ନେଟ ରିପୋର୍ଟ : ଭାରତରେ କମୁଛି ହାରାହାରି ଇଣ୍ଟରନେଟ ସ୍ପିଡ

 

(ବେତାର ବ୍ୟୁରୋ) ଭାରତରେ ଇଣ୍ଟରନେଟ ସ୍ପିଡ ଦିନକୁ ଦିନ କମିବାରେ ଲାଗିଛି। ଦିନକୁ ଦିନ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ବଢୁଥିବାରୁ ଓ ଏଥିପାଇଁ ମୋବାଇଲ ଟାୱାର ଗୁଡିକ ଉପରେ ଅତ୍ୟଧିକ ଚାପ ପଡୁଥିବାରୁ ଭାରତରେ ମୋବାଇଲ ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ କମିଛି ବୋଲି ସାରା ବିଶ୍ବରେ ଇଣ୍ଟରନେଟ ସ୍ପିଡ ମାପୁଥିବା କମ୍ପାନୀ ଉକଲା (Ookla) ଏକ ବକ୍ତବ୍ୟରେ କହିଛି ।

 

କମ୍ପାନୀର ତଥ୍ୟ ଅନୁସାରେ ଭାରତରେ ମୋବାଇଲ ଇଣ୍ଟରନେଟ ସ୍ପିଡରେ ହ୍ରାସ ଘଟି 10.71 Mbps ସ୍ପିଡରେ ଆସି ପହଞ୍ଚିଛି ଓ ସାରା ବିଶ୍ବରେ ଏହାର ସ୍ଥାନ 121କୁ ଖସି ଆସିଛି । ପୂର୍ବରୁ ଏହି ସ୍ଥାନ 109 ରେ ଥିଲା ।

 

ଟେଲିକମ ରେଗୁଲୋଟାରୀ ଅଥରୀଟି ଅଫ ଇଣ୍ଡିଆ (ଟ୍ରାଇ) ତରଫରୁ ପ୍ରକାଶ ପାଇଥିବା ଏପ୍ରିଲ ମାସର ଡାଉନଲୋଡିଙ୍ଗ ସ୍ପିଡ ତାଲିକାରେ ପୁଣି ଥରେ ଡାଉନଲୋଡିଙ୍ଗ ସ୍ପିଡରେ ରିଲାଏନ୍ସ ଜିଓ ଓ ଅପଲୋଡିଙ୍ଗ ସ୍ପିଡରେ ଆଇଡିଆ ଆଗରେ ରହିଥିଲା । ଏହାସହିତ ଡାଉନଲୋଡିଙ୍ଗ ସ୍ପିଡରେ ରିଲାଏନ୍ସ ଜିଓ ଏହାର ପ୍ରତିଦ୍ଵନ୍ଦୀ ଏୟାରଟେଲ ଠାରୁ ଦୁଇଗୁଣ ଆଗରେ ରହିଛି।

 

 ଆଗରେ ଜିଓ

ଟ୍ରାଇର ଏହି ରିପୋର୍ଟ ମୁତାବକ ରିଲାଏନ୍ସ ଜିଓର ଡାଉନଲୋଡିଙ୍ଗ ସ୍ପିଡ ଏପ୍ରିଲ ମାସରେ 22.2Mbps ରହିଛି ଯାହାକି ଏୟାରଟେଲର ଡାଉନଲୋଡିଙ୍ଗ ସ୍ପିଡ 9.3Mbps)ର ପାଖାପାଖି ଦୁଇଗୁଣ ଅଟେ। ମାର୍ଚ୍ଚ ମାସରେ ଜିଓର ଡାଉନଲୋଡିଙ୍ଗ ସ୍ପିଡ 20.9 Mbps ରହିଥିଲା।

 

ସେହିପରି ଆଇଡିଆ-ଭୋଡଫୋନର ଡାଉନଲୋଡିଙ୍ଗ ସ୍ପିଡ ଏପ୍ରିଲ ମାସରେ 7Mbps ରହିଛି ଯାହାକି ପୂର୍ବରୁ 5.7Mbps ରହିଥିଲା।

 

ଇଣ୍ଟରନେଟ ଡାଟାକୁ ବ୍ୟବହାର କରି ଭିଡିଓ ଦେଖିବା, ଇଣ୍ଟରନେଟରେ ବ୍ରାଉଜିଙ୍ଗ କରିବା, ଇମେଲ ବ୍ୟବହାର କରିବା ପାଇଁ ଡାଉନଲୋଡିଙ୍ଗ ସ୍ପିଡର ଆବଶ୍ୟକ ହୋଇଥାଏ। ଅନ୍ୟପଟେ ଫଟୋ, ଭିଡିଓ, କିମ୍ବା କୌଣସି ଦସ୍ତାବିଜକୁ ଶେୟାର କରିବା ପାଇଁ ଅପଲୋଡିଙ୍ଗ ସ୍ପିଡର ଆବଶ୍ୟକ ହୋଇଥାଏ।

 

ଅପଲୋଡିଙ୍ଗ ସ୍ପିଡ ମାମଲାରେ ଆଇଡିଆ 6 Mbps ସହିତ ଶୀର୍ଷରେ ରହିଛି। ଦ୍ଵିତୀୟ ସ୍ଥାନରେ ଭୋଡାଫୋନ (5.5Mbps), ତୃତୀୟ ସ୍ଥାନରେ ରିଲାଏନ୍ସ ଜିଓ (4.6Mbps) ଓ ଚତୁର୍ଥ ସ୍ଥାନରେ ଭାରତୀ ଏୟାରଟେଲ (3.6Mbps) ରହିଛି।

 

ଏହି ସମସ୍ତ ମୋବାଇଲ କମ୍ପାନୀମାନଙ୍କ ଗ୍ରାହକଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ ମୋବାଇଲ ଇଣ୍ଟରନେଟ ସ୍ପିଡ ରୁ ତଥ୍ୟ ନିଆଯାଇ ସାରା ଭାରତର ହାରାହାରି ସ୍ପିଡ ର ତଥ୍ୟ ବାହାର କରାଯାଇଥାଏ ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon