ବିନା ପାସୱାର୍ଡରେ ଏମିତି କରନ୍ତୁ ୱାଇଫାଇ ଶେୟର

(ବେତାର ବ୍ୟୁରୋ) ଇଣ୍ଟରନେଟ ଭଳି ଜରୁରୀ ତଥା ଅତ୍ୟାବଶ୍ୟକ ସେବାକୁ ସମସ୍ତେ ସବୁ ସମୟରେ ନିଜ ପାଖରେ ରଖିବାକୁ ଚାହାଁନ୍ତି । ତେବେ ଅନେକ ସମୟରେ ଅନେକଙ୍କୁ ଇଣ୍ଟରନେଟ  ମିଳିବାରେ ସମସ୍ୟା ଉପୁଜିଥାଏ । ନେଟୱର୍କ ଅସୁବିଧା କିମ୍ବା ରିଚାର୍ଜ ପ୍ଲାନ ଅବଧି ସରି ଯାଇଥିଲେ ନେଟର ଉପଲବ୍ଧି କଷ୍ଟକର ହୋଇଥାଏ । ଏହି ସମୟରେ ଅନ୍ୟ କାହାର ୱାଇ ଫାଇ ସୁବିଧା ମିଳିଗଲେ ଆମକୁ ବେଶ ସହଜ ହୋଇଥାଏ ।

 

 

ତେବେ ଅନେକ ସମୟରେ ୱାଇ ଫାଇ ସେୟାର କରୁଥିବା ବ୍ୟକ୍ତି ନିଜ ପାସୱାର୍ଡ ଜଣାଇବାକୁ ଚାହିଁ ନ ଥାନ୍ତି  ଏବେ ଅପରପକ୍ଷେ ଆପଣଙ୍କ ନିକଟ ସମ୍ପର୍କୀୟ/ବନ୍ଧୁଙ୍କୁ ଇଣ୍ଟରନେଟ ୱାଇ-ଫାଇ ଶେୟର କରିବାକୁ ମନା କରି ସମ୍ପର୍କ ମଧ୍ୟ ଖରାପ କରିବାକୁ ଚାହିଁ ନ ଥାନ୍ତି।

 

ଯଦି ଏହିପରି ବ୍ୟକ୍ତିଙ୍କ ମଧ୍ୟରେ ଆପଣ ଆସୁଛନ୍ତି ତେବେ ବିନା ପାସୱାର୍ଡ ସେୟାର କରି ମଧ୍ୟ ଆପଣ ୱାଇଫାଇ ସୁବିଧା ଅନ୍ୟକୁ ଦେଇପାରିବେ । 


ଜାଣନ୍ତୁ କିପରି ବିନା ପାସୱାର୍ଡରେ ବାଣ୍ଟିବେ ୱାଇଫାଇ ।


ବ୍ୟବହାର କରିବାକୁ ପଡିବ କ୍ୟୁଆର କୋଡ
ଆମେ କେଉଁଠି ଅନଲାଇନରେ ପେମେଣ୍ଟ କଲାବେଳେ କ୍ୟୁଆର୍ କୋଡ ସ୍କାନ କରିଥାଉ । ସେହିପରି ୱାଇଫାଇ ସେୟାର କଲାବେଳେ ମଧ୍ୟ ଆପଣ ଏହି ଉପାୟ ଆପଣାଇପାରିବେ । ନିଜ ୱାଇଫାଇର ଏକ କ୍ୟୁଆର୍ କୋଡ ପାଖରେ ରଖିଥିଲେ ଆପଣଙ୍କୁ ଆଉ ପାସୱାର୍ଡ କହିବାକୁ ପଡିବନି ।

 

କ୍ୟୁଆର କୋଡ ଡାଉନଲୋଡ କରନ୍ତୁ
ୱାଇଫାଇ ପାଇଁ କ୍ୟୁଆର କୋଡ ଚାହୁଁଥିଲେ ଆପଣଙ୍କୁ ଏହାକୁ ଡାଉନଲୋଡ କରି ମୋବାଇଲରେ ରଖିବାକୁ ପଡିବ । ଏଥିପାଇଁ ଆପଣ www.qrstuf.com, zxingappspot.com/generator  ଭଳି ୱେବସାଇଟକୁ ଯିବାକୁ ପଡିବ ।

 

୧. ପ୍ରଥମେ ଏଥିମଧ୍ୟରୁ ଯେ କୌଣସି ୱେବସାଇଟକୁ ଯାଇ ୱାଇଫାଇ ନେଟୱର୍କ କିମ୍ବା ୱାଇଫାଇ ଲଗ୍ ଇନ୍ ବିକଳ୍ପକୁ ବାଛନ୍ତୁ ।


୨. ପରେ ଏସଏସଆଇଡି ସେକ୍ସନରେ ୱାଇଫାଇ ନେଟୱର୍କର ନାମ ଟାଇପ କରନ୍ତୁ ।


୩. ପରେ ଆପଣଙ୍କ ନେଟୱର୍କ ଟାଇପ ବାଛନ୍ତୁ । ସାଧାରଣତଃ ଏହା ଡବ୍ଲ୍ୟୁପିଏ ବିକଳ୍ପରେ ରହିଥାଏ ।


୪. ପରେ ଜେନେରେଟ ଓ ଡାଉନଲୋଡ ବିକଳ୍ପ ଉପରେ କ୍ଲିକ କରନ୍ତୁ । 


ଏହି କୋଡ ଥରେ ଡାଉନଲୋଡ ହୋଇଯିବା ପରେ ଆପଣ ଏହାର ଫଟୋ ମୋବାଇଲରେ ରଖିପାରିବେ । ଏହି କୋଡକୁ ଦ୍ୱିତୀୟ ବ୍ୟକ୍ତି ସ୍କାନ କରିବା ପରେ ତାଙ୍କ ମୋବାଇଲରେ ଆପଣଙ୍କ ୱାଇଫାଇ ସଂଯୋଗ ହୋଇଯିବ ।


ଅନ୍ୟପକ୍ଷରେ ଯଦି ଅନ୍ୟ ଜଣଙ୍କ ମୋବାଇଲରେ ସ୍କାନିଂ ବିକଳ୍ପ ନ ଥାଏ ତେବେ ସେ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ କ୍ୟୁଆର ସ୍କାନିଂ ଆପ୍ ଡାଉନଲୋଡ କରିପାରିବେ ।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon