ଜାଣନ୍ତୁ : ଅଧିକ ବ୍ୟାଟେରିଯୁକ୍ତ ୧୦ ହଜାର ଟଙ୍କାରୁ କମ୍ 5ଟି ଫୋନ

Thursday, June 27, 2019

(ବେତାର ବ୍ୟୁରୋ) ସ୍ମାର୍ଟଫୋନ ଏବେ ସମସ୍ତଙ୍କ ଜରୁରୀ ଆବଶ୍ୟକତା । ବ୍ୟାକିଂ, ସପିଂଠାରୁ ଆରମ୍ଭ କରି ଅନେକ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଉପଲବ୍ଧି ସ୍ମାର୍ଟଥିଲେ ଅତି ସହଜରେ ହୋଇଥାଏ । ଯଦି ଆପଣ ଅଧିକ ଟଙ୍କାରେ ଫୋନ କିଣିବାକୁ ଯଥାର୍ଥ ଭାବୁନାହାନ୍ତି କିମ୍ବା କମ୍ ବଜେଟରେ ଅଧିକ ଫିଚର ଥିବା ସ୍ମାର୍ଟ ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଏହି ଫୋନଗୁଡିକ ଉପରେ ନଜର ପକାନ୍ତୁ । ୧୦ ହଜାରରୁ କମ୍ ଟଙ୍କାରେ ଉପଲବ୍ଧ ଏହି ଫୋନଗୁଡିକ ଅଧିକ ବ୍ୟାଟେରିଯୁକ୍ତ ହେବା ସହ ରହିଛି ଅନେକଗୁଡିଏ ଫିଚର ।

 

ଆସନ୍ତୁ ଦେଖିବା ଏହି ବଜେଟରେ ବଜାରରେ କେଉଁ ଫୋନରେ ରହିଛି କି ଫିଚର ।

 

ରେଡ୍ ମି ଗୋ, ମୂଲ୍ୟ ୪,୪୯୯
୫ ଇଞ୍ଚର ଏଚଡି ଏଲସିଡି ଡିସପ୍ଲେ ଥିବା ସାଓମି କମ୍ପାନୀର ଏହି ଫୋନରେ ୩୦୦୦ ଏମଏଚର ବ୍ୟାଟେରି ରହିଛି । ରିଅର କ୍ୟାମେରା ୮ ଏମପି ଏବଂ ସେଲ୍ଫି କ୍ୟାମେରା ୫ ମେଗା ପିକ୍ସେଲ ରହିଛି । ରାମ ୧ ଜିବି ଥିବାବେଳେ ଉଭୟ ୮ ଓ ୧୬ ଜିବି ଇଣ୍ଟରନାଲ ମେମୋରିର ଦୁଇଟି ଭାରିଆଣ୍ଟରେ ଫୋନ ଉପଲବ୍ଧ ଅଛି । ଏଥିସହ ୧୨୮ ଜିବି ପର୍ଯ୍ୟନ୍ତ ମେମୋରି ବଢାଇପାରିବାର ବ୍ୟବସ୍ଥା ରହିଛି । ଆଣ୍ଡ୍ରଏଡ ୮.୧ ଓରିଓ ଗୋ ଏଡିଶନ ଏହି ଫୋନର ମୂଲ୍ୟ ରହିଛି ୪ ହଜାର ୪୯୯ ଟଙ୍କା ।

 

ରିୟଲ ମି ସି-୨, ମୂଲ୍ୟ ୫,୯୯୯
୬.୧ ଇଞ୍ଚ ଡିସପ୍ଲେ ଥିବା ଏହି ଫୋନର ବ୍ୟାଟେରି ୪୦୦୦ ଏମଏଚ ବିଶିଷ୍ଟ ରହିଛି । ପଛ କ୍ୟାମରୋ (୧୩+୨) ଏମପି ଏବଂ ଆଗ କ୍ୟାମେରା ୮ ଏମପି ରହିଛି । ୨ ଜିବି ଓ ୩ ଜିବି ଭାରିଆଣ୍ଟ ରାମରେ ଉପଲବ୍ଧ ଏହି ଫୋନର ଇଣ୍ଟରନାଲ ମେମୋରି ଯଥାକ୍ରମେ ୧୬ ଓ ୩୨ ଜିବି ରହିଛି । ଆଣ୍ଡ୍ରଏଡ ୯.୦ ପାଏ ଏଡିଶନର ଏହି ଫୋନରେ ୨୫୬ ଜିବି ପର୍ଯ୍ୟନ୍ତ ମେମୋରି କାର୍ଡ ବ୍ୟବହାର କରି ହେବ । ଏହାର ବଜାର ମୂଲ୍ୟ ୫ ହଜାର ୯୯୯ ଟଙ୍କା ରହିଛି ।

 

ଆସସ୍ ଜେନ ଫୋନ ମାକ୍ସ ଏମ୍-୨, ମୂଲ୍ୟ ୮,୪୯୯
୬.୨୬ ଇଞ୍ଚ ଡିସପ୍ଲେର ଏହି ଫୋନର ବ୍ୟାଟେରି ୪୦୦୦ ଏମଏଚ ରହିଛି । ରିୟର କ୍ୟାମେରା ୧୩+୨ ଏବଂ ସେଲ୍ଫି କ୍ୟାମେରା ୮ ମେଗା ପିକ୍ସେଲ ରହିଛି । ରାମ ୩/୪ ଜିବି ଏବଂ ଇଣ୍ଟରନାଲ ମେମୋରି ୩୨/୬୪ ଜିବିରେ ଏହି ଫୋନ ଉପଲବ୍ଧ । ଆଣ୍ଡ୍ରଏଡ ୯.୦ ପାଏ ଏଡିଶନର ଏହି ଫୋନର ଦାମ ରହିଛି ୮ ହଜାର ୪୯୯ ଟଙ୍କା । ଆପଣ ଏଥିରେ ୧ ଟିବି ପର୍ଯ୍ୟନ୍ତ ମେମୋରି କାର୍ଡ ପକାଇପାରିବେ ।

 

ରିୟଲ ମି ୩, ମୂଲ୍ୟ ୮,୯୯୯
୬.୨୨ ଇଞ୍ଚର ଡିସପ୍ଲେ, ରିୟର କ୍ୟାମେରା (୧୩+୨) ଏମପି ଏବଂ ଫ୍ରଣ୍ଟ କ୍ୟାମେରା ୧୩ ଏମପି  ବିଶିଷ୍ଟ ଏହି ଫୋନର ବ୍ୟାଟେରି ୪୨୩୦ ଏମଏଚ ରହିଛି । କଲର ଓଏସ୍ ୬, ଆଣ୍ଡ୍ରଏଡ ୯.୦ ପାଏ ଏଡିଶନର ଏହି ଫୋନର ମେମୋରି ୨୫୬ ଜିବି ପର୍ଯ୍ୟନ୍ତ ବଢାଇ ହେବ । ଏହାର ବଜାର ମୂଲ୍ୟ ୮ ହଜାର ୯୯୯ ଟଙ୍କା ରହିଛି ।

 

ଆସସ୍ ଜେନ୍ ଫୋନ ମାକ୍ସ ପ୍ରୋ ଏମ୍-୨, ମୂଲ୍ୟ ୯,୯୯୯
ଫୁଲ୍ ଏଚଡି ଏଲସିଡି ୬.୧୬ ଇଞ୍ଚ ଡିସପ୍ଲେ ଥିବା ଏହି ଫୋନର ରିୟର କ୍ୟାମେରା ୧୨+୫ ମେଗାପିକ୍ସେଲ ରହିଛି । ଏଥିରେ ସୋନି ଆଇଏମଏକ୍ସ ୩, ୬୩ ସେନ୍ସର ଉପଲବ୍ଧ । ଏଥିସହ ଆଗ କ୍ୟାମେରା ୧୩ ଏମପି ଥିବାବେଳେ ବ୍ୟାଟେରି ୫୦୦୦ ଏମଏଚ ରହିଛି । ଆଣ୍ଡ୍ରଏଡ ୯.୦ ପାଏ ଏଡିଶନର ଏହି ଫୋନ ୩/୪/୬ ଜିବି ରାମ ଏବଂ ୩୨/୬୪ ଜିବି ଇଣ୍ଟରନାଲ ମେମୋରି ସହ ଉପଲବ୍ଧ । ୧ ଟିବି ପର୍ଯ୍ୟନ୍ତ ମେମୋରି ବଢାଇହେବ । ଏହାର ବଜାର ମୂଲ୍ୟ ୯ ହଜାର ୯୯୯ ଟଙ୍କା ରହିଛି । 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon