ବଢୁଛି 'ଦେ ଦେ ପ୍ୟାର ଦେ' ଲୋକପ୍ରିୟତା, 13 ଦିନରେ ଏତିକି ହେଇଛି ବ୍ୟବସାୟ

Thursday, May 30, 2019

(ବେତାର ବ୍ୟୁରୋ) ବଲିଉଡ୍‌ ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’ ଆରମ୍ଭରୁ ଆଜି ଯାଏଁ ବିଭିନ୍ନ ହଲିଉଡ ତଥା ବଲିଉଡ ସିନେମା ସହିତ ପ୍ରତିଯୋଗିତା କରିଥିଲେ ମଧ୍ୟ ଧୀରେ ଧୀରେ ଏହାର ଲୋକପ୍ରିୟତା ବଢିବା ଲକ୍ଷ୍ୟ କରାଯାଇଛି। ଅଜୟ ଦେବଗନ, ରକୁଲପ୍ରିତ ଓ ତବ୍ବୁଙ୍କ ଦ୍ଵାରା ଅଭିନିତ ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛି। ସୋସିଆଲ ମିଡିଆରେ ଏହାକୁ ପଇସା ବସୁଲ, ବ୍ଲକବଷ୍ଟର ଭଳି କମେଣ୍ଟ ମିଳୁଥିବା ଦେଖାଯାଉଛି।

 

ଫିଲ୍ମଟି ମେ 17 ତାରିଖରେ ରିଲିଜ ହେବାର ପ୍ରଥମ ଦଶ ଦିନରେ 75 କୋଟି ଟଙ୍କାର ବ୍ୟବସାୟ କରିସାରିଥିବା ବେଳେ  ମେ’ 30 ତାରିଖ ସୁଦ୍ଧା 83 କୋଟିରେ ବ୍ୟବସାୟ କରିସାରିଲାଣି ।  

 

ଫିଲ୍ମଟିରେ ଭିନ୍ନ ଭୂମିକାରେ ଦେଖିବାକୁ ମିଳୁଛି ଅଜୟଙ୍କୁ। ପୂର୍ବେ ସେ ଅନେକ କମେଡି ଏବଂ ଆକ୍ସନ ଫିଲ୍ମ କରିଥିଲେ ହେଁ ଏହା କିଛି ଅଲଗା ବୋଲି ଅନେକେ ମତ ପ୍ରକାଶ କରୁଛନ୍ତି।

 

ଏହାର କାହାଣୀକୁ ଯଦି ଦେଖାଯାଏ, ଅଜୟ ବିବାହିତ ଥିବା ବେଳେ ବୟସରେ ସାନ ରକୁଲଙ୍କୁ ଭଲ ପାଇ ବସୁଛନ୍ତି। ସେହିଭଳି ତବ୍ବୁ ଅଜୟଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି। ମାତ୍ର ସେ ସ୍ବାମୀଙ୍କଠାରୁ ଅଲଗା ରହୁଛନ୍ତି। ଅଜୟଙ୍କ ଜୀବନରେ ଆଉ ଜଣେ ନାରୀ ଆସିବା ପରେ କ’ଣ ଘଟୁଛି, ତାହା ଉପରେ ଫିଲ୍ମଟି ପର୍ଯ୍ୟବେସିତ।

 

100 କୋଟିର ବ୍ୟବସାୟ

ତେବେ ଫିଲ୍ମଟି 100 କୋଟି ଟଙ୍କାର ବ୍ୟବସାୟ ଛୁଇଁ ପାରିବ କି ନା ସେ ବିଷୟରେ ଫିଲ୍ମ ସମୀକ୍ଷକମାନେ ସନ୍ଦେହ ପ୍ରକାଶ କରିଛନ୍ତି । ଏହାର କାରଣ ଆଗାମୀ ବୁଧବାର ‘ଈଦ’ ପର୍ବ ଅବସରରେ ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ ରିଲିଜ ହେବାର ଅଛି । ଏହା ଫଳରେ ଅଜୟ ଦେବଗନଙ୍କ ଅଭିନୀତ ‘ଦେ ଦେ ପ୍ୟାର ଦେ’ ଫିଲ୍ମକୁ ମିଳିଥିବା ସ୍କ୍ରିନ ସଂଖ୍ୟା କମିପାରେ, ଯାହା ଫିଲ୍ମର ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ । ଏହି କାରଣରୁ ଏହି ଫିଲ୍ମ 100 କୋଟି କ୍ଲବରେ ସାମିଲ ନ ହେଇ ପାରେ ବୋଲି ମତ ରଖିଛନ୍ତି ଫିଲ୍ମ ସମୀକ୍ଷକ ।  

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon