ନୂଆ ନିୟମ : ପୂ. ରେଳବାଇର ବଦଳିଲା ଏହି ଟ୍ରେନ ଗୁଡିକର ସମୟ

(ବେତାର ବ୍ୟୁରୋ) ପୂର୍ବତଟ ରେଲୱେ ପକ୍ଷରୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ କରାଯାଇଛି । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଟ୍ରେନଗୁଡିକର ଯିବା ଆସିବା ସମୟ ବଦଳାଇଛି । ଏହି ପରିବର୍ତ୍ତିତ ଟାଇମ ଟେବୁଲ ଜୁଲାଇ ୧ ବା ସୋମବାରଠାରୁ ଲାଗୁ ହେବ ବୋଲି ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପ୍ରତିବର୍ଷ ରେଳ ବିଭାଗ ପକ୍ଷରୁ ଟ୍ରେନ ଟାଇମରେ ପରିବର୍ତ୍ତନ, ନୂଆ ଟ୍ରେନ ଚଳାଚଳ ଆରମ୍ଭ. ଟ୍ରେନର ପୁନଃ ନମ୍ବରିଂ, ବେଗରେ ପରିବର୍ତ୍ତନ ଆଦି କରାଯାଇଥାଏ ।

 

ତେବେ ଆସନ୍ତୁ ଜାଣିବା କେଉଁ ଟ୍ରେନ ପାଇଁ କ’ଣ ରହିଛି ସମୟ ସୂଚୀ ଓ ଅନ୍ୟାନ୍ୟ ପରିବର୍ତ୍ତନ ।

 

୩୫ ମିନିଟ୍ ପୂର୍ବରୁ ଲାଗିବ ସାନ୍ତରାଗାଚି-ପାରାଦୀପ ଏକ୍ସପ୍ରେସ
ନୂଆ ସମୟ ସୂଚୀ ଅନୁସାରେ ସାନ୍ତରାଗାଚି-ପାରାଦୀପ ଏକ୍ସପ୍ରେସ ପରାଦୀପଠାରେ ୩୫ ମିନିଟ୍ ଶୀଘ୍ର ପହଞ୍ଚିବ ବୋଲି ସ୍ଥିର କରାଯାଇଛି । ଏହା ପୂର୍ବରୁ ଭୋର ୪ଟା ୩୦ ମିନିଟ୍ରେ ସେଠାରେ ପହଞ୍ଚୁଥିବାବେଳେ ଏବେ ଏହି ଟ୍ରେନ ଭୋର ୩ଟା ୫୫ରେ ପାରାଦୀପରେ ଲାଗିବ ।

 

ସପ୍ତାହରେ ୨ ଥର ଚାଲିବ ଭିଲୁପୁରମ-ପୁରୁଲିଆ
ଭିଲୁପୁରମ-ପୁରୁଲିଆ ସାପ୍ତାହିକ ଏକ୍ସପ୍ରେସ ଏବେ ସପ୍ତାହରେ ୨ ଥର ଚାଲିବ । ସେହିପରି ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ ୩ ଦିନ ବଦଳରେ ସପ୍ତାହକୁ ୬ ଦିନ ଚାଲିବ ବୋଲି ନିର୍ଦ୍ଧାରିତ ହୋଇଛି ।

 

ଅଧିକ ଦୂର ଚାଲିବ ମେମୁ ଟ୍ରେନ
ପାସେଞ୍ଜରରୁ ମେମୁକୁ ବଦଳିଥିବା ଟ୍ରେନଗୁଡିକ ମଧ୍ୟରେ ୫ଟିର ନମ୍ବର ବଦଳାଯାଇଛି । ଏଥିସହ ୯ଟି ଟ୍ରେନ ଅଧିକ ଷ୍ଟେଶନକୁ ଯିବ ବୋଲି ସ୍ଥିର କରାଯାଇଛି । ବିଶାଖାପାଟନା-ପଳସା ଟ୍ରେନ ଏବେ ବ୍ରହ୍ମପୁର ପର୍ଯ୍ୟନ୍ତ ଯିବ ବୋଲି ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

 

ଢେଙ୍କାନାଳରେ ରହିବ ରାଜଧାନୀ ଏକ୍ସପ୍ରେସ
୧୮ଟି ଟ୍ରେନ ପୂର୍ବାପେକ୍ଷା ଅଧିକ ଷ୍ଟେଶନରେ ରହଣି କରିବ ବୋଲି ପୂର୍ବତଟ ରେଲୱେ ପକ୍ଷରୁ ସ୍ଥିର କରାଯାଇଛି । ସେଥିମଧ୍ୟରେ ରହିଛି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ । ଏହି ଏକ୍ସପ୍ରେସ ଏବେ ଢେଙ୍କାନାଳ ଷ୍ଟେଶନରେ ରହଣି କରିବ ବୋଲି ଜଣାଯାଇଛି । ସେହିପରି ଝାରସୁଗୁଡା-ଏଲବି ରୁଟରେ ୫ଟି ଟ୍ରେନ ଯାତାୟାତ କରିବ ବୋଲି ସୂଚନା ରହିଛି ।

 

ପୁରୀକୁ ୪ ସ୍ୱତନ୍ତ୍ର ଟ୍ରେନ
ରଥଯାତ୍ରା ଉପଲକ୍ଷେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ପୁରୀ ପାଇଁ ୪ଟି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଏହାକୁ ମିଶାଇ ମୋଟ ସ୍ୱତନ୍ତ୍ର ଟ୍ରେନ ସଂଖ୍ୟା ୧୯୬ରେ ପହଞ୍ଚିଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରେନ ଯାତାୟାତରେ ସୁବିଧା ଉପଲବ୍ଧ ପାଇଁ ପଦକ୍ଷେପମାନ ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

 

ପରିବର୍ତ୍ତିତ ସମୟ ସୂଚୀ ଯୋଗୁ ସମସ୍ତ ଯାତ୍ରୀ ଟାଇମ ଟେବୁଲ ଯାଞ୍ଚ କରି ଯାତ୍ରା କରିବାକୁ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon