ବିବାହ କରିବାକୁ ଯାଉଛନ୍ତି ? ଜାଣି ରଖନ୍ତୁ ଜୀବନର ଏହି ଖାସ୍ କଥା

Thursday, June 20, 2019

 

(ବେତାର ବ୍ୟୁରୋ) ବିବାହକୁ ନେଇ ଅନେକଙ୍କ ମନରେ ଥାଏ ଅସରନ୍ତି ସ୍ୱପ୍ନ । ହେଲେ ସଫଳ ବିବାହର ସ୍ୱପ୍ନ ସାକାର କରିବା ଭାବିବା ସହଜ ହୋଇଥିଲେ ହେଁ ବାସ୍ତବତା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ଏଥିପାଇଁ ଏମିତି କିଛି କରିବାକୁ ପଡିଥାଏ ଯାହା ବାବଦରେ ଅଧିକାଂଶ ଜାଣି ନ ଥାନ୍ତି । ଆଉ କେହି ବାସ୍ତବତା ସାମ୍ନାରେ ଥିଲେ ବି ଏହାକୁ ଟାଳି ଦେଇଥାନ୍ତି । ଯାହା ଆପଣଙ୍କ ବୈବାହିକ ଜୀବନ ପାଇଁ ଉପଯୋଗୀ ନୁହେଁ ।

 

ଉଭୟେ ଖୁସିରେ ରହିବାକୁ ହେଲେ ଆପଣାଇବାକୁ ପଡିବ କିଛି ଅପ୍ରିୟ ସତ୍ୟ ଯାହା ଆପଣ ଖୁବ୍ କମ୍ ଶୁଣିଥିବେ କେଉଁ ନିଜ ଲୋକ କିମ୍ବା ଦମ୍ପତିଙ୍କ ନିକଟରୁ  ।

 

ଫଟୋ ଦେଖି ଉତ୍ସାହିତ ହୁଅନ୍ତୁ ନାହିଁ
ନବ ଦମ୍ପତି ବିବାହ ପରେ ଅନେକ ଖୁସି ମୂହୂର୍ତ୍ତ ଭରା ଫଟୋ ସେମାନଙ୍କ ସୋସିଆଲ ମିଡିଆରେ ଅପଲୋଡ କରିଥାନ୍ତି । ଏଥିସହ ବିବାହର ବହୁତ ଦିନ ପରେ ବି କେଉଁଆଡେ ବୁଲିଯିବାର, ମଜା କରିବାର ଫଟୋ ମଧ୍ୟ ଆପଣ ଦେଖିଥିବେ । ହେଲେ କେବଳ ଏହାକୁ ଦେଖି ସେମାନଙ୍କ ବୈବାହିକ ଜୀବନରେ ସବୁ ଠିକ୍ ଥିବା ତାହା ଭାବିବାର ଭୁଲ କରନ୍ତୁ ନାହିଁ । କାରଣ କଷ୍ଟକର ସମୟ କିମ୍ବା ଭାବନାକୁ କେହି ସୋସିଆଲ ମିଡିଆରେ ବାଣ୍ଟି ନ ଥାନ୍ତି । ତେଣୁ ଏହାକୁ ଦେଖି ଆପଣ ଅତି ଉତ୍ସାହିତ ହେବା ଅନୁଚିତ ।

 

ସର୍ବଦା ନିଃସର୍ତ୍ତ ଭଲ ପାଇବା ଆଶା ରଖନ୍ତୁନି
ଯଦି ଆପଣ ସାଥୀଙ୍କଠାରୁ ନିଃସର୍ତ୍ତ ଭଲ ପାଇବା ପାଉନାହାନ୍ତି ଭାବି ଦୁଃଖ କରୁଛନ୍ତି ତେବେ ଏପରି ଭାବିବା ସମ୍ପୂର୍ଣ୍ଣ ଛାଡି ଦିଅନ୍ତୁ । କେତେକ ଏପରି ସ୍ୱର୍ଗୀୟ ଭଲ ପାଇବାର ଆଶା ରଖି ନିଜ ସମ୍ପର୍କକୁ ଉଜାଡି ଦେଇଥାନ୍ତି । ଯାହା ବାସ୍ତବତାଠାରୁ ଭିନ୍ନ । ବିବାହ ପରେ ସର୍ବଦା ଏପରି ପ୍ରେମ ଦେଖାଇବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ । 

 

ତ୍ୟାଗ, ବୁଝାମଣା ମୂଳଦୁଆ
ଶୁଣିବାକୁ ସହଜ ଲାଗୁ ନ ଥିଲେ ହେଁ ତ୍ୟାଗ ହିଁ ଦୃଢ ସମ୍ପର୍କର ମୂଳଦୁଆ ହୋଇଥାଏ । ସାଥୀଙ୍କ ସହ ବୁଝାମଣା ଓ କିଛି କଥା ତ୍ୟାଗ କରିବା ଦ୍ୱାରା ସମ୍ପର୍କ ବହୁତ ଆଗକୁ ଯାଇଥାଏ । ହେଲେ ଏଥିଯୋଗୁୁ ଆପଣଙ୍କ ବ୍ୟକ୍ତିତ୍ୱ ଯେପରି ନ ବଦଳେ ସେଥିପ୍ରତି ଧ୍ୟାନ ରଖିବା ଜରୁରୀ ।
 

ଝଗଡାବେଳେ ଧୈର୍ଯ୍ୟ ରଖନ୍ତୁ
ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିବା ସାଧାରଣ କଥା । କାରଣ ଦୁଇ ଭିନ୍ନ ମଣିଷଙ୍କ ମଧ୍ୟରେ ଅନେକ ତଫାତ ଥାଏ । ହେଲେ ଝଗଡାବେଳେ ଧୈର୍ଯ୍ୟ ରଖିବା ନିହାତି ଆବଶ୍ୟକ । ଏହା କଷ୍ଟକର ହେଲେ ବି ମଜଭୁତ ସମ୍ପର୍କ ପାଇଁ ଜରୁରୀ । ଯଦି ରାଗରେ ଆପଣଙ୍କ ସାଥୀ ବିବାହ ବିଚ୍ଛେଦ ଚାହୁଁଛନ୍ତି ତେବେ ସଙ୍ଗେ ସଙ୍ଗେ  କୌଣସି ପଦକ୍ଷେପ ନ ନେଇ କିଛି ସମୟ ପରେ ଏ ବିଷୟରେ ପାର୍ଟନରଙ୍କ ଆଲୋଚନା କରନ୍ତୁ ।

 

ଅନ୍ୟ ସହ ତୁଳନା କରନ୍ତୁ ନାହିଁ
ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଜୀବନ ଶୈଳୀକୁ ନେଇ ଭିନ୍ନ । ତେଣୁ ଅନ୍ୟ କେଉଁ ଦମ୍ପତିଙ୍କ ସମ୍ପର୍କକୁ ଦେଖି ନିଜ ସମ୍ପର୍କକୁ ତୁଳନା କରନ୍ତୁ ନାହିଁ । ଏହାଦ୍ୱାରା ଆପରଙ୍କ ସମ୍ପର୍କ ସୁଦୃଢ ହୋଇପାରିବନି ।

 

ଅନ୍ୟ କାହା ପ୍ରତି ଆକର୍ଷିତ ହେଉଥିଲେ
ଯଦି ଆପଣ ସମ୍ପର୍କରେ ଥିବା ପରେ ବି ଅନ୍ୟ କାହାକୁ ଦେଖି ଆକର୍ଷଣ ହେଉଛନ୍ତି ତେବେ ଏଥିରେ କିଛି ଅଜବ କଥା ନାହିଁ । ସେହି ସମୟରେ ଆପଣ ଅନ୍ୟପ୍ରତି ଆକର୍ଷଣ ହେବାର କାରଣ ଖୋଜନ୍ତୁ । ଯଦି ଆପଣଙ୍କ ସାଥୀଙ୍କ ଅବହେଳା ଏହି ଆକର୍ଷଣକୁ ଜନ୍ମ ଦେଉଛି ତେବେ ଏହାର ସମାଧାନ କରି ନିଅନ୍ତୁ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon