SBI ସ୍ପେଶିଆଲ ଅଫିସର ପଦବୀ ପାଇଁ ଆବେଦନ : ଗୁରୁବାର ଶେଷ ତାରିଖ

Thursday, June 13, 2019

(ବେତାର ବ୍ୟୁରୋ) ଯେଉଁ ଛାତ୍ରଛାତ୍ରୀମାନେ ଇଂଜିନିୟରିଂ କିମ୍ବା MBA, MCA ଇତ୍ୟାଦି କରି ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ପ୍ରବେଶ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ କିଛି ମାସ ତଳେ ବିଭିନ୍ନ ବ୍ୟାଙ୍କରୁ ନିଯୁକ୍ତି

ନିମନ୍ତେ IBPS ତରଫରୁ ସୁଯୋଗ ଆସିଥିଲା । ସେହିପରି ଭାରତର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ମଧ୍ୟ ଅନୁରୂପ ନିଯୁକ୍ତି ସୁବିଧା ପ୍ରଦାନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା, ଯାହାର  ଶେଷ ତାରିଖ ହେଉଛି ଜୁନ 13 (ଗୁରୁବାର) । 

 

 

ଯେଉଁ ପ୍ରାର୍ଥୀମାନେ ଆଇ.ଟି ଅଧିକାରୀ, କୃଷି କ୍ଷେତ୍ର ଅଧିକାରୀ, ରାଜଭାଷା ଅଧିକାରୀ, ଆଇନକାନୁନ ଅଧିକାରୀ, ମାନବ ସମ୍ବଳ (HR) ଅଧିକାରୀ ଓ ମାର୍କେଟିଙ୍ଗ ଅଫିସର ପଦବୀରେ ନିଯୁକ୍ତି ପାଇବାକୁ ଚାହୁଁଛନ୍ତି, ସେମାନେ ଆବେଦନ କରିପାରିବେ।

 

ଆବେଦନ ତାରିଖ

ଆଗ୍ରହୀ ପ୍ରାର୍ଥୀ ଜୁନ 13 ତାରିଖ ଗୁରୁବାର ଷ୍ଟେଟ ବ୍ୟାଙ୍କର ୱେବସାଇଟ ରେ ନିଜର ଆବଶ୍ୟକୀୟ

ସ୍କାନ ହେଇଥିବା ଡକୁମେଣ୍ଟ, ଜନ୍ମ ପ୍ରମାଣ patra ପ୍ରଦାନ କରି ଅନଲାଇନରେ ଆବେଦନ କରିପାରିବେ।

 

ପଦବୀ ସଂଖ୍ୟା

ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ପର୍ସନେଲ ସିଲେକ୍ସନ (IBPS) ତରଫରୁ ଏହି ପରୀକ୍ଷା ମୋଟ 20ଟି ଘରୋଇ ବ୍ୟାଙ୍କରେ 1,599ଟି ପଦରେ ନିଯୁକ୍ତି ପାଇଁ ହେବା ପାଇଁ ବିଜ୍ଞପ୍ତି ଗତ ଡିସେମ୍ବର ମାସରେ ପ୍ରକାଶ ପାଇଥିଲା ।

 

ତେବେ ଷ୍ଟେଟ ବ୍ୟାଙ୍କ ତରଫରୁ ଏହି ପଦବୀ ପାଇଁ ମାତ୍ର 79ଟି ପଦବୀ ଘୋଷଣା କରାହେଇଛି । 

 

 

ବୟସସୀମା

ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ  ସର୍ବାଧିକ 30ବର୍ଷ ହୋଇଥିବା ଆବଶ୍ୟକ। ତେବେ କେତେକ କ୍ଷେତ୍ରରେ ଏହା 45 ବର୍ଷକୁ କୋହଳ କରାଯାଇଛି । 

 

ଶିକ୍ଷାଗତ ଯୋଗ୍ୟତା

ଆଇ.ଟି ଅଧିକାରୀ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ସରକାରଙ୍କ ଦ୍ଵାରା ପରିଚାଳିତ ଯେ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଆପ୍ଲିକେଶନରେ ଚାରିବର୍ଷ ଇଞ୍ଜିନିୟରିଙ୍ଗ କରିଥିବା ଆବଶ୍ୟକ। ସେହିପରି କୃଷିକ୍ଷେତ୍ର ଅଧିକାରୀ ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଏଗ୍ରିକଲ୍ଚରରେ ଚାରିବର୍ଷ ଡିଗ୍ରୀକୋର୍ସ କରିଥିବା ଆବଶ୍ୟକ।

 

ରାଜଭାଷା ଅଧିକାରୀ ଓ ଏଚ.ଆର (HR) ଅଧିକାରୀ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଦୁଇବର୍ଷ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ କରିଥିବା ଆବଶ୍ୟକ ଓ ଗ୍ରାଜୁଏସନରେ ହିନ୍ଦୀ ଓ ଇଂରାଜୀ ବିଷୟ ଥିବା ଆବଶ୍ୟକ। ଆଇନକାନୁନ ଅଧିକାରୀ ପାଇଁ ପ୍ରାର୍ଥୀ ଏଲ.ଏଲ.ବି ଓ ମାର୍କେଟିଂଗ ଅଫିସର ପାଇଁ ପ୍ରାର୍ଥୀ ଏମ.ବି.ଏ ପାସ କରିଥିବା ଆବଶ୍ୟକ।

 

 

ଚୟନ ପଦ୍ଧତି

ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ପ୍ରଥମେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ଓ ବୟସ ଆଧାରରେ ସର୍ଟଲିଷ୍ଟ କରାହେବ । ଏହାପରେ ସେମାନଙ୍କୁ ସାକ୍ଷାତକାର ପାଇଁ ଡକାଯିବ । ନିଯୁକ୍ତି  କେବଳ ସାକ୍ଷାତକାରରେ ମିଳିଥିବା ମାର୍କ ହିସାବରେ କରାଯିବ । ଯେଉଁ କ୍ଷେତ୍ରରେ ଦୁଇ ପ୍ରାର୍ଥୀ ସମାନ ମାର୍କ ରଖିଥିବେ ସେ କ୍ଷେତ୍ରରେ ପ୍ରାର୍ଥୀଙ୍କ ବୟସକୁ ଆଧାର ହିସାବରେ ନିଆଯିବ । 

 

କିପରି ଆବେଦନ କରିବେ

ଇଚ୍ଛୁକ ପ୍ରାର୍ଥୀମାନେ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ। ଅନଲାଇନରେ ଆବେଦନ କରିବା ପୂର୍ବରୁ ଗୋଟିଏ ପାସପୋର୍ଟ ସାଇଜ ଫଟୋ, ଦସ୍ତଖତ  ସ୍କାନ କରିବାକୁ ପଡିବ। I

 

ଏ ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ  ଷ୍ଟେଟ ବ୍ୟାଙ୍କର  ଅଫିସିଆଲ ୱେବସାଇଟsbi.co.in େ ଲଗଇନ କରନ୍ତୁ। ଏହି ଲିଙ୍କ ଗୁରୁବାର ସନ୍ଧ୍ୟା ରେ ଅଚଳ ହେଇଯିବ । 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon