କୋର୍ଟ ରାୟ: ଛାଡପତ୍ର ପରେ ରୋଜଗାରିଆ ମହିଳାଙ୍କୁ ସ୍ୱାମୀ ଦେବେନି ଭରଣପୋଷଣ

(ବେତାର ବ୍ୟୁରୋ) ଏକ ଛାଡପତ୍ର ମାମଲାର ବିଚାର କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋଲକାତା ହାଇକୋର୍ଟ । ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ଯଥେଷ୍ଟ ଅର୍ଥ ଥିଲେ ସମ୍ପୃକ୍ତ ମହିଳାକୁ ତାଙ୍କ ସ୍ୱାମୀ ଛାଡପତ୍ର ପରେ ଭରଣପୋଷଣ ଦେବେନି ବୋଲି କୋର୍ଟ ରାୟ ଦେଇଛନ୍ତି । 


ଦାବି ଅର୍ଥଠାରୁ ଏହି ମହିଳାଙ୍କ ରହିଛି ଅଧିକ ଆୟ
ଅଦାଲତରେ ନିଜ ସ୍ୱାମୀଙ୍କ ଦ୍ୱାରା ଆଗତ ଛାହପତ୍ର ମାମଲାର ବିଚାରବେଳେ କୋଲକାତାର ମହିଳା ଜଣକ ମାସିକ ଖର୍ଚ୍ଚ ବାବଦ ୫୦ ହଜାର ଟଙ୍କା ଦାବି କରିଥିଲେ । ତେବେ ସମ୍ପୃକ୍ତ ମହିଳାଙ୍କ ମାସକୁ ଆୟ ୭୪ ହଜାର ଟଙ୍କା ଥିବା ଜାଣିବା ପରେ କୋର୍ଟ ମହିଳାଙ୍କ ସ୍ୱାମୀ ଭରଣପୋଷଣ ଦେବେନାହିଁ ବୋଲି କହିଛନ୍ତି ।

 

ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ
ନିଷ୍ଠୁରତା ତଥା ନିର୍ଯାତନା ଆଧାରରେ ମହିଳାଙ୍କ ସ୍ୱାମୀ ଛାଡପତ୍ର ପାଇଁ ତଳ କୋର୍ଟରେ ଆବେଦନ କରିଥିଲେ । ଏହାର ଶୁଣାଣି କରି ଉକ୍ତ କୋର୍ଟ ମଧ୍ୟ ସମାନ ରାୟ ଦେଇଥିଲେ ହେଁ ୩୦ ହଜାର ଟଙ୍କାର ଭରଣପୋଷଣ ପାଇଁ ସମ୍ପୃକ୍ତ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଅଧିକ ଅର୍ଥ ଦାବି କରି କୋର୍ଟଙ୍କ ଏହି ରାୟକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ ମହିଳା ।


ଦେଖାଇଥିଲେ ଆୟ ପ୍ରମାଣ
ନିଜ ଭରଣପୋଷଣ ବାବଦ ୫୦ ହଜାର ଟଙ୍କା ଦାବି କରିଥିବା ଏହି ମହିଳା ଜଣକ ତାଙ୍କ ମାସିକ ଆୟର ପ୍ରମାଣ ବା ସାଲାରି ସ୍ଲିପ କୋର୍ଟରେ ଦେଖାଇଥିଲେ । ଏଥିସହ ତାଙ୍କ ସ୍ୱାମୀ ବର୍ଷକୁ ପ୍ରାୟ ୮୩ ଲକ୍ଷ ଟଙ୍କା ରୋଜଗାର କରୁଥିବା କହିଥିଲେ । ତେଣୁ ସ୍ୱାମୀଙ୍କ ଭରଣପୋଷଣ ପାଇବାର ସେ ହକଦାର ବୋଲି ଦର୍ଶାଇଥିଲେ । ଆବଶ୍ୟକତା ଅନୁସାରେ ତାଙ୍କ ଆୟ ଯଥେଷ୍ଟ ନ ଥିବା ମହିଳା ଜଣକ କହିଥିଲେ ।


ଦାବିକୁ ନ୍ୟାୟାଳୟଙ୍କ ଅଗ୍ରାହ୍ୟ
ମହିଳାଙ୍କ ଆୟ ତାଙ୍କ ଆବଶ୍ୟକତା ପାଇଁ ଯଥେଷ୍ଟ ଏପରିକି ସେ ଦାବି କରୁଥିବା ଅର୍ଥଠାରୁ ମଧ୍ୟ ଅଧିକ ବୋଲି ନ୍ୟାୟାଳୟ କହିଥିଲେ । ତେଣୁ ତାଙ୍କ ସ୍ୱାମୀ କୌଣସି ଭରଣପୋଷଣ ଦେବେ ନାହିଁ ବୋଲି କୋର୍ଟ ରାୟ ଶୁଣାଇଥିଲେ ।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon