେ ମଧ୍ୟ ସମୟ ସମୟରେ ଆପଣଙ୍କ ଘରେ ବା ଅଫିସରେ ବିଭିନ୍ନ ବାଧା ଉପୁଜି ଥାଏ। ସତେ ଯେମିତି ଏକ ଅଦୃଶ୍ୟ ଶକ୍ତି ଆପଣଙ୍କ ଜୀବନରେ ବାଧା ପହଞ୍ଚାଇଲା ଭଳି ଲାଗିଥାଏ । ଏହାର ପ୍ରତିକାର ପାଇଁ ଅନେକ ବୈଦିକ ଜ୍ୟୋତିଷ ବା ବାସ୍ତୁ ଶାସ୍ତ୍ରର ସାହାଯ୍ୟ ନେଇଥାନ୍ତି ।   

 

 ତେବେ ଚୀନର ବାସ୍ତୁଶାସ୍ତ୍ର ଫେଙ୍ଗଶୁଇରେ ଜୀବନକୁ ସୁଖ ଓ ସମୃଦ୍ଧିରେ ଭରିବା ପାଇଁ କିଛି ଭିନ୍ନ ଧରଣର ଉପାୟ କୁହାଯାଇଛି। ଘର କିମ୍ବା କାର୍ଯ୍ୟାଳୟର ଆସବାବପତ୍ରରେ କିଛି ପରିବର୍ତ୍ତନ କରି ଆପଣ ଜୀବନରେ ସମସ୍ତ ସୁଖ, ବୈଭବ ଏବଂ ଉନ୍ନତି ପାଇପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି। ଚାଲନ୍ତୁ ଜାଣିବା ସେ ବିଷୟରେ : 

 

-ଚୀନ ବାସ୍ତୁଶାସ୍ତ୍ର ଅନୁସାରେ, ଆସବାବପତ୍ରର ଡିଜାଇନ୍ ସରଳ ଓ ସାଧାସିଧା ହେବା ଉଚିତ। ଯଦି କୌଣସି ଆସବାବପତ୍ର ଗୋଲାକାର ଥିବ ତେବେ ତାକୁ ତୁରନ୍ତ ପରିବର୍ତ୍ତନ କରିବା ଆବଶ୍ୟକ। କୁହାଯାଏ ଯେ ଏହାଦ୍ବାରା ଘରେ ନକରାତ୍ମକ ଶକ୍ତି ବାସ କରିଥାଏ।


-ଛୋଟ ଓ ହାଲୁକା ଆସବାବପତ୍ରକୁ ପୂର୍ବ ଏବଂ ଉତ୍ତର ଦିଗରେ ରଖିବା ଉଚିତ। ସେହିଭଳି ଓଜନିଆ ଆସବାବପତ୍ରକୁ ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ରଖିବା ଶୁଭ ବୋଲି ଧରାଯାଇଥାଏ।


-ସେହିପରି ଘରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ପରିବାର ସଦସ୍ୟଙ୍କ ଫଟୋ କାଠରେ ନିର୍ମିତ ଫ୍ରେମରେ ଲଗାଇ ପୂର୍ବ ଦିଗରେ ହୋଇଥିବା କାନ୍ଥରେ ଲଗାଇବା ଉଚିତ।‘


-କାର୍ଯ୍ୟାଳୟରେ ସର୍ବଦା ହାଲୁକା ରଙ୍ଗର ଆସବାବପତ୍ର ବ୍ୟବହାର କରିବା ଆବଶ୍ୟକ। ଗାଢ ରଙ୍ଗର ଆସବାବପତ୍ର ନକରାତ୍ମକ ପ୍ରଭାବ ଆଣିଥାଏ ।


-ବ୍ୟବସାୟରେ ଉନ୍ନତି ପାଇଁ ଘରର ପୂର୍ବ ଦିଗରେ କାଠ ନିର୍ମିତ ଆସବାବପତ୍ରକୁ ସଜାଇ ରଖନ୍ତୁ।

 

-କାଠ ନିର୍ମିତ ଆସବାବପତ୍ର ଯଥା ଟେବୁଲ, ଚେୟାର ବା ଖଟ ଇତ୍ୟାଦିକୁ ଘର କିମ୍ବା ଅଫିସର କାନ୍ଥ ସହ ଲଗାଇ ରଖନ୍ତୁ ନାହିଁ । ଯଦି ଜାଗା ନାହିଁ ତେବେ ଅତି କମରେ ଦୁଇ ତିନି ଅଙ୍ଗୁଳି ଛାଡି ରଖନ୍ତୁ ।   

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon