ହଜିଥିବା ସ୍ୱାମୀଙ୍କୁ ଦୁଇ ବର୍ଷ ପରେ ଟିକଟକରେ ପାଇଲେ ମହିଳା

Thursday, July 4, 2019

(ବେତାର ବ୍ୟୁରୋ) ନିଖୋଜ ଥିବା ସ୍ୱାମୀଙ୍କୁ ଟିକଟକ ଜରିଆରେ ଖୋଜି ପାଇଛନ୍ତି ମହିଳା । ତାମିଲନାଡୁର ଭିଲ୍ଲୁପୁରମଠାରେ ଏପରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ  ମାଡ୍ରାସ ହାଇକୋର୍ଟ ଟିକଟିକ ଉପରେ ବ୍ୟାନ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ଟିକଟକ ଏବେ ଉକ୍ତ ମହିଳାଙ୍କ ପାଇଁ ବରଦାନ ସଦୃଶ ହୋଇଥିବା ଚର୍ଚ୍ଚା ହେଉଛି । 

 

ଜାଣନ୍ତୁ କିପରି ଥିଲା ସମ୍ପୂର୍ଣ୍ଣ ଘଟଣାବଳୀ ।


୨୦୧୭ରୁ ପତ୍ତା ମିଳୁ ନ ଥିଲା
କ୍ରିଷ୍ଣାଗିରିର ସୁରେଶଙ୍କ ସହ ଜୟପ୍ରଦାଙ୍କ ବିବାହ ହୋଇଥିଲା । ଉଭୟର ୨ଟି ସନ୍ତାନ ମଧ୍ୟ ରହିଛନ୍ତି। ୨୦୧୭ରେ ସୁରେଶ କାମକୁ ଯାଉଛି କହି ଘରୁ ବାହାରି ଯାଇଥିଲେ । ହେଲେ ସେ ଆଉ ଘରକୁ ଫେରି ନ ଥିଲେ । ପରେ ଜୟପ୍ରଦା ତାଙ୍କ ବନ୍ଧୁବାନ୍ଧବ ଓ ସମସ୍ତ ସମ୍ପର୍କୀୟଙ୍କ ଘରକୁ ଯାଇ ଖୋଜାଖୋଜି କରିଥିଲେ ହେଁ ସୁରେଶଙ୍କ ସନ୍ଧାନ ପାଇପାରି ନ ଥିଲେ । 

 

ଥାନାରେ ହୋଇଥିଲା ଏତଲା
କେଉଁଠି ବି ସୁରେଶଙ୍କ ପତ୍ତା ନ ମିଳିବାରୁ ଜୟପ୍ରଦା ଥାନାର ଦ୍ୱାରସ୍ଥ ହୋଇଥିଲେ । ସୁରେଶ ନିଖୋଜ ଥିବା ନେଇ ସେ ଥାନାରେ ଏତଲା ଦେଇଥିଲେ । ହେଲେ ପୋଲିସ କେବଳ ମିସିଂ ରିପୋର୍ଟ ଲେଖିଥିବା ବେଳେ ଘଟଣାର ତଦନ୍ତରେ କୌଣସି ଉନ୍ନତି ହୋଇ ନ ଥିଲା ବୋଲି ଜୟପ୍ରଦା କହିଛନ୍ତି।

 

ଟିକଟକରେ ମିଳିଲା ସୁରେଶଙ୍କ ଭିଡିଓ
ନିକଟରେ ଜୟପ୍ରଦାଙ୍କ ଜଣେ ସମ୍ପର୍କୀୟ ଏକ ଟିକଟକ ଭିଡିଓରେ ସୁରେଶଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ପାଇଥିଲେ । ଏହାକୁ ସେ ଜୟପ୍ରଦାଙ୍କୁ ଦେଖାଇବା ପରେ ଭିଡିଓରେ ଥିବା ବ୍ୟକ୍ତି ଜଣକ ସୁରେଶ ବୋଲି ନିଶ୍ଚିତ ହୋଇଥିଲେ । ଏ ନେଇ ଜୟପ୍ରଦା ଭିଲ୍ଲୁପୁରମ ଥାନାରେ ଜଣାଇଥିଲେ ।

 

ଟ୍ରାନ୍ସଜେଣ୍ଡରଙ୍କ ଜରିଆରେ ମିଳିଲା ପତ୍ତା
ଉକ୍ତ ଟିକଟକ ଭିଡିଓରେ ସୁରେଶ ଜଣେ ଟ୍ରାନ୍ସଜେଣ୍ଡର (ତୃତୀୟ ଲିଙ୍ଗ) ମହିଳାଙ୍କ ସହ ଥିବା ଦେଖିବାକୁ ମିଳିଥିଲା । ତେଣୁ ପୋଲିସ ଭିଲ୍ଲୁପୁରମର ଏକ କିନ୍ନର ଆସୋସିଏଶନର ସଦସ୍ୟଙ୍କ ସହାୟତାରେ ହୋସୁରଠାରେ ସୁରେଶଙ୍କୁ ଖୋଜି ପାଇଥିଲା ।

 

ନିଜ ଇଚ୍ଛାରେ ଘର ଛାଡିଥିଲେ ସୁରେଶ
ପତ୍ତା ମିଳିବା ପରେ ପୋଲିସ ସୁରେଶଙ୍କୁ କାଉନସେଲିଂ କରିଥିଲା । ପ।ରିବାରିକ ଅଶାନ୍ତି ଯୋଗୁ ସେ ନିଜ ଇଚ୍ଛାରେ ଘର ଛାଡି ପଳାଇଥିବା ପ୍ରକାଶ କରିଥିଲେ । ହୋସୁରଠାରେ ସୁରେଶ ନିଜ ମା’ଙ୍କ ସହ ରହୁଥିବା ଜଣାପଡିଥିଲା । ପୁଣିଥରେ ସ୍ତ୍ରୀଙ୍କ ପାଖକୁ ଫେରିଯିବାକୁ ସୁରେଶ ରାଜି ହେବା ପରେ ପୋଲିସ ଉଭୟଙ୍କୁ ଘରକୁ ପଠାଇଥିଲା ।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon