ବ୍ୟକ୍ତିତ୍ୱ ଉପରେ ଏମିତି ପ୍ରଭାବ ପକାଇଥାନ୍ତି ଜ୍ୟୋତିଷିୟ ନବ ଗ୍ରହ

(ବେତାର ବ୍ୟୁରୋ) ଜନ୍ମ ହେବା ପରଠାରୁ ହିଁ ମଣିଷ ଉପରେ ଗ୍ରହମାନଙ୍କ ପ୍ରଭାବ ରହିଥାଏ । ଆମ ଜୀବନରେ ଗ୍ରହମାନେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାନ୍ତି । ଜ୍ୟୋର୍ତିବିଦ୍ ମାନେ ଗ୍ରହ ଗଣନା କରି ଜଣେ ମଣିଷର ବ୍ୟକ୍ତିତ୍ୱ, ସ୍ୱଭାବ ତଥା ଭବିଷ୍ୟତ ସମ୍ପର୍କରେ ମତ ରଖିପାରିଥାନ୍ତି ।

ଆସନ୍ତୁ ଜାଣିବା କେଉଁ ଗ୍ରହର କାହା ଉପରେ ଥାଏ କିପରି ପ୍ରଭାବ ।

 

ସମ୍ମାନ ଆଣିଦିଏ ଶୁଭ ସୂର୍ଯ୍ୟ 
ସମସ୍ତ ଗ୍ରହମାନଙ୍କ ମଧ୍ୟରୁ ସୂର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ । ମନୁଷ୍ୟର ସମ୍ମାନ, ପ୍ରତିଷ୍ଠା ଦିଗରେ ଏହି ଗ୍ରହ କାମ କରିଥାଏ । ଶୁଭ ସୂର୍ଯ୍ୟ ଗ୍ରହ ଚାଲିଥିଲେ ସମ୍ପୃକ୍ତ ବ୍ୟକ୍ତି ବହୁ ସମ୍ମାନର ଅଧିକାରୀ ହେବା ସହ ପ୍ରସିଦ୍ଧି ଲାଭ କରିଥାଏ ।

 

ଚନ୍ଦ୍ର ମଣିଷକୁ ଶାନ୍ତ ସ୍ୱଭାବୀ କରେ
ଅନ୍ୟତମ ଗ୍ରହ ଚନ୍ଦ୍ର କୁଣ୍ଡଳୀରେ ଚାଲିଲେ ସମ୍ପୃକ୍ତ ବ୍ୟକ୍ତି ଶାନ୍ତ ସ୍ୱଭାବୀ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଦର୍ଶାଯାଇଛି । ଗମ୍ଭୀର ପରିସ୍ଥିତିରେ ମଧ୍ୟ ଏହି ବ୍ୟକ୍ତି ନିଜକୁ ଭଲ ଭାବରେ ପରିଚାଳିତ କରି ସ୍ଥିତି ସୁଧାରିପାରିଥାନ୍ତି ।

 

ପରାକ୍ରମୀ କରେ ମଙ୍ଗଳ
ଗ୍ରହରେ ମଙ୍ଗଳ ଶୁଭ ସ୍ଥାନରେ ଥିଲେ ସମ୍ପୃକ୍ତ ବ୍ୟକ୍ତି ପରାକ୍ରମୀ ହୋଇଥାଏ । ସେହି ବ୍ୟକ୍ତି ବହୁତ ଧୈର୍ଯ୍ୟଶକ୍ତିର ଅଧିକାରୀ ହୋଇଥାଏ । ମଙ୍ଗଳ ଗ୍ରହ ଖରାପ ଥିଲେ ମନୁଷ୍ୟ ଶାରୀରିକ ତଥା ମାନସିକ ସ୍ତରରେ  ଦୁର୍ବଳ ହୋଇଥାଏ । 

 

ବୁଦ୍ଧିର ପ୍ରତୀକ ବୁଧ
ଜାତକରେ ବୁଧ ଗ୍ରହ ଶୁଭ ଚାଲୁଥିବା ବ୍ୟକ୍ତି ଭଲ ବୁଦ୍ଧିର ଅଧିକାରୀ ହୋଇଥାଏ । ଯଦି ବୁଧ ଅଶୁଭ ଥାଏ ତେବେ କୌଣସି ଘଟଣା କିମ୍ବା ପରିସ୍ଥିତିରେ ନିର୍ଣ୍ଣୟ କରିବାରେ ଅସୁବିଧା ହୋଇଥାଏ ।

 

ଧାର୍ମିକ ଭାବନା ନିୟନ୍ତ୍ରଣ କରେ ଗୁରୁ
ଗୁରୁ ଗ୍ରହ ଚାଳନା ମନୁଷ୍ୟର ଧାର୍ମିକ ଭାବନାକୁ ନିୟନ୍ତ୍ରଣ କରିଥାଏ । ଯଦି କେଉଁ ବ୍ୟକ୍ତିର ଗ୍ରହରେ ଗୁରୁ ଅଶୁଭ ଥାଏ ତେବେ ଛୋଟ ଛୋଟ କାମରେ ମଧ୍ୟ ସେ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏପରିକି ପରିଶ୍ରମର ଫଳ ମଧ୍ୟ ତାଙ୍କୁ ମିଳି ନ ଥାଏ ।

 

ସୁନ୍ଦରତା ବହନ କରେ ଶୁକ୍ର
ଶୁକ୍ର ଗ୍ରହ ଶୁଭ ଥିଲେ ଜଣେ ବ୍ୟକ୍ତି ସୁନ୍ଦର ଓ ଆକର୍ଷଣୀୟ ହୋଇପାରିଥାଏ । ଏଥିସହ ତାଙ୍କୁ ସବୁ ପ୍ରକାରର ସୁଖ ମିଳିଥାଏ । ଶୁକ୍ର ଅଶୁଭ ଥିଲେ ଜୀବନ ଅନ୍ଧକାରମୟ ହୋଇଯାଇଥାଏ ।

 

ଶକ୍ତିଶାଳୀ କରାଏ ଶନି
ଯଦି କାହାରି କୁଣ୍ଡଳୀରେ ଶନି ଶୁଭ ଥାଏ ତେବେ ସମ୍ପୃକ୍ତ ବ୍ୟକ୍ତି ବହୁତ ଶକ୍ତିଶାଳୀ ହୋଇଥାଏ । କିନ୍ତୁ ଅଶୁଭ ଶନି ଜୀବନରେ ବହୁ କଠିନତା ଓ ସମସ୍ୟା ଆଣିଥାଏ ।

 

ଶୁଭ ରାହୁ ବୁଦ୍ଧିମାନ କରାଏ
ଜାତକରେ ଶୁଭ ରାହୁ ଚାଲିବା ଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ବହୁ ବୁଦ୍ଧିମାନ ହୋଇଥାଏ । ଏଥିସହ ମନୁଷ୍ୟଙ୍କୁ ସହଜରେ ସଫଳତା ମିଳିଥାଏ । କିନ୍ତୁ ରାହୁ ଖରାପ ଚାଲିଲେ ବହୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡେ ।


ଦୟାଳୁ ହୋଇଥାଏ କେତୁ ଗ୍ରହ
କେତୁ ମଣିଷକୁ ଦୟାଳୁ କରିଥାଏ । ଏପରି ବ୍ୟକ୍ତି ଅସହାୟଙ୍କୁ ସର୍ବଦା ସାହାଯ୍ୟ କରିଥାନ୍ତି । କିନ୍ତୁ ଜାତକରେ କେତୁ ଅଶୁଭ ଥିଲେ ଆପଣଙ୍କ ବହୁତ ଶତ୍ରୁ ବାହାରିଥାନ୍ତି । ଉଚ୍ଚ ପଦରେ ଥିଲେ ପଦବୀ ଚାଲିଯିବାର ଆଶଙ୍କା ରହିଥାଏ ।

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon