ଝିଅଙ୍କ ଖାଦ୍ୟ ରୁଚିରୁ ଏମିତି ଜଣାପଡେ ଲଭ୍‌ ଲାଇଫ୍‌

(ବେତାର ବ୍ୟୁରୋ) ଖାଦ୍ୟପେୟରେ ସମସ୍ତଙ୍କ ରୁଚି ଭିନ୍ନ ଭିନ୍ନ ହୋଇଥାଏ। କାହାକୁ ଖଟା ଖାଇବାକୁ ଭଲ ଲାଗୁ ଥିବାବେଳେ କାହାକୁ ମିଠା ଅଧିକ ପସନ୍ଦ ହୋଇଥାଏ। ତେବେ ଆପଣ ଜଣକର ଖାଦ୍ୟ ପସନ୍ଦ ଶୈଳୀରୁ ତାଙ୍କ ଲଭ୍‌ ଲାଇଫ୍‌ ସମ୍ପର୍କରେ ଜାଣିପାରିବେ।

 

ଏହାର କାରଣ ଖାଦ୍ୟ ସହିତ ଆମ ମସ୍ତିସ୍କର ସ୍ନାୟବିକ ଯୋଗାଯୋଗ ରହିଥାଏ । ଅର୍ଥାତ ଆମେ କେଉଁ ଖାଦ୍ୟ ପସନ୍ଦ କରୁ ତାହା ମସ୍ତିସ୍କରେ ଥିବା ସ୍ନାୟୁ ଆମକୁ ସୁଚାଇ ଥାନ୍ତି । ବୈଜ୍ଞାନିକ ଗବେଷଣାରୁ ଜଣାପଡିଛି ଯେ ଯେଉଁ ସ୍ନାୟୁ ପ୍ରବାହ ଆମକୁ ମନ ପସନ୍ଦର ଖାଦ୍ୟ ବିଷୟରେ ସୂଚିତ କରିଥାଏ , ସେହି ପ୍ରକାରର ସ୍ନାୟୁ ଆମ ଜୀବନଶୈଳୀ ଓ ସ୍ଵଭାବକୁ ପ୍ରଭାବିତ କରିଥାଏ ।

 

ଆସନ୍ତୁ ଜାଣିବା ଝିଅଙ୍କ ଖାଦ୍ୟରୁଚି ଶୈଳୀରୁ ସେମାନଙ୍କ ଲଭ୍‌ ଲାଇଫ୍‌ ସମ୍ପର୍କିତ କିଛି ରହସ୍ୟପୂର୍ଣ୍ଣ କଥା।

 

ଆଇସ୍‌କ୍ରିିମ୍‌: ଝିଅମାନଙ୍କୁ ଆଇସ୍‌କ୍ରିମ ଖାଇବା ବେଶି ପସନ୍ଦ ହୋଇଥାଏ । ତେବେ ଅଧିକାଂଶ ଝିଅଙ୍କୁ ଷ୍ଟ୍ରବେରୀ ଓ ଚକୋଲେଟ ଆଇସ୍‌କ୍ରିମ୍‌ ପସନ୍ଦ ଆସିଥାଏ। ସେମାନେ ସ୍ବଭାବରେ ରୋମାଣ୍ଟିକ୍‌ ହେବା ସହ ଚଗଲୀ ଥାଆନ୍ତି।

 

କଫି: କଫି ପସନ୍ଦ କରୁଥିବା ଝିଅ ମଧ୍ୟ ରୋମାଣ୍ଟିକ ହୋଇଥାନ୍ତି। ଆତ୍ମନିର୍ଭରଶୀଳ ଓ କର୍ତ୍ତବ୍ୟନିଷ୍ଠା ଏମାନଙ୍କ ସ୍ବଭାବରେ ସମ୍ପୂର୍ଣ୍ଣ ବାରି ହୋଇପଡେ। ଏମାନେ ପାର୍ଟନରଙ୍କ ବିଶ୍ୱାସୀ ହୋଇଥାନ୍ତି ।

 

ଚକୋଲେଟ୍‌: ସାଧାରଣତଃ ଝିଅମାନଙ୍କୁ ଚକୋଲେଟ୍‌ ପସନ୍ଦ ହୋଇଥାଏ। ତେବେ ଅଧିକ ଚକୋଲେଟ୍‌ ଖାଉଥିବା ଝିଅ ନରମ ସ୍ବଭାବର ହୋଇଥାନ୍ତି। ସେମାନେ ମୁହାଁମୁହିଁ ସିଧା କଥା କହିଥାନ୍ତି ।
 

ମିଠା: ମିଠା ପସନ୍ଦ କରୁଥିବା ଝିଅ ରାଗୀ ସ୍ବଭାବର ବା ଜିଦିଆ ହୋଇଥାନ୍ତି। ସେମାନେ ତାଙ୍କ ପାର୍ଟନରଙ୍କୁ ତାଙ୍କଠାରୁ ଅଲଗା ହେବାକୁ ଦିଅନ୍ତି ନାହିଁ  ଓ ପ୍ରାଣଭଳି ଭଲ ପାଆନ୍ତି ।

 

ଫଳ ଜୁସ, ସାଲଡ : ଏ ପ୍ରକାର ଖାଦ୍ୟ ପସନ୍ଦ କରୁଥିବା ଝିଅ ମାନେ ସାଧାରଣତଃ ଶାନ୍ତ ସ୍ଵଭାବର । ସେମାନେ ନିଜ ସାଥିଙ୍କ ସହିତ ବେଶୀ ଝଗଡା କରିବାକୁ ପସନ୍ଦ କରନ୍ତି ନାହିଁ ।

ମିଠା ଖାଦ୍ୟ, ପାନୀୟ : ମିଠା କୋଲ ଡ୍ରିଙ୍କ, ମୃଦୁ ପାନୀୟ ବା ମଟନ କିମ୍ବା ଚିଜ ଭଳି ଚର୍ବି ଜାତୀୟ ଖାଦ୍ୟ ପସନ୍ଦ କରୁଥିବା ଝିଅମାନେ ବହୁତ ମେଳାପୀ ସ୍ଵଭାବର । ଏମାନେ ଅଳ୍ପ ସମୟ ଭିତରେ ହିଁ ଜଣେ ନିକଟତମ ବନ୍ଧୁ ପରି ବ୍ୟବହାର କରନ୍ତି ।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon