ଅର୍ଥନୈତିକ ସର୍ଭେ ରିପୋର୍ଟ: ଓଡ଼ିଶାରେ ପଡିରହିଛି ସର୍ବାଧିକ ଅଦାଲତ ମାମଲା

(ବେତାର ବ୍ୟୁରୋ) ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ପଛୁଆ ରହିଛି । ଅଦାଲତରେ ବିଚାରାଧୀନ ମାମଲା ସଂଖ୍ୟାରେ ଓଡ଼ିଶା ଶୀର୍ଷରେ ରହିଛି । ବର୍ଷ ବର୍ଷ ଧରି ମାମଲା ଗଡିଚାଲିଥିବାରୁ ଲୋକେ ନ୍ୟାୟ ପାଇପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଲୋକ ସଭାରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୮-୧୯ରୁ ଜଣାପଡିଛି ।

 

ମେ ସୁଦ୍ଧା ୬୪ ପ୍ରତିଶତ ମାମଲା
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଏହି ରିପୋର୍ଟ ମୁତାବକ, ଗତ ମେ ୩୧ ସୁଦ୍ଧା ୬୪ ପତିଶତ ଉଭୟ ଫୌଜଦାରୀ ଓ ଦେୱାନୀ ମାମଲା ୩ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ପଡିରହିଛି । ୨୦୧୮ରେ ପୁରୁଣା ମାମଲାର ମାତ୍ର ୬୨.୧୮ ପ୍ରତିଶତ ଫଇସଲା ହୋଇଛି ।

 

କୋର୍ଟ ବନ୍ଦ, ଆନ୍ଦୋଳନ ଯୋଗୁ ମାମଲା ଗଡୁଛି
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ ଦୀର୍ଘ ୮ ମାସ ହେବ କୋର୍ଟ କଚେରୀ ବନ୍ଦ ରହିଛି । ଫଳରେ ମାମଲା ସଂଖ୍ୟା ବଢିଚାଲିଛି । ପୁରୁଣା ମାମଲାର ସମାଧାନ ହୋଇପାରୁ ନ ଥିବାବେଳେ ପ୍ରତିଦିନ ନୂଆ ମାମଲା ଆସୁଛି । ଫଳରେ ଲୋକେ ସମସ୍ୟାରେ ପଡୁଛନ୍ତି । 

ଅନ୍ୟପକ୍ଷରେ ହାଇକୋର୍ଟରେ କଲେଜିୟମ ବ୍ୟବସ୍ଥାକୁ ବିରୋଧ କରି ଓକିଲମାନେ ୪ଟି କୋର୍ଟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଲାଇଛନ୍ତି । ଏଥିଯୋଗୁ ମଧ୍ୟ ପଡି ରହିଥିବା ମାମଲା ବିଚାର କରାଯାଇପାରୁନାହିଁ । ଅନେକ ସମୟରେ ଓକିଲଙ୍କ ଆନ୍ଦୋଳନ ନ୍ୟାୟିକ ବ୍ୟବସ୍ଥାକୁ ପ୍ରବାଭିତ କରୁଛି।

 

ଜିଲା ଓ ତଳ କୋର୍ଟରେ ସ୍ଥିତି ଦୟନୀୟ
ରିପୋର୍ଟ ମୁତାବକ, ଓଡ଼ିଶାର ତଳ କୋର୍ଟରୁ ଆରମ୍ଭ କରି ଜିଲା କୋର୍ଟ ପର୍ଯ୍ୟନ୍ତ ମାଳ ମାଳ ମାମଲା ପଡିରହିଛି । କୋର୍ଟରେ ଫୌଜଦାରୀ କେସ୍ ହାରାହାରି ୪ ବର୍ଷ ଧରି ଗଡୁଥିବାବେଳେ ତଳ କୋର୍ଟରେ ମଧ୍ୟ ମାମଲା ଫଇସଲା କରିବାରେ ଓଡ଼ିଶାର ସ୍ଥିତି ଦୟନୀୟ।

 

ଅତିରିକ୍ତ ବିଚାରପତି ନିଯୁକ୍ତି ଆବଶ୍ୟକ
ଜାତୀୟ ହାର ତୁଳନାରେ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ମଧ୍ୟ ବିଚାରାଧାନ ମାମଲା ସଂଖ୍ୟା ବଢିଚାଲୁଥିବା ରିପୋର୍ଟରେ ଦର୍ଶାଯାଇଛି । ଏହି ସବୁ ରାଜ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ଅତିରିକ୍ତ ବିଚାରପତି ନିଯୁକ୍ତି କରାଯିବାକୁ ଏଥିରେ କୁହାଯାଇଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon