ଜାଣନ୍ତୁ: କଫିରେ ରହିଛି ଏହି 4 ଉପାଦେୟତା

(ବେତାର ବ୍ୟୁରୋ) କଫି ଆପଣଙ୍କ ପ୍ରିୟ ପାନୀୟ କି? ଯଦି ହଁ ତେବେ ଆପଣ ଏହାର ସ୍ୱାସ୍ଥ୍ୟ ଅନୁକୂଳ ଗୁଣ ଜାଣିଲେ କଫି ପ୍ରତି ଦୁର୍ବଳତା ଆହୁରି ବଢିପାରେ । ଯଦି ନା ତେବେ ଏହି ସବୁ ଉପାଦେୟତା ବିଷୟରେ ଜାଣିଲେ ଆପଣ କଫି ପିଇବା ଆରମ୍ଭ ଦେଇପାରନ୍ତି । 

 

ତେବେ ଆସନ୍ତୁ ଜାଣିବା କ’ଣ ସବୁ ରହିଛି ଏହାର ଉପାଦେୟତା ଏବଂ କିପରି ରହିଛି ଆମ ସ୍ୱାସ୍ଥ୍ୟ ପ୍ରତି ଏହାର ପ୍ରଭାବ ।

 

ବ୍ରାଉନ ଫ୍ୟାଟକୁ କାର୍ଯ୍ୟକ୍ଷମ କରାଏ
ଆମ ଶରୀରରେ ଜମି ରହିଥିବା ଫ୍ୟାଟ ବା କ୍ୟାଲୋରୀ ଯୋଗୁ ଓଜନ ବୃଦ୍ଧି ଘଟିଥାଏ । ଫଳରେ ଓଜନ ହ୍ରାସ ପାଇଁ କ୍ୟାଲୋରୀ ହ୍ରାସ କରିବା ଆବଶ୍ୟକ ହୋଇଥାଏ । ଶରୀରରେ ଥିବା ବ୍ରାଉନ ଫ୍ୟାଟ ହିଁ ଜମି ରହିଥିବା ଚର୍ବିରୁ ଉତ୍ତାପ ବାହାର କରି ଓଜନ କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ବ୍ରାଉନ ଫ୍ୟାଟକୁ ଅଧିକ ମାତ୍ରାରେ କାର୍ଯ୍ୟକ୍ଷମ କରାଇଥାଏ କଫି । ଏହାଦ୍ୱାରା ମେଦ ବହୁଳତାର ଶିକାର ହୋଇଥିବା ବ୍ୟକ୍ତି ଲାଭବାନ ହୋଇଥାନ୍ତି ।

 

କିପରି କାର୍ଯ୍ୟ କରିଥାଏ ବ୍ରାଉନ ଫ୍ୟାଟ
ବ୍ରାଉନ ଫ୍ୟାଟକୁ ବ୍ରାଉନ ଆଡିପୋଜ ଟିସୁ ମଧ୍ୟ କୁହାଯାଏ । ଆମ ଶରୀର ଥଣ୍ଡା ଅନୁଭବ କଲେ ବ୍ରାଉନ ଆଡିପୋଜ ଟିସୁ ତାପମାତ୍ରା ବଢାଇବାରେ ସାହାଯ୍ୟ କରେ । ଏଥିରେ ଅଧିକ ମାତ୍ରାରେ ମାଇଟୋକଣ୍ଡ୍ରିଆ ଥାଏ । ଯାହା ବ୍ରାଉନ ଫ୍ୟାଟର ଇଞ୍ଜିନ ଭାବେ କାମ କରେ । ଏହା ଦେହରେ ଜମିଥିବା ଚର୍ବିରୁ ଉତ୍ତାପ ବାହାର କରି ଶରୀରକୁ ଯୋଗାଇଥାଏ । କଫି ପିଇବା ଦ୍ୱାରା ଶରୀରରେ ବ୍ରାଉନ ଫ୍ୟାଟ ଆକ୍ଟିଭେଟ ହୋଇଥାଏ । ବାୟ୍ୟାମ ସମୟରେ ମଧ୍ୟ ବ୍ରାଉନ ଫ୍ୟାଟ କାର୍ଯ୍ୟକ୍ଷମ ହୋଇ ଶରୀରରୁ ମେଦ ହଟାଇବାର ଭୂମିକା ତୁଲାଇଥାଏ ।

 

ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖେ
କଫି ଆମ ଶରୀରରେ ବ୍ଲଡ ସୁଗାର ଲେଭଲକୁ ମଧ୍ୟ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ବୋଲି ଗବେଷଣାରୁ ଜଣାପଡିଛି । ଏଥିସହ ଟାଇପ-୨ ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ଏହା ଉପକାରୀ ବୋଲି ଗବେଷକମାନେ ମତ ଦିଅନ୍ତି । 

 

କଫିର ଅନ୍ୟ ଉପକାରିତା
କଫି ଆମ ଶରୀରରେ ଆଣ୍ଟିଅକ୍ସିଡାଣ୍ଟର ଭୂମିକା ମଧ୍ୟ ତୁଲାଇଥାଏ । କଫି ପିଇବା ଦ୍ୱାରା ଆମକୁ ଫୂର୍ତ୍ତି ଅନୁଭବ ହୋଇଥାଏ । ସେଥିପାଇଁ ଅନେକେ ସକାଳ ସମୟରେ କଫି ପିଇଥାନ୍ତି ।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon