ଟିକଟକରେ ମାତିବା ମହଙ୍ଗା ପଡିଲା: ୪ ନର୍ସ ଗଲେ ବାଧ୍ୟତାମୂଳକ ଛୁଟିରେ

(ବେତାର ବ୍ୟୁରୋ) ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ (ସ୍ୱତନ୍ତ୍ର ନବଜାତ  ଶିଶୁ ଯତ୍ନ ୟୁନିଟ୍) ରେ କାର୍ଯ୍ୟରତ ନର୍ସ ଟିକଟିକରେ ମାତିବା ମହଙ୍ଗା ପଡିଛି । ସେମାନଙ୍କ ଭିଡିଓ ଭାଇରାଲ ହେବା ପରେ ୪ ଜଣ ନର୍ସଙ୍କୁ ବାଧ୍ୟତାମୂଳକ  ଛୁଟିରେ ପଠାଇ ଦିଆଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ ପର୍ଯ୍ୟନ୍ତ ସେମାନେ ଛୁଟିରେ ରହିବେ ବୋଲି ଜଣାପଡିଛି ।


ସମ୍ବେଦନଶୀଳ ସ୍ଥାନରେ ଦାୟିତ୍ୱ ହୀନତା
ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିଲେ ସେମାନଙ୍କୁ ଏସଏନସିୟୁରେ ଭର୍ତ୍ତି କରାଯାଏ । ହେଲେ ଏଭଳି ସମ୍ବେଦନଶୀଳ ପରିସରରେ କାର୍ଯ୍ୟରତ ନର୍ସମାନଙ୍କ ଏପରି ଦାୟିତ୍ୱହୀନତାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । 


ନବଜାତ ଶିଶୁଙ୍କୁ ଧରି ଖେଳିବା, ଗ୍ଲୋବ୍ସ ନ ଧରି ସେମାନଙ୍କୁ ଅସୁରକ୍ଷିତ ଭାବେ ଧରିବା ଭଳି ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଏହା ବ୍ୟତୀତ କେତେଜଣ କର୍ମଚାରୀ ସେଠାରେ ଲୁଡୁ ମଧ୍ୟ ଖେଳୁଥିବା ଦେଖାଯାଇଛି । ବହୁତ ଗୁଡିଏ ଟିକଟକ ଭିଡିଓ ଏହି ମେଡିକାଲରୁ ଭାଇରାଲ ହେବା ପେ ଏବେ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍ପରତା ଦେଖାଦେଇଛି ।

 

ତଦନ୍ତ ବେଳେ ଭୁଲ ସ୍ୱୀକାର
ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପରେ ମେଡିକାଲ କର୍ତ୍ତୃପକ୍ଷ ସିଡିଏମଓଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା । ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲାପାଳ ରାମେଶ୍ୱର ପ୍ରଧାନ ମଧ୍ୟ ତଦନ୍ତ କରିଥିଲେ । ତଦନ୍ତ ବେଳେ ସମ୍ୃକ୍ତ ୪ ନର୍ସ ସେମାନଙ୍କ ଭୁଲ ସ୍ୱୀକାର କରିଥିଲେ । 

 

ସରକାରଙ୍କ ନିର୍ଦ୍ଦେଶ ପର୍ଯ୍ୟନ୍ତ ଛୁଟିରେ ରହିବେ
କେନ୍ଦ୍ର ସରକାରଙ୍କ ଯୋଜନରେ ସମ୍ପୃକ୍ତ କର୍ମଚାରୀମାନେ ନିଯୁକ୍ତି ପାଇଥିବାରୁ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତୀୟ ନିର୍ଦ୍ଦେଶ ଦେବେ ବୋଲି କୁହାଯାଇଛି । ସେ ପର୍ଯ୍ୟନ୍ତ ଏହି ମହିଳା କର୍ମଚାରୀମାନେ ବାଧ୍ୟତାମୂଳକ ଛୁଟିରେ ରହିବେ ।

 

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରିପୋର୍ଟ ତଲବ
ଏହି ଜିଲା ମୁଖ୍ୟଚିକିତ୍ସାଳରେ କର୍ମଚାରୀଙ୍କ ଦାୟିତ୍ୱହୀନ କାର୍ଯ୍ୟକୁ ନେଇ ସ୍ୱାସ୍ଥ୍ରମନ୍ତ୍ରୀ ନବ କିଶୋର ଦାସ ରିପୋର୍ଟ ତଲବ କରିଛନ୍ତି । ଏଥିପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେ ସଂକ୍ରାନ୍ତରେ ବିଭାଗକୁ ରିପୋର୍ଟ ମାଗିଛନ୍ତି ।


ସୂଚନାଯୋଗ୍ୟ, ଗତ ବର୍ଷ ମୁଖ୍ୟମନ୍ତ୍ରୀ ନବୀପ ପଟ୍ଟନାୟକ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ୭ ମହଲା ବିଶିଷ୍ଟ ମାଲକାନଗିରି ଜିଲା ମୁଖ୍ର ଚିକିତ୍ସାଳୟକୁ ଉଦଘାଟନ କରିଥିଲେ ।


 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon