ରାୟୁଡୁଙ୍କ ଅବସର : କୋହଲିଙ୍କ ଟୁଇଟ ପରେ ଫ୍ୟାନ୍ସ କଲେ  ଟାହି ଟାପରା

Thursday, July 4, 2019

(ବେତାର ବ୍ୟୁରୋ) ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁଙ୍କୁ ବିଶ୍ୱକପରେ ସ୍ଥାନ ନ ମିଳିବାରୁ ସେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବାକୁ ଘୋଷଣା କରିଛନ୍ତି । ଏହା ପରେ ପୂବତନ କ୍ରିକେଟ କିମ୍ବଦନ୍ତୀଙ୍କ ସମେତ ବହୁ ଖେଳାଳି ତାଙ୍କୁ ବିଭିନ୍ନ ବାର୍ତ୍ତା ଦେଇଛନ୍ତି । ଗୌତମ ଗମ୍ଭୀର ରାୟୁଡୁଙ୍କ ଅବସର ଘୋଷଣା ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କ ଟୁଇଟରେ ରାୟୁଡୁଙ୍କ ଜଣେ ଭଲ ମଣିଷ ବୋଲି ଅଭିହିତ କରିଛନ୍ତି । ତେବେ କୋହଲିଙ୍କ ଟୁଇଟକୁ କେତେଜଣ ଟ୍ରୋଲ କରିଥିବା ଦେଖିବାକୁ ମିଳିଛି ।

 

ରାୟୁଡୁଙ୍କୁ ଟପ୍ ମ୍ୟାନ କହିଲେ କୋହଲି
ରାୟୁଡୁଙ୍କ ଅବସର ଘୋଷଣା ପରେ କୋହଲି ତାଙ୍କ ଅଫିସିଆଲ ଟୁଇଟରେ ରାୟୁଡୁଙ୍କୁ ଜଣେ ଭଲ ମଣିଷ ବୋଲି ଅଭିହିତ କରିଛନ୍ତି ।  ସେ ରାୟୁଡୁଙ୍କୁ ଟପ୍ ମ୍ୟାନ ବୋଲି କହିବା ସହ ତାଙ୍କ ଆଗାମୀ ଜୀବନ ସୁଖମୟ ହେଉ ବୋଲି କୋହଲି ଉଲ୍ଲେଖ କରିଛନ୍ତି । ଏହାକୁ କେତେଜଣ ମଜାଦାର ଟୁଇଟ କରିଥିବା ଦେଖିବାକୁ ମିଳିଛି । ଏପରିକି କେତେଜଣ ଏହାକୁ ଡ୍ରାମା ବୋଲି ଦର୍ଶାଇଛନ୍ତି ।

 

ପୂର୍ବତନ ବ୍ୟାଟ୍ସମ୍ୟାନ ଗମ୍ଭୀରଙ୍କ ସମାଲୋଚନା
କ୍ରିକେଟରୁ ରାୟୁଡୁଙ୍କ ସନ୍ନ୍ୟାସ ନେବା ପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର । ଏଥିପାଇଁ ଗମ୍ଭୀର ମନୋନୟନ ସମିତିକୁ ସମାଲୋଚନା କରିଛନ୍ତି । ଏପରିକି ୫ ଚୟନକର୍ତ୍ତା ନିଜ ଖେଳ ଜୀବନରେ ମିଳିତ ଭାବେ ଯେତିକି ରନ୍ କରିଥିଲେ ତାହାଠାରୁ ରାୟୁଡୁ ଢେର ଅଧିକ ରନ୍ କରିଥିବା ଗମ୍ଭୀର କହିଛନ୍ତି । ତେଣୁ ଚୟନକର୍ତ୍ତାଙ୍କ ଯୋଗୁ ରାୟୁଡୁ ନିରାଶ ହୋଇଥିବା ସେ ପ୍ରକାଶ କରିଛନ୍ତି ।


କଷ୍ଟଦାୟକ କହିଲେ ସେହ୍ୱାଗ
ବିଶ୍ୱକପରେ ଉପେକ୍ଷିତ ହେବା ରାୟୁଡୁଙ୍କ ପାଇଁ କଷ୍ଟଦାୟକ ଥିଲା ବୋଲି କହିଛନ୍ତି ପୂର୍ବତନ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ । ତେବେ ଅମ୍ବାତିଙ୍କ ଅବସର ପରବର୍ତ୍ତୀ ସମୟ ସୁଖକର ହେଉବୋଲି ସେହ୍ୱାଗ ତାଙ୍କ ଟୁଇଟରରେ ବାର୍ତ୍ତା ଦେଇଛନ୍ତି ।

 

ସୂଚନାଯୋଗ୍ୟ, ଅମ୍ବାତି ରାୟୁଡୁ ୨୦୧୩ରେ ଜିମ୍ବାୱେ ବିକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ । ସେ ମୋଟ ୫୫ଟି ଦିିନିକିଆ ମ୍ୟାଚ ଖେଳି ୪୭.୦୫ ହାରରେ ୧୬୯୪ ରନ୍ ସଂଗ୍ରହ କରିଛନ୍ତି । ଆଇପିଏଲ ଦଳ ଚେନ୍ନାଇ ସୁପରକିଙ୍ଗସରେ ତାଙ୍କ ପ୍ରଦର୍ଶନ ଭଲ ରହିଥିଲା । ପୂର୍ବରୁ ୨୦୦୪ରେ ୧୯ ବର୍ଷରୁ କମ୍ କ୍ରିକେଟରେ ସେ ଭାରତର ନେତୃତ୍ୱ ନେଇଥିଲେ । ଚଳିତ ବିଶ୍ୱକପରେ ତାଙ୍କୁ ଷ୍ଟାଣ୍ଡବାଇରେ ମଧ୍ୟ ରଖାଯାଇଥିଲା । ପରେ ଶିଖର ଧୱନ, ବିଜୟ ଶଙ୍କର ଦଳରୁ ବାଦ ପଡିଥିଲେ ମଧ୍ୟ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା ।


 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon