ଅମିତାଭଙ୍କ ଟୁଇଟର ହ୍ୟାକ : ଏମିତି ପ୍ରତିଶୋଧ ନେଲେ ଭାରତୀୟ ହ୍ୟାକର

Tuesday, June 11, 2019

(ବେତାର ବ୍ୟୁରୋ) ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ ହେବାର ପ୍ରତିଶୋଧ ନେଇଛନ୍ତି ଭାରତୀୟ ହ୍ୟାକର । ପାକିସ୍ତାନର ୫ଟି ୱେବସାଇଟ୍ କୁ ସେମାନେ ହ୍ୟାକ କରି ପ୍ରୋଫାଇଲ ଫୋଟୋରେ  ତ୍ରିରଙ୍ଗା ପତାକା ସହ ଅମିତାଭଙ୍କ ଫଟୋ ଲଗାଇଦେଇଛନ୍ତି । ବଚ୍ଚନଙ୍କ ଫଟୋ ଲାଗିଥିବା  ଏହି ୱେବସାଇଟଗୁଡିକ ହେଲା  traditioanlarts.pk, swordedge.pk, mmaprosports.pk/index.php, mail.goya.pk,gmcs.edu.pk ।

 

ଏହି ୱେବସାଇଟ ଗୁଡିକ ପାକିସ୍ତାନି କଳା, ଖେଳ ବିଭାଗ, ଶିକ୍ଷା ବିଭାଗ, ଖାଦ୍ୟ ବିକ୍ରି କମ୍ପାନୀ ସହିତ ଜଡିତ । ଏହିସବୁ ୱେବ୍ସାଇଟ ଖୋଲିଲେ ସେଥିରେ ଅମିତାଭ ଙ୍କ ଚିତ୍ର ସହିତ ଭାରତୀୟ ସାଇବର ଶକ୍ତି କୁ ଦେଖ ବୋଲି ଲେଖା ହେଇଛି ।

 

ଅମିତାଭଙ୍କ ଟ୍ଵିଟର
ପାକିସ୍ତାନ ସମର୍ଥିତ ତୁର୍କୀ ସାଇବର ଆର୍ମି ଅୟିଲଦିଜ୍ ଟିମ୍ ଗତ ସୋମବାର ବଚ୍ଚନଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ କରିଦେଇଥିବା ଜଣାପଡିଥିଲା । ହ୍ୟାକରମାନେ ଅମିତାଭଙ୍କ ପ୍ରୋଫାଇଲ ଫଟୋରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଫଟୋ ଲଗାଇଦେଇଥିଲେ । ଏଥିସହ ତାଙ୍କ ବାୟୋ ବଦଳାଇ ‘ଲଭ୍ ପାକିସ୍ତାନ’ ଲେଖିଥିଲେ । ବଚ୍ଚନଙ୍କ ଆକାଉଣ୍ଟରୁ କିଛି ଭାରତ ବିରୋଧୀ ମନ୍ତବ୍ୟ ମଧ୍ୟ ପୋଷ୍ଟ କରାଯାଇଥିଲା । ପରେ ଏହି ଆକାଉଣ୍ଟକୁ ରିକଭର କରାଯାଇଛି ।


ସୂଚନାଯୋଗ୍ୟ, ଗତବର୍ଷ ପାକିସ୍ତାନ ସମର୍ଥିତ ଏହି ହ୍ୟାକର ଟିମ୍ ଅମିତାଭଙ୍କ ପୁଅ ତଥା ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ଟୁଇଟର ଆକାଉଣ୍ଟ ମଧ୍ୟ ହ୍ୟାକ କରିଥିଲେ । ଏଥିସହ ଅଭିନେତା ଅନୁପମ୍ ଖେର, ସାହିଦ କପୁରଙ୍କ ସମେତ ଭାଜପାର ରାଷ୍ଟ୍ରୀୟ ମହାସଚିବ ରାମମାଧବଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ ପଛରେ ମଧ୍ୟ ଏହି ଗ୍ରୁପ୍ ର ହାତଥିବା ଜଣାପଡିଥିଲା ।

 

ତେବେ ଅମିତାଭ ଙ୍କ ଆକାଉଣ୍ଟ ପ୍ରଥମ ଥର ପାଇଁ ହ୍ୟାକ ହେଇ ନାହିଁ । ପୂର୍ବରୁ 2015 ମସିହାରେ ମଧ୍ୟ ତାଙ୍କର ଟ୍ଵିଟର ଆକାଉଣ୍ଟକୁ କିଛି ଦୁର୍ବୁତ୍ତ ହ୍ୟାକ କରିଦେଇଥିଲେ  ଓ ସେଥିରେ ଆପତ୍ତିଜନକ ୱେବ୍ସାଇଟର ଲିଙ୍କ ଛାଡି ଦେଇଥିଲେ ।

 

ଅମିତାଭଙ୍କ ଟ୍ଵିଟରରେ 3.7 କୋଟିରୁ ଉର୍ଦ୍ଧ୍ଵ ଫଲୋଅର ଅଛନ୍ତି ।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon