ଜୁନ୍ 17-23 ରାଶିଫଳ : ଏ ସପ୍ତାହରେ ଗ୍ରହଣ ଯୋଗ, ଏହି 6 ରାଶିର ହେଇପାରେ କ୍ଷତି

(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ ଧନୁରାଶିରୁ ଯାତ୍ରା ଆରମ୍ଭ କରି କୁମ୍ଭ ରାଶି ଯାଏଁ ପରିକ୍ରମା କରିବେ। ଏହି ସମୟରେ ବାୟୁ ରାଶି ମିଥୁନରେ (ସୂର୍ଯ୍ୟ,ରାହୁ, ବୁଧ, ମଙ୍ଗଳ) ଚାରୋଟି ଗ୍ରହ ଏକତ୍ର ରହିବେ ଏବଂ ଚନ୍ଦ୍ର ଉପରେ ରାହୁ-କେତୁ ତଥା ଶନି ଦେବଙ୍କ ଅଶୁଭ ଦୃଷ୍ଟି ରହିବ। ଏହି କାରଣରୁ ମେଷ, କର୍କଟ, ବିଛା, ମକର, କୁମ୍ଭ ଓ ମୀନ-ଏହି ଛଅଟି ରାଶିର ବ୍ୟକ୍ତିବିଶେଷଙ୍କ ଅର୍ଥହାନି ହେଇପାରେ ବା କୌଣସି କାମ ଅଟକି ପାରେ। ତେବେ ବାକି 6 ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ଲାଭ ମିଳିପାରେ ଓ ଅଟକିଥିବା କାମ ପୁଣି ଆରମ୍ଭ ହେଇପାରେ।  

 

ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କି ପ୍ରକାର ସମୟ ନିର୍ଦ୍ଦେଶ ରହିଛି ।

 

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

 

ମେଷ:  ଚଳିତ ସପ୍ତାହରେ ଆପଣ ଭାଗ୍ୟ ଭରସାରେ ରହିବାର ଯୋଗ ଅଛି। ତେବେ ଭାଗ୍ୟ ଅପେକ୍ଷା କର୍ମ ଉପରେ ଅଧିକ ଆସ୍ଥା ରଖନ୍ତୁ।ଖର୍ଚ୍ଚ ବଢିପାରେ।କର୍ମକ୍ଷେତ୍ରରେ ଅସୁବିଧା ହେଇପାରେ, ଏଥିପାଇଁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସପ୍ତାହ ଶେଷଆଡକୁ ଆୟ ବଢ଼ିପାରେ।

 

ବୃଷସପ୍ତାହ ଆରମ୍ଭରୁ କୌଣସି କାରଣରୁ ହଇରାଣ ବା ବିରକ୍ତ ହେଇପାରନ୍ତି। ଯାତ୍ରା ଯୋଗ ଥିଲେ ସ୍ଥଗିତ କରପାରିଲେ ଭଲ। ନୂଆ ଚାକିରୀ ବା ରୋଜଗାରର ବାଟ ମିଳିବ।ପରିବାର ବା ବନ୍ଧୁଙ୍କ ଭିତରୁ କେହି ସାହାଯ୍ୟ କରିପାରନ୍ତି। ସପ୍ତାହ ଶେଷରେ ମନୋରଞ୍ଜନରେ ମନ ଖୁସି କରିପାରନ୍ତି।

 

ମିଥୁନ: ଏ ସପ୍ତାହ ସାରା ଆପଣଙ୍କ ପାଇଁ ମିଶ୍ରିତ ଫଳ ମିଳିବ। ବ୍ୟବସାୟ ପାର୍ଟନର ବା ଜୀବନସତହିଁଲ ସହଯୋଗରେ ଖୁସି ହେଇପାରନ୍ତି। ତେବେ ଚାକିରିଆ ମାନେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ବିବାଦରେ ଫସି ପାରନ୍ତି। ସପ୍ତାହ ଶେଷ ଆଡକୁ ଖୁସି ଖବର ମିଳିପାରେ।

 

 

କର୍କଟଏ ସପ୍ତାହରେ ପଇସା ଅଧିକ ଖର୍ଚ୍ଚ ହେବାର ଯୋଗ ରହିଛି। ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସୁଯୋଗ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ କାମ ହାତକୁ ନେଇପାରନ୍ତି। ସପ୍ତାହ ଶେଷ ଆଡକୁ କୌଣସି କାରଣରୁ ଅସହାୟ ଅନୁଭବ କରିପାରନ୍ତି। ନିଜ ଉପରେ ଭରସା ରଖନ୍ତୁ।

 

 

ସିଂହ: ଏହି ସପ୍ତାହରେ କର୍ମକ୍ଷେତ୍ରରେ, ବିଶେଷ କରି ଚାକିରିଆମାନଙ୍କୁ ସତର୍କ ରହିବାକୁ ପଡିପାରେ। ଅଫିସରେ କେହି ଆପଣଙ୍କ କାର୍ଯ୍ୟଶୈଳୀର ସମାଲୋଚନା କରିପାରେ। ଏଥି ସକାଶେ ଆପଣଙ୍କ ନିଜ ଉପରେ ଥିବା ଆତ୍ମବିଶ୍ଵାସ କମ ହେଇପାରେ। ନିଜ କାର୍ଯ୍ୟରେ ସୁଧାର ଆଣିଲେ ଓ ଅଧିକ ପରିଶ୍ରମ କଲେ ଆପଣଙ୍କ ଛବିରେ ଉନ୍ନତି ଆସିପାରେ।ନୂଆ କାମର ବାଟ ଖୋଲିପାରେ।ସପ୍ତାହ ଶେଷ ଆଡକୁ ପ୍ରେମ ସମ୍ବନ୍ଧ ଭଲ ରହିବ।

 

କନ୍ୟା: ଏ ସପ୍ତାହ ଆରମ୍ଭରୁ ବ୍ୟବସାୟୀ ତଥା ପରାମର୍ଶଦାତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଆର୍ଥିକ ଲାଭ ମିଳିପାରେ। କୌଣସି ବଡ କାମ ନିମନ୍ତେ ସୁଯୋଗ ପ୍ରାପ୍ତ ହେଇପାରେ। ତେବେ ଚାକିରିଆଙ୍କୁ ସପ୍ତାହ ଆରମ୍ଭରୁ ସତର୍କ ରହିବାକୁ ପଡିବ ଓ ନିଜ କାମ ଶେଷ। କରିବାକୁ ହେବ। ସପ୍ତାହ ଶେଷ ଆଡକୁ ସମାଜରେ ପ୍ରତିଷ୍ଠା ବଢିବ।ବନ୍ଧୁବାନ୍ଧବଙ୍କ ସହିତ ମିଳାମିଶା ହେଇପାରେ।

 

ତୁଳା: ଏ ସପ୍ତାହ ଆରମ୍ଭରୁ ଆପଣଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ରହିପାରନ୍ତି। ବ୍ୟବସାୟ ହେଉ ବା ଚାକିରୀ, ଉଭୟ କ୍ଷେତ୍ରରେ ଆପଣଙ୍କର ଜିତାପଟ ହେବାର ଯୋଗ ରହିଛି। ତେବେ ସପ୍ତାହ ମଝିରେ ଚନ୍ଦ୍ରମାଙ୍କ ଗତି ଯୋଗୁଁ କିଛିଟା ଅସୁବିଧା ସୃଷ୍ଟି ହେଇପାରେ।  ସପ୍ତାହ ଶେଷ ଆଡକୁ ସବୁ ସମସ୍ୟା ଦୁରେଇ ଯିବ । ପ୍ରେମ ସମ୍ବନ୍ଧ ଭଲ ରହିବ।

 

ବିଛାଚଳିତ ସପ୍ତାହରେ ଚନ୍ଦ୍ରମା ଆପଣଙ୍କ ରାଶିପାଇଁ ଶୁଭ ସ୍ଥିତିରେ ପରିକ୍ରମା କରିବ।ସେଥିପାଇଁ ଆପଣଙ୍କ ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିପାରେ। ତେବେ ଉଭୟ ଚାକିରିଆ ଓ ବ୍ୟବସାୟୀ ଶ୍ରେଣୀର ବ୍ୟକ୍ତି ସତର୍କ ରହିବା ଆବଶ୍ୟକ, କାରଣ ଅଯଥା ଖର୍ଚ୍ଚ ହେଇପାରେ। କୌଣସି କାମ ଅଟକିଯିବା ବା ନହେଇ ପାରିବା କାରଣରୁ ଚିନ୍ତାଗ୍ରସ୍ତ ହେଇପାରନ୍ତି। ସପ୍ତାହ ଶେଷ ଆଡକୁ ଖୁସି ଖବର ମିଳିପାରେ।

 

ଧନୁ: ଏ ସପ୍ତାହ ଆରମ୍ଭରୁ କୌଣସି କାମରୁ ଚିନ୍ତାମୁକ୍ତ ହେଇପାରନ୍ତି। ଭାଗ୍ୟ ଆପଣଙ୍କ ସାଥିରେ ରହିବ। ଏହି ସମୟରେ ଯେଉଁ ନିର୍ଣ୍ଣୟ ନେବେ ସେଥିପାଇଁ ଭବିଷ୍ୟତରେ ଗର୍ବ ଅନୁଭବ କରିପାରନ୍ତି। ସପ୍ତାହ ଶେଷ ଆଡକୁ କୁଆଡେ ଯାତ୍ରା କରିପାରନ୍ତି ବା ବନ୍ଧୁଙ୍କୁ ଭେଟି ପାରନ୍ତି।

 

ମକର: ଏ ସପ୍ତାହରେ ଆପଣ ନିଜ କ୍ୟାରିୟର ବା ଚାକିରୀକୁ ନେଇ ଚିନ୍ତା କରିପାରନ୍ତି। ଚାକିରୀରେ ସ୍ଥାନ ପରିବର୍ତ୍ତନ ଯୋଗ ଆସିପାରେ। କୌଣସି ବଡ ନିଷ୍ପତ୍ତି ନେବା ଆଗରୁ ଅନେକ ବାର ଭାବନ୍ତୁ। ତେବେ ଚଳିତ ସପ୍ତାହରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାର ଯୋଗ ରହିଛି। 

 

 

କୁମ୍ଭ: ଏ ସପ୍ତାହରେ ସହକର୍ମୀଙ୍କ ସହିତ କୌଣସି କାରଣରୁ ଝଗଡା ଲାଗିପାରେ। କର୍ମକ୍ଷେତ୍ରରେ ସ୍ଥିତି ସେତେଟା ଭଲ ରହିବ ନାହିଁ। ତେବେ ଧୈର୍ଯ୍ୟ ଧରିଲେ ନିଜ କଥାକୁ ଅନ୍ୟ ସାମ୍ନାରେ ରଖିପାରିବେ। ଖର୍ଚ୍ଚ ବଢିପାରେ। ସପ୍ତାହ ଶେଷ ଆଡକୁ କୌଣସି ଅଟକିଥିବା କାମ ପୁରା କରିବାକୁ ଚେଷ୍ଟା କରିପାରନ୍ତି।

 

ମୀନ: ଚଳିତ ସପ୍ତାହରେ ଚାକିରିଆ ଓ ବ୍ୟବସାୟୀ ବ୍ୟକ୍ତିମାନେ ଆର୍ଥିକ କ୍ଷତି ସହିପାରନ୍ତି ବା କୌଣସି କାରଣରୁ ଖର୍ଚ୍ଚାନ୍ତ ହେଇପାରନ୍ତି। ଉପରିସ୍ଥ ଅଧିକାରୀଙ୍କ ସହିତ ପାଟିତୁଣ୍ଡ ହେଇପାରେ। ଚଳିତ ସପ୍ତାହରେ ତରବରିଆ ହେଇ ବା ଜିଦ୍ ରେ ଅଟଳ ରହି କୌଣସି ନିଷ୍ପତ୍ତି ନେବା ଠିକ ହେଇ ନ ପାରେ। ଜୀବନସାଥୀଙ୍କ ସହିତ ମତଭେଦ ଦେଖାଦେଇପାରେ। ନୂଆ କାମ ପାଇଁ ରାସ୍ତା ମିଳିପାରେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

 

   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon