ପ୍ରଥମ ଦିନରେ ବମ୍ପର ଓପନିଂ କଲା 'ଭାରତ' : ଏତିକି ହେଇଛି ବ୍ୟବସାୟ

Thursday, June 6, 2019

(ବେତାର ବ୍ୟୁରୋ) ପ୍ରାଥମିକ ଆନୁମାନିକ ଅଟକଳ ଅନୁସାରେ ପ୍ରଥମ ଦିନରେ ହିଁ ପ୍ରାୟ 40 କୋଟିର ବ୍ୟବସାୟ କରିଛି ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’  । ଅନେକଦିନରୁ ଆଶା ବାନ୍ଧି ରଖିଥିବା ସଲମାନଙ୍କ ପ୍ରଶଂସକ ମାନେ ଫିଲ୍ମର ପ୍ରଥମଦିନ ହଲ ଯାଇ ନିଆରା ଅନୁଭୂତି ଆଣିବାକୁ ପସନ୍ଦ କରିଛନ୍ତି । ତେବେ ଫିଲ୍ମଟି ଆହୁରି ଅଧିକ ବ୍ୟବସାୟ କରିବାର ଆଶା କରାଯାଉଥିଲା । ତେବେ ଇଂଲଣ୍ଡରେ ଚାଲିଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା କ୍ରିକେଟ ବିଶ୍ଵକପ ମ୍ୟାଚ ପାଇଁ ସଳମାନଙ୍କ ଫିଲ୍ମ ଆଶା ଠାରୁ ଅଳ୍ପ କମ ବ୍ୟବସାୟ କରିଛି ବୋଲି ଫିଲ୍ମ ସମୀକ୍ଷକ ମାନେ କହିଛନ୍ତି ।

 

ଫିଲ୍ମଟି ସାରା ଦେଶରେ ୪700 ସ୍କ୍ରିନରେ ରିଲିଜ ହୋଇଥିବା ବେଳେ ଏହି ଫିଲ୍ମ ଦେଖିବାକୁ ଫ୍ୟାନ୍‌ମାନଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ୍‌ ଓ ଦିଶା ପଟାନୀ ମୁଖ୍ୟ ଭୂମିକାରେ ରହିଛନ୍ତି । ଏହା ସହ ତବୁ ଓ ଜ୍ୟାକି ସ୍ରଫ୍‌ ମଧ୍ୟ ନଜର ଆସିଛନ୍ତି । ସଲମାନଙ୍କ ଏହି ଫିଲ୍ମ ୨୦୧୪ରେ ନିର୍ମିତ ଦକ୍ଷିଣ କୋରିଆ ଫିଲ୍ମ ‘ଓଡ୍‌ ଟୁ ମାଇଁ ଫାଦର’ ଫିଲ୍ମର କାହାଣୀ ଆଧାରରେ ତିଆରି ହୋଇଛି । ଏଥିରେ ସଲମାନ ଖାନ୍‌ ମୁଖ୍ୟ ଚରିତ୍ର ଭାରତ ଭୂମିକାରେ ନଜର ଆସିଛନ୍ତି ।

 

ଜଣେ ସାଧାରଣ ନାଗରିକ ଦୃଷ୍ଟିଭଙ୍ଗୀରେ ଫିଲ୍ମରେ ଭାରତର ସ୍ୱାଧୀନତା ପରବର୍ତ୍ତୀ ଘଟଣାକ୍ରମର ବର୍ଣ୍ଣନା ରହିଛି । ଏହି ଫିଲ୍ମ ଟି ସିରିଜ୍‌ ଓ ସଲମାନ୍‌ ଖାନ୍‌ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହୋଇଛି । ଇଦ୍‌ରେ ରିଲିଜ୍‌ ହୋଇଥିବା ଭାଇଜାନଙ୍କ ଅଧିକାଂଶ ଫିଲ୍ମ ସୁପର ହିଟ୍‌ ସାବ୍ୟସ୍ତ ହୋଇଥାଏ ଏବଂ ଫିଲ୍ମ ଭାରତ ମଧ୍ୟ ବକ୍ସ ଅଫିସରେ ନୂଆ ରେକର୍ଡ କରିବ ବୋଲି ସମୀକ୍ଷକ ଆଶା ରଖିଛନ୍ତି ।

 

ତେବେ ଅନ୍ୟ ବର୍ଷର ଈଦ ପର୍ବରେ ରିଲିଜ ହେଇଥିବା ସଳମନ୍ଙ୍କ ଫିଉଳ୍ମ ତୁଳନାରେ ‘ଭାରତ’ ଅପେକ୍ଷାକୃତ ଭଲ ବ୍ୟବସାୟ କରିଛି । ସଲମାନଙ୍କ ଅଭିନୀତ ‘ସୁଲତାନ’ ପ୍ରଥମଦିନରେ  36.24 କୋଟି ଟଙ୍କା ର ବ୍ୟବସାୟ ଅକରିଥିବା ବେଳେ ତାଙ୍କ ଅଭିନୀତ  ରେସ 3 ପ୍ରଥମ ଦିନରେ 29 କୋଟିର ବ୍ୟବସାୟ କରିଥିଲା ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon