ଫାଷ୍ଟଫୁଡ ଖାଇବା ପରେ ଦେଖାଦେଉଛି ସମସ୍ୟା ! ଜାଣନ୍ତୁ ଏହି ସରଳ ଟିପ୍ସ

Thursday, June 27, 2019

(ବେତାର ବ୍ୟୁରୋ) ବଜାରରେ ଚାଇନିଜ ଖାଦ୍ୟ ହେଉ ଅଥବା ବିଭିନ୍ନ ପ୍ରକାର ଫାଷ୍ଟ୍‍ ଫୁଡ଼କୁ ଯେପରିକି ପିଜା, ବର୍ଗର ଇତ୍ୟାଦି ଖାଇବା ସଭିଁଙ୍କୁ ବେଶ ପସନ୍ଦ। ସହଜରେ, ଶୀଘ୍ର ଓ ସୁଆଦିଆ ଲାଗୁଥିବାରୁ ଖାଦ୍ୟ ବଜାରରେ ଏସବୁର ଚାହିଦା ସବୁଠୁ ଅଧିକ ।

 

ତେବେ ଜାଣିଛନ୍ତି କି ଏହିସବୁ ଖାଦ୍ୟ ଖାଇବା ପରେ କିଛି  କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ, ଅନ୍ୟଥା ଚାଇନିଜ ବା ଅନ୍ୟାନ୍ୟ ଫାଷ୍ଟଫୁଡର ମଜା ଉଠେଇ ହୁଏନାହିଁ ।

 

ବଜାରରେ ମିଳୁଥିବା ଚାଓମିନ, ମୋମୋଜ ଆଦି ମଇଦାରୁ ପ୍ରସ୍ତୁତ ହୋଇଥାଏ। ସେହିପରି ପିଜା , ସାଣ୍ଡୱିଚ ଓ ବର୍ଗର ଇତ୍ୟାଦି ମଧ୍ୟ ମଇଦାରେ ତିଆରି ହେଇଥାଏ । ତେବେ ଏଥିରେ ଗୋଟିଏ ଅସୁବିଧା ରହିଛି । ତାହା ହେଲା ମଇଦା ଜାତୀୟ ଦ୍ରବ୍ୟ ଖାଇବା ପରେ ଏହା ଆମ ଶରୀର ଭିତରେ ଲାଖି ହୋଇ ଚିକଟା ଭଳି ରହିଯାଏ। ଏହି ଅଠା ଭଳି ପାକସ୍ଥଳୀରେ ଲାଗି ରହୁଥିବା ଅଂଶକୁ ଗ୍ଳୁଟେନ ବୋଲି କୁହାଯାଏ ।

 

ଏହା ଶରୀର ଭିତରେ ଲାଖି ରଖିଲେ ହେବା, ସକାଳୁ ପେଟ ସଫା ନ ହେବା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ ।

ତେଣୁ  ଆପଣ ଯଦି ଚାଇନିଜ ବା ମଇଦା ଜାତୀୟ ଖାଦ୍ୟ  ପ୍ରିୟ ତେବେ ଏହାକୁ ଖାଇସାରିବା ପରେ    କିଛି ଗରମ ପାନୀୟ ପିଇବା ଆବଶ୍ୟକ।ନିଜ ଇଚ୍ଛାନୁଯାୟୀ ଆପଣ ଚାଇନିଜ ଖାଦ୍ୟ ଖାଇବା ପରେ କିଛି ଗରମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ। ଗରମ ପାଣି ପିଇବା ଦ୍ୱାରା ଏହି ଖାଦ୍ୟ ଶରୀର ଭିତରେ ଲାଖି ହୋଇ ଚିକଟା ଭଳି ରହିନଥାଏ।

 

ଆପଣଙ୍କୁ ଯଦି ଗରମ ପାଣି ପିଇବା ପସନ୍ଦ ନୁହେଁ, ତେବେ ସୁପ ମଧ୍ୟ ପିଇପାରିବେ। ଚା’ ଓ କଫି ପିଇପାରିବେ। ତେବେ ଏସବୁ ପାନୀୟ ଖାଇବା ସମୟରେ ମଧ୍ୟ ପିଇପାରିବେ । ଚୀନରେ ଏବେ ବି ଖାଇବା ପରେ ଗରମ ଚା’ ପିଇବାର ପ୍ରଥା ରହିଛି ।

 

ଚାଇନିଜ ଖାଇବା ପରେ କିଛି ସମୟରେ ବାହାରକୁ ଆସି ଚାଲିବା ଦ୍ୱାରା ମଧ୍ୟ ଖୁବ ଆରମ ଅନୁଭବ ହୋଇଥାଏ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon