ଜୁନ୍ 24-30 ରାଶିଫଳ : ଏହି 5 ରାଶିର ରହିଛି ଶୁଭଯୋଗ

(ବେତାର ବ୍ୟୁରୋ) ଏ ସପ୍ତାହରେ କୁମ୍ଭ ରାଶିରୁ ଆରମ୍ଭ କରି ବୃଷ ରାଶି ପର୍ଯ୍ୟନ୍ତ ଚନ୍ଦ୍ର ଦେବ ପରିକ୍ରମା କରିବେ । ଚଳିତ ସପ୍ତାହର ଗ୍ରହଯୋଗ ପୂର୍ବ ସପ୍ତାହଠାରୁ ଭିନ୍ନ । ପୂର୍ବ ସପ୍ତାହରେ ମଙ୍ଗଳ ଓ ବୁଧ ଗ୍ରହର ରାଶି ପରିବର୍ତ୍ତନ ହେଇସାରିଛି ଫଳରେ ଏଥିଯୋଗୁଁ ସୃଷ୍ଟି ହେଉଥିବା ନକରାତ୍ମକ ଅଙ୍ଗାରକ ଯୋଗ ମଧ୍ୟ ଶେଷ ହେଇସାରିଛି । ଜୁନ ମାସର ଶେଷ ସପ୍ତାହରେ ସେପରି କୌଣସି ଗ୍ରହ ପରିବର୍ତ୍ତନ ଯୋଗ ନ ଥିବା ବେଳେ ବୃଷ, କର୍କଟ, ତୁଳା, କୁମ୍ଭ ଓ ମୀନ- ଏହି ପାଞ୍ଚ ରାଶି ପାଇଁ ଧନଲାଭ ଯୋଗ ରହିଛି ।

 

ଆସନ୍ତୁ ଜାଣିବା ବିସ୍ତାରରେ କେଉଁ ରାଶି ପାଇଁ କି ପ୍ରକାର ସମୟର ନିର୍ଦ୍ଦେଶ ରହିଛି ।

 

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

 

ମେଷ:  ଚଳିତ ସପ୍ତାହରେ ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ। ବୁଧବାର ଯାଏଁ କୌଣସି କାରଣରୁ ବିରକ୍ତ ବା ଚିଡଚିଡା ହେଇପାରନ୍ତି, ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ହେଇପାରେ।ତେବେ ସପ୍ତାହ ମଝିରୁ ଅଟକିଥିବା କାମ ପୁଣି ଆରମ୍ଭ ହେଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ସପ୍ତାହ ଶେଷ ଆଡକୁ ଧନଲାଭ ଯୋଗ ରହିଛି।

 

ବୃଷ: ସପ୍ତାହ ଆରମ୍ଭରୁ ଆପଣଙ୍କ ପାଇଁ ସମୟ ଅନୁକୂଳ ରହିଛି।ନିଜର କୌଣସି କାମ ଆଗକୁ ବଢ଼ାଇବାର ମଉକା ପାଇବେ। ଚାକିରିଆ ମାନେ ଉନ୍ନତି କରିବେ ଓ ବ୍ୟବସାୟୀମାନେ ଲାଭନ୍ବିତ ହେବେ । ତେବେ ସପ୍ତାହ ମଝି ଆଡକୁ ସତର୍କ ରହିବାକୁ ପଡିବ। ପାରିବାରିକ ଅସୁବିଧା ଓ ଘର ସମସ୍ୟା ଉପୁଜିପାରେ।ସେହିପରି କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ଦ୍ଵନ୍ଦରେ ପଡିପାରନ୍ତି। ସପ୍ତାହ ଶେଷ ଆଡକୁ ଧୈର୍ଯ୍ୟର ସହିତ ସମସ୍ୟା ସମାଧାନ କରିପାରିବେ।

 

ମିଥୁନ: ବ୍ୟବସାୟ ଦୃଷ୍ଟିରେ ଦେଖିଲେ ଏ ସପ୍ତାହ ଆପଣଙ୍କୁ ଭଲ ଫଳ ମିଳିବ। ସପ୍ତାହର ଆରମ୍ଭରୁ ଶୁକ୍ରବାର ଯାଏଁ ଆର୍ଥିକ ଲାଭ ମିଳିବା ଯୋଗ ରହିଛି। ସପ୍ତାହ ଶେଷ ଆଡକୁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

 

କର୍କଟଏ ସପ୍ତାହରେ ଭାଗ୍ୟଦେବୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ଦୈନିକ କାର୍ଯ୍ୟ କରିବାକୁ ମନୋବଳ ଉଚ୍ଚ ରହିବ। ଧନ ଲାଭ ଯୋଗ ରହିଛି। କୌଣସି କାମରେ ସଫଳତା ମିଳିପାରେ। ଆପଣଙ୍କ ବ୍ୟବହାର ପାଇଁ ବନ୍ଧୁପରିଜନଙ୍କ ନିକଟରେ ପ୍ରଶଂସିତ ହେବେ। ସପ୍ତାହ ସାରା କାର୍ଯ୍ୟବ୍ୟସ୍ତ ରହି ପାରନ୍ତି ହେଲେ ଶେଷରେ ଏହାର ଫାଇଦା ମଧ୍ୟ ପାଇବେ।

 

ସିଂହ: ଏହି ସପ୍ତାହର ଆରମ୍ଭରୁ ଆପଣଙ୍କୁ ଟିକିଏ ସଂଘର୍ଷ କରିବାକୁ ହେବ।କୌଣସି ଝଗଡା-ବିବାଦରୁ ଯେତେ ସମ୍ଭବ ଦୁରେଇ ରହିଲେ ଭଲ। ସପ୍ତାହ ମଝି ଆଡକୁ ବନ୍ଧୁଙ୍କ ସହଯୋଗ ମିଳିବ। ଅଟକିଥିବା କାମ ପୁଣି ଆରମ୍ଭ ହେବ। ସପ୍ତାହ ଶେଷ ଆଡକୁ ଶୁଭ ଖବର ପାଇବ, ଶତ୍ରୁ ଜୟ କରିବାରେ ସକ୍ଷମ ହେବେ।

 

କନ୍ୟାଏ ସପ୍ତାହ ଆରମ୍ଭରୁ ମିଶ୍ରିତ ଫଳ ଦେଖିବାକୁ ମିଳିବ। ସ୍ୱାସ୍ଥ୍ୟ ଅନୁସାରେ ପରିଶ୍ରମ କରନ୍ତୁ, ଅନ୍ୟଥା ଅଧିକ ଦେହ ଖରାପ ହେଇପାରେ। ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। କୌଣସି ଘଟଣାରେ ଉତ୍ତେଜିତ ହେଇ ପାରନ୍ତି। ସପ୍ତାହ ମଝିରେ ଦୂର ଯାତ୍ରା କରନ୍ତୁ ନାହିଁ। ସପ୍ତାହ ଶେଷ ଆଡକୁ ଫଳ ଉତ୍ତମ ମିଳିବ।

 

ତୁଳା: ଏ ସପ୍ତାହ ଆରମ୍ଭରୁ ଆପଣଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ରହିପାରନ୍ତି। ଆର୍ଥିକ ଲାଭ ହେଇପାରେ। କର୍ମକ୍ଷେତ୍ରରେ ଅଧିକ ଫୁର୍ତ୍ତି ରେ କାମ କରିପାରିବେ। ତେବେ ଅତ୍ୟଧିକ ଉତ୍ସାହୀ ହୁଅନ୍ତୁ ନାହିଁ। ଅନ୍ୟ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ। ଜମିବାଡ଼ି ବା ସମ୍ପତ୍ତି ବିବାଦ ଆସିପାରେ। ସାପ୍ତାହ ଶେଷ ଆଡକୁ କୋୖଣସି ଗୁରୁତ୍ବପୂର୍ଣ୍ଣ କାମ ଆରମ୍ଭ କରିପାରନ୍ତି।

 

ବିଛାଚଳିତ ସପ୍ତାହରେ ଆପଣଙ୍କ ପ୍ରୟାସ ପାଇଁ ଘରେ କିଛି ଦୂର ହେଇପାରେ। ମନ କୌଣସି କାରଣରୁ ଚିନ୍ତାଗ୍ରସ୍ତ ରହିପାରେ। ଶତ୍ରୁ ପକ୍ଷ ହଇରାଣ କରିଶକୁ ଚେଷ୍ଟା କରିବେ। ସପ୍ତାହ ମଝି ଆଡକୁ ଜୀବନସାଥୀଙ୍କ ଠାରୁ ସହଯୋଗ ପାଇବେ। ସପ୍ତାହ ଶେଷ ଆଡକୁ ମନ ପ୍ରଫୁଲ୍ଲ ରହିପାରେ।

 

ଧନୁ: ଏ ସପ୍ତାହ ଆରମ୍ଭରୁ କୌଣସି ବିବାଦରେ ନ ପଡିଲେ ଭଲ। ସମାଜରେ ପତିଆରା ବଢ଼ିପାରେ କିନ୍ତୁ କ୍ରୋଧ ଯୋଗୁଁ ହେଉଥିବା କାମ ଅଟକି ଯାଇପାରେ। ପାରିବାରିକ ସମସ୍ୟା ଦେଖାଦେଇପାରେ। ସପ୍ତାହ ଶେଷଆଡକୁ ଶୁଭ ଖବର ପାଇବେ। ମନ ପ୍ରଫୁଲ୍ଲ ରହିବ।

 

ମକର: ଏ ସପ୍ତାହରେ ଆପଣ ନିଜ କ୍ୟାରିୟର ବା ଚାକିରୀରେ ନୂଆ ଅବସର ମିଳିପାରେ। ବାଧା ଦୂର ହେବ ଓ କାର୍ଯ୍ୟବ୍ୟସ୍ତ ହେଇପାରନ୍ତି। ଯାତ୍ରାଯୋଗ ରହିଛି। ସପ୍ତାହ ମଝି ଆଡକୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ କଳହ ବଢ଼ିପାରେ। ସପ୍ତାହ ଶେଷ ଆଡକୁ ମଉଜ କରିବାର ମଉକା ମିଳିବ।

 

କୁମ୍ଭ:ଲକ୍ଷ୍ୟ ପ୍ରାପ୍ତି ଦୃଷ୍ଟିରୁ ଏ ସପ୍ତାହ ଆପଣଙ୍କ ପାଇଁ ସୁଖଦ ସମୟ। ଏ ସପ୍ତାହରେ ଗ୍ରହ ସ୍ଥିତି ଆପଣଙ୍କ ଉନ୍ନତିର ବାଟ ଆଣିବାର ସଂକେତ ଦେଉଛି। ଆର୍ଥିକ ଲାଭ ମିଳିପାରେ। ତେବେ ନିଜ ଦକ୍ଷତା ବଢାଇବା ଦିଗରେ ଧ୍ୟାନ ଦେଲେ ଭଲ।ସପ୍ତାହ ଶେଷ ଆଡକୁ ବାଦ-ବିବାଦର ସମ୍ଭାବନା ରହିଛି।

 

ମୀନ: ଚଳିତ ସପ୍ତାହରେ ଗ୍ରହ ସ୍ଥିତି ଆପଣଙ୍କ ଅଟକିଥିବା କାମ ଆଗକୁ ବଢାଇବାରେ ସାହାଯ୍ୟ କରିବ। ଆତ୍ମବିଶ୍ଵାସ ବୃଦ୍ଧି ହେବ। ସପ୍ତାହ ମଝିରେ ଏମିତି କିଛି କଥା ଜାଣିବାକୁ ପାଇବ୍ରେ ଯାହା ଭବିଷ୍ୟତ ରେ ଆପଣଙ୍କୁ ସାହାଯ୍ୟ କରିପାରେ। ସପ୍ତାହ ଶେଷ ଆଡକୁ ଆପଣଙ୍କ ପରିଶ୍ରମର ଫଳ ମିଳିବ। ନିଜ ଉପରେ ଧୈର୍ଯ୍ୟ ରଖନ୍ତୁ।

 

   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon