କାଳବୈଶାଖୀ ଆଲର୍ଟ : ଏହି 3 ଜିଲ୍ଲାକୁ ସତର୍କ ସୂଚନା

(ବେତାର ବ୍ୟୁରୋ) ଗ୍ରୀଷ୍ମକାଳୀନ ବାତ୍ୟା ‘ଫୋନି’ ତାଣ୍ଡବ କରିବା ପରେ ଉତ୍ତାପ କମିବାର ନାଁ ନେଉନାହିଁ । ପୂର୍ବରୁ ‘ବେତାର’ରେ କୁହାଯାଇଥିଲା ଯେ ମୌସୁମୀ ଆସିବା ନ ଯାଏଁ ଏମିତି ନିଆଁ ବର୍ଷା ଲାଗି ରହିବ । ଶୁକ୍ରବାର ରାଜ୍ୟ ପାଣିପାଗ ବିଭାଗ ଏକ ସତର୍କ ସୂଚନାରେ କହିଛି,  “ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୩ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହିତ ୩୦ରୁ ୪୦କିମି ବେଗରେ ପବନ ବହିବ” । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, ବୌଦ୍ଧ ଓ ବରଗଡ଼ ଆଦି ରହିଛି।

 

ସେହିପରି ୩୧ରୁ ଜୁନ୍‌ ୧ ତାରିଖ ଭିତରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଦେଓଗଡ଼, ସମ୍ବଲପୁର, ବଲାଙ୍ଗୀର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାରେ ହାଲକା ବର୍ଷା ହେବା ଓ ଅନ୍ୟ ସବୁ ସ୍ଥାନ ମୁଖ୍ୟତଃ ଶୁଖିଲା ରହିବ।

 

ତେବେ ଜୁନ୍‌ ୧ରୁ ୨ ପର୍ଯ୍ୟନ୍ତ ରାଜ୍ୟର 21 ଜିଲ୍ଲାରେ ଯଥା :ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ବଲାଙ୍ଗୀର, କେନ୍ଦୁଝର, ବାଲେଶ୍ୱର, ଢ଼େଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, ଦେଓଗଡ଼, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଅନୁଗୁଳ, କଟକ ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି।

 

ଶୁକ୍ରବାର ରେକର୍ଡ ଅନୁଯାୟୀ, ଟିଟଲାଗଡ଼ରେ ସର୍ବାଧିକ ତାପମାତ୍ର ୪୪.୦ ଡିଗ୍ରି ସେଲସିୟସ୍‌ ଥିବା ବେଳେ ମାଲକାନଗିରିରେ ୨୨ଡିଗ୍ରି ସର୍ବନିମ୍ନ ତାପମାତ୍ରା ରହିଛି।

 

ଇତିମଧ୍ୟରେ ସମଗ୍ର ଦେଶରେ ମଧ୍ୟ ତାପମାତ୍ରା ବୃଦ୍ଧି ନେଇ ସତର୍କ ସୂଚନା ଦିଆଯାଇଛି । ଆଗାମୀ ୩ଦିନ ପର୍ଯ୍ୟନ୍ତ ଲୁ’ର ପ୍ରଭାବ ଅଧିକ ରହିବ ବୋଲି ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପ୍ରାଇଭେଟ ପାଣିପାଗ ସଂସ୍ଥା ସ୍କାଇମେଟ। ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଝାରଖଣ୍ଡ, ଉତ୍ତର ପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ବିହାର ଓ ଓଡ଼ିଶାରେ ‘ଲୁ’ର ପ୍ରଭାବ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି।

 

ଡେରିରେ ଆସିବ ମୋସୁମୀ

ମେ’ ୧୮ ତାରିଖରେ ଆଣ୍ଡାମାନ ପହଞ୍ଚିବା ପରେ ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ ଏକ ପ୍ରକାରର ଧିମା ହୋଇଯାଇଥିଲା। ଏହା କେବେ କେରଳ ଛୁଇଁବ, ତାକୁ ନେଇ ନାନା ପ୍ରକାରର ଆଶଙ୍କା ପ୍ରକାଶ ପାଇଥିଲା। ତେବେ ମୌସୁମୀ ଆସନ୍ତା ୩ ଦିନ ମଧ୍ୟରେ ପୁଣିଥରେ ସକ୍ରିୟ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ଆସନ୍ତା ୭୨ ଘଣ୍ଟା ମଧ୍ୟରେ ମୌସୁମୀ ଆଣ୍ଡାମାନ ଓ ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯଦି ଏପରି ହୁଏ, ତା’ହେଲେ ଆସନ୍ତା ଜୁନ ୬ ତାରିଖ ପରେ ମୌସୁମୀ କେରଳ ଛୁଇଁବ ବୋଲି କୁହାଯାଇଛି। ସେହିପରି କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ମୌସୁମୀ ଓଡ଼ିଶାରେ ତା’ର ପ୍ରଭାବ ବିସ୍ତାର କରିବ।

 

 

(

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon