କଂଗନାଙ୍କ ‘ଜଜମେଣ୍ଟାଲ ହୈ କ୍ୟା’ :ଟ୍ରେଲର ରିଲିଜ ପରେ ଏମିତି ମିଳୁଛି ପ୍ରତିକ୍ରିୟା

Wednesday, July 3, 2019

(ବେତାର ବ୍ୟୁରୋ) ଫିଲ୍ମର ଟାଇଟଲକୁ ନେଇ ବିବାଦରେ ‘ଜଜମେଣ୍ଟାଲ ହୈ କ୍ୟା’ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇସାରିଛି ।  କଙ୍ଗନା ରାଣାୱତ ଓ ରାଜକୁମାର ରାଓଙ୍କ ଅଭିନୀତ ଏହି ଫିଲ୍ମର ଟ୍ରେଲରକୁ ବହୁ ଦର୍ଶକ ପସନ୍ଦ କରିଛନ୍ତି । ଡ୍ରାମା ଓ ରହସ୍ୟପୂର୍ଣ୍ଣ ଏହି ଚଳଚ୍ଚିତ୍ରର ଟ୍ରେଲର ବଲିଉଡର ବହୁ ସେଲିବ୍ରିଟିଙ୍କ ପ୍ରଶଂସା ମଧ୍ୟ ସାଉଣ୍ଟିଛି । ଜୁଲାଇ ୨୬ ତାରିଖରେ ଏହି ବଲିଉଡ ମୁଭି ପରଦାକୁ ଆସିବ ବୋଲି ଘୋଷଣା କରାଯାଇଛି । 

 

‘ମେଣ୍ଟାଲ ହୈ କ୍ୟା’ରୁ ‘ଜଜମେଣ୍ଟାଲ ହୈ କ୍ୟା’
ଏହି ଚଳଚ୍ଚିତ୍ରର ନାଁ ପ୍ରଥମେ ମେଣ୍ଟାଲ ହୈ କ୍ୟା ରଖାଯାଇଥିଲା । ତେବେ ଏହାକୁ ନେଇ ସେନସର ବୋର୍ଡ ଆପତ୍ତି ଉଠାଇବା ସହ ଫିଲ୍ମ ନାଁ ବଳାଇବାକୁ ପରାମର୍ଶ ଦିଆଯାଇଥିଲା । ମଝିରେ ଏହାର ନାମ ସେଣ୍ଟିମେଣ୍ଟାଲ ହୈ କ୍ୟା ରଖାଯିବ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ଶେଷରେ ଏହାର ଟାଇଟଲ ଜଜମେଣ୍ଟାଲ ହୈ କ୍ୟା ରଖାଯାଇଛି । 

 

କାହାଣୀକୁ ନେଇ ସିବିଏଫସିରେ ଅଭିଯୋଗ
ଏହି ଚଳଚ୍ଚିତ୍ରର ନାଁ ଓ କାହାଣୀକୁ ନେଇ ଇଣ୍ଡିଆନ ସାଇକିଆଟ୍ରିଷ୍ଟ ସୋସାଇଟି ଆପତ୍ତି ଉଠାଇଥିଲା । ଏ ନେଇ ସୋସାଇଟି ପକ୍ଷରୁ ସିବିଏଫସିରେ ଅଭିଯୋଗ କରାଯାଇଥିଲା । ବିଚାର ପରେ ଏହାର ନାମ ବଦଳାଇବାକୁ ସିବିଏଫସି ପକ୍ଷରୁ ଫିଲ୍ମ ପ୍ରଯୋଜକଙ୍କୁ ପରାମର୍ଶ ଦିଆଯାଇଥିଲା ।

 

ବି ଟାଉନ ସେଲିବ୍ରିଟିଙ୍କ ପ୍ରଂଶସା
ଏକତା କପୁରଙ୍କ ପ୍ରଯୋଜିତ ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଦର୍ଶକଙ୍କ ସମେତ ବଲିଉଡ ସେଲିବ୍ରିଟିଙ୍କ ପ୍ରଶଂସା ସାଉଣ୍ଟିଛି । ବରୁଣ ଧୱନ, ଅଶ୍ୱିନୀ ଆୟର ତିୱାରୀଙ୍କ ସମେତ ଅନ୍ୟମାନେ ଟୁଇଟ କରି ଏହି ଟ୍ରେଲରକୁ ପସନ୍ଦ କରିଥିବା କହିଛନ୍ତି । ପୂର୍ବରୁ ଏହି ଫିଲ୍ମର ବ୍ୟାନର ବେଶ୍ ଚର୍ଚ୍ଚାରେ ରହିଥିଲା । 

 

ଏକ ମର୍ଡର କେସରେ  ଫସି ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ କଙ୍ଗନା ଓ ରାଜକୁମାରଙ୍କ ଅଜବ ଉଦ୍ୟମ ଏବଂ ସେହି ସମୟରେ ଉଭୟଙ୍କ ପାଗଳାମୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଥିବା ଟ୍ରେଲରରୁ ଜଣାପଡିଛି । ବାଲାଜୀ ମୋଶନ ପିକ୍ଚରରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରକାଶ କୋଭେଲାମୁଡି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon