କେନ୍ଦ୍ର ଟେଲିକମ ମନ୍ତ୍ରୀ : ଆଗାମୀ 100 ଦିନରେ ହେବ 5G ଟେଷ୍ଟିଙ୍ଗ

(ବେତାର ବ୍ୟୁରୋ) କାର୍ଯ୍ୟଭାର ସମ୍ଭାଳିବାର ମାତ୍ର ଅଳ୍ପ ଦିନ ଭିତରେ କେନ୍ଦ୍ର ଟେଲିକମ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି ଯେ ତାଙ୍କର ଆଗାମୀ ପ୍ରଥମିକତା ଭିତରେ 5Gର ପରୀକ୍ଷଣ ଅନ୍ୟତମ ଓ ଏହାକୁ ସେ ନିଜର ଆଗାମୀ 100 ଦିନର ପ୍ରାଥମିକତାରେ ସ୍ଥାନ ଦେବେ ବୋଲି କହିଛନ୍ତି ।

 

ଏହା ସହିତ ସମଗ୍ର ଦେଶରେ ପାଞ୍ଚ ଲକ୍ଷ ୱାଇ-ଫାଇ ନେଟୱର୍କକୁ ଆହୁରି ଦୃଢୀଭୂତ କରିବା ପାଇଁ ପଦକ୍ଷେପ ନିଆଯିବ ।

 

ସାମ୍ବାଦିକମାନଙ୍କ ପ୍ରଶ୍ନୋତ୍ତର ବେଳେ ସେ କହିଛନ୍ତି “ପାଞ୍ଚ ଲକ୍ଷ ୱାଇ-ଫାଇ ସ୍ପଟ ସ୍ଥାପନ କାର୍ଯ୍ୟ ତ୍ୱରାନ୍ୱିତ କରିବା , 5Gର ପରୀକ୍ଷଣ, ଭାରତୀୟ ବ୍ରଡବ୍ୟାଣ୍ଡ ନେଟୱର୍କ ଓ ଫାଇବରବ୍ୟାଣ୍ଡ ଇଣ୍ଟରନେଟ ସେବା ମୋର ପ୍ରଥମ 100 ଦିନର ପ୍ରଥମିକତା ଭିତରେ ରହିବ। “

 

ଭାରତରେ 2020 ଶେଷ ସୁଦ୍ଧା 5G ସେବା ପ୍ରଦାନ ଆରମ୍ଭ ହେଇଯିବାର ଲକ୍ଷ୍ୟ ଅଛି ।

 

ମହଙ୍ଗା ସେବା

5g ସେବା ଟେଲିକମ ଜଗତର ସବୁଠାରୁ ଅତ୍ୟାଧୁନିକ ସେବା ଅଟେ ।ସମଗ୍ର ବିଶ୍ଵରେ ଜର୍ମାନ, ଜାପାନ ଭଳି କିଛି ବିକଶିତ ଦେଶଗୁଡ଼ିକୁ ଛାଡିଦେଲେ ବହୁତ ଗୁଡିଏ ଦେଶରେ ଏହା ଏବେ ପହଞ୍ଚି ନାହିଁ ବା ପହଞ୍ଚିବା ଅବସ୍ଥାରେ ନାହିଁ ।

 

ଏହି ସେବା ରେ ଇଣ୍ଟରନେଟ ସ୍ପିଡ 4ଜି ସେବା ଠାରୁ ପ୍ରାୟ ଆଠ-ଦଶ ଗୁଣ ଅଧିକ । ଭାରତରେ ସମ୍ପ୍ରତି ହାରାହାରି ମୋବାଇଲ ଇଣ୍ଟରନେଟ ସ୍ପିଡ 9 Mbps ରହିଛି ।  ପରୀକ୍ଷଣ ସଫଳ ହେଲେ ଏହାର ସ୍ପେକ୍ଟରାମ ଲାଇସେନ୍ସ ପାଇଁ ନିଲାମି ପ୍ରକ୍ରିୟା ଆରମ୍ଭ ହେବ ।

 

ତେବେ ଏହାର ନିଲାମ ପାଇଁ ବହୁତ ଅଧିକ ଟଙ୍କା ଭାରତ ସରକାର ଧାର୍ଯ୍ୟ କରିଥିବାରୁ ଏୟାରଟେଲ ଏହାକୁ ସଂଶୋଧିତ କରିବା ପାଇଁ ପ୍ରସ୍ତାବ ଦେଇଛି । ଏହାର ଦର 4G ଦରଠାରୁ ଦଶଗୁଣା ଅଧିକ ରଖାଯାଇଥିବାରୁ ଏୟାରଟେଲ ଏପରି କହିଛି ।

 

ଏହି ସେବା ପାଇବା ପାଇଁ 4G ଭଳି ନୂତନ ହ୍ୟାଣ୍ଡସେଟ ଆବଶ୍ୟକ । ଭାରତରେ ସାମସଙ୍ଗ, ନୋକିଆ ଓ ଏରିକ୍ସନ କମ୍ପାନୀର ହ୍ୟାଣ୍ଡସେଟକୁ 5G ନେଟୱର୍କ ଚଳାଇବା ପାଇଁ ଅନୁମତି ମିଳିଛି । 5G ପରୀକ୍ଷଣ ଆରମ୍ଭ ହେଲେ ଏହି ହ୍ୟାଣ୍ଡସେଟ ଗୁଡିକ ବ୍ୟବହାର ହେବ । ଜିଓ କମ୍ପାନୀ ସାମସଙ୍ଗ ସହିତ ଏଥିପାଇଁ ହାତ ମିଳାଇଥିବା ବେଳେ ଉଭୟ ଏୟାରଟେଲ ଓ ଭୋଡାଫୋନ ନୋକିଆ ଓ ଏରିକସାନ କମ୍ପାନୀ ସହିତ ଏଥିପାଇଁ ହାତ ମିଳାଇ ଛନ୍ତି ।   

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon