ବାସ୍ତୁ ଟିପ୍ : ଘରେ ସକାରାତ୍ମକ ଶକ୍ତି ପାଇଁ ଏମିତି ରଖନ୍ତୁ ଝାଡୁ, ଜୋତା ଓ ଦୀପ

(ବେତାର ବ୍ୟୁରୋ) କଠିନ ପରିଶମ  ସତ୍ତ୍ୱେ ଅନେକେ ସୁଖ ହାସଲରୁ ବଞ୍ଚିତ ରହିଥାନ୍ତି । କେହି କେହି ଏହାକୁ ଦୁର୍ଭାଗ୍ୟ ମଧ୍ୟ କହିଥାନ୍ତି । ଏପରି ପରିସ୍ଥିତିରୁ ବାହାରିବା ପାଇଁ ବାସ୍ତୁଶାସ୍ତ୍ରରେ ରହିଛି ଏପରି କିଛି ଉପାୟ, ଯାହାଦ୍ୱାରା ଆପଣ ଘରେ ସୁଖ ସମୃଦ୍ଧିର ସମସ୍ତ ଦିଗକୁ ଖୋଲି ପାରିବେ । ବାସ୍ତୁଶାସ୍ତ୍ର ଅନୁସାରେ ଆମ ଘର ଭିତରେ ହିଁ ରହିଥାଏ ଏପରି କିଛି କଥା ଯାହାର ପରିବର୍ତ୍ତନରେ ଜୀବନରୁ ଅନେକ ସମସ୍ୟା ଦୂରେଇ ଯାଇଥାଏ । 

 

ଆସନ୍ତୁ ଜାଣିବା ଏ ବିଷୟରେ କ’ଣ କୁହେ ବାସ୍ତୁଶାସ୍ତ୍ର ।

 

ଘରର ମୁଖ୍ୟ ଦ୍ୱାରରେ ଜଳାନ୍ତୁ ଦୀପ
ସନ୍ଧ୍ୟା ସମୟରେ ଘରର ମୁଖ୍ୟ କବାଟ ନିକଟରେ ସୋରିଷ ତେଲରେ ଦୀପ ଜଳାଇ ରଖନ୍ତୁ । ଏଥିରେ କିଛି ଚାଉଳ ମଧ୍ୟ ପକାଇ ରଖନ୍ତୁ । ଏଥିସହ ମୁଖ୍ୟ ଦ୍ୱାର ସହ ଘରର କୌଣସି କବାଟ ପାଖରେ ଜୋତା ରଖନ୍ତୁ ନାହିଁ । ସକାଳୁ ଉଠି ମୁଖ୍ୟ ଦ୍ୱାରଠାରେ ଲୋଟାରେ ପାଣି ଢାଳନ୍ତୁ । ସେହି ସମୟରେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ । ଏହା ଦ୍ୱାରା ଘରେ ଘରେ ସୁଖସମୃଦ୍ଧି ବଜାୟ ରହିବ।

 

ନଜର ନ ପଡିବା ପରି ସ୍ଥାନରେ ରଖନ୍ତୁ ଝାଡୁ
ଝାଡୁ, ପୋଛା ଆଦିକୁ ଘରର ଏପରି ସ୍ଥାନରେ ରଖିବା ଉଚିତ ଯେପରି ଏହା କାହା ନଜରକୁ ନ ଆସେ । ଏଗୁଡିକ ପାଇଁ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନ ସ୍ଥିର କରିଦିଅନ୍ତୁ । ସେହିପରି ଘରର ଏଣେତେଣେ ଜୋତା ଚପଲ ନ ରଖି ଗୋଟିଏ ସ୍ଥାନରେ କିମ୍ବା ଷ୍ଟାଣ୍ଡରେ ହଳ ହଳ କରି ରଖନ୍ତୁ । ଚପଲ ଯେପରି ଓଲଟା ନ ରୁହେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।

 

ସନ୍ଧ୍ୟାରେ ଘରେ ଜଳାନ୍ତୁ କର୍ପୂର
ସନ୍ଧ୍ୟା ସମୟରେ ଘରେ କର୍ପୂର ଜଳାଇବାକୁ ବାସ୍ତୁଶାସ୍ତ୍ରରେ କୁହାଯାଇଛି । କର୍ପୂର ଜଳାଇ ଘରେ ଥିବା ସମସ୍ତ କୋଠରିରେ ଏହାକୁ ବୁଲାନ୍ତୁ । ଏହା ଦ୍ୱାରା ଆପଣଙ୍କ ଘର ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡି ନ ଥାଏ । ସେହିପରି ସୂର୍ଯ୍ୟାସ୍ତ ବେଳେ ଭୋଜନ କରିବାକୁ ବାସ୍ତୁବିଜ୍ଞାନରେ ମନା କରାଯାଇଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon